ଫାଟିଲା ୧୨ ସିଲିଣ୍ଡର, ଭୟରେ ସ୍ଥାନୀୟ ଲୋକେ

ପୁନେ:ମହାରାଷ୍ଟ୍ରର ପୁନେ ସହର ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ସହରର ଭୀମନଗର ଅଞ୍ଚଳରେ ଥିବା ସିମ୍ବିବିସିସ୍ କଲେଜ ନିକଟରେ ୧୦ରୁ୧୨ ଏଲପିଜି ସିଲିଣ୍ଡର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣ ଏତେ ଯୋରରେ ହୋଇଥିଲା ଯେ, ଏହାକୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ତିନୋଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

gas blast

ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିପାରି ନାହିଁ । ସୂଚନା ଅନୁଯାୟୀ, ପ୍ରାୟ ୧୦୦ଟି ଏଲପିଜି ଗ୍ୟାସ ସିଲିଣ୍ଡର ବେଆଇନ ଭାବେ ଏକ ନିର୍ମାଣାଧୀନ ଅଂଚଳରେ ରଖାଯାଇଥିଲା ।ଏହି ୧୦୦ଟି ଏଲପିଜି ସିଲିଣ୍ଡର ମଧ୍ୟରୁ ୧୦ଟି ସିଲିଣ୍ଡର ଅଗ୍ନିକାଣ୍ଡ ପରେ ବିସ୍ଫୋରଣ ହୋଇଥିଲା । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି କିମ୍ବା ଜୀବନହାନୀର ଖବର ନାହିଁ ବୋଲି ପୁଣେ ଅଗ୍ନିଶମ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନାପାଇ ଘଟଣାସ୍ଥଳରେ ଦମକଳ ବାହିନୀର ୩ଟି ଗାଡ଼ି ପହଞ୍ଚି ନିଆଁ ଲିଭା କାମରେ ନିୟୋଜିତ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+