ଭାରତରେ ପହଞ୍ଚିଲେ ୧୨ ଚିତା, ୧୦ ଦିନ ରହିବେ କ୍ୱାରେଣ୍ଟାଇନରେ
ବାୟୁସେନାର ସ୍ୱତନ୍ତ୍ର ବିମାନ C-17 ଗ୍ଲୋବ ମାଷ୍ଟର ଦ୍ୱାରା ଦକ୍ଷିଣ ଆଫ୍ରିକାରୁ ଭାରତରେ ପହଞ୍ଚିଛନ୍ତି ୧୨ ଚିତା ।

Cheetahs In India: ବାୟୁସେନାର ସ୍ୱତନ୍ତ୍ର ବିମାନ C-17 ଗ୍ଲୋବ ମାଷ୍ଟର ଦ୍ୱାରା ଦକ୍ଷିଣ ଆଫ୍ରିକାରୁ ଭାରତରେ ପହଞ୍ଚିଛନ୍ତି ୧୨ ଚିତା । ଚିତା ଦକ୍ଷିଣ ଆଫ୍ରିକାରୁ ସକାଳ ୧୦ଟାରେ ଭାରତୀୟ ମାଟିରେ ଅବତରଣ କରିଛନ୍ତି । ମଧ୍ୟପ୍ରଦେଶ ଗ୍ୱାଲିୟରସ୍ଥିତ ବାୟୁସେନା ଘାଟିରେ ଓଲ୍ଲହାଯାଇଛି । ଯାହା ପରେ ତାଙ୍କୁ ହେଲିକପ୍ଟର ଯୋଗେ କୁନୋ ନ୍ୟାସନାଲ ପାର୍କକୁ ନିଆଯାଇଛି । ୧୦ ଦିନ ଧରି ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ କ୍ୱାରେଣ୍ଟାଇନରେ ରଖାଯିବା ପରେ ତାଙ୍କୁ ଜାତୀୟ ଉଦ୍ୟାନରେ ମୁକ୍ତ କରାଯିବ । ବର୍ତ୍ତମାନ ଭାରତରେ ମୋଟ୍ ଚିତା ସଂଖ୍ୟା ୨୦ ବୃଦ୍ଧି ପାଇଛି ।
ଚିତାଙ୍କ ରହିବା ପାଇଁ କୁନୋ ନ୍ୟାସନାଲ ପାର୍କରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଖାଦ୍ୟ ଏବଂ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ଚିତାଙ୍କୁ କିଛି ଦିନ କ୍ୱାରେଣ୍ଚିନରେ ରଖିବା ପାଇଁ ୧୦ଟି ବଡ଼ ବଡ଼ ଖୁଆଜ ପ୍ରସ୍ତୁତ କରାଯାଇଛି । ସେହିପରି ତିନି ସ୍ତରର ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ୧୨ଟି ଚିତା ମଧ୍ୟରେ ସାତ ଅଣ୍ତିରା ଏବଂ ପାଞ୍ଚ ଜଣ ମାଇ ଚିତା ବାଘ ଅଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ୟାଦବ ନିଜେ କୁନୋ ଜାତୀୟ ଉଦ୍ୟାନରେ ଥିବା କ୍ୟାରେଣ୍ଟିନ ଏନକ୍ଲୋଜରରେ ଚିତାଙ୍କୁ ମୁକ୍ତ କରିଥିଲେ । ୧୦ ଦିନ ପରେ ସେମାନଙ୍କୁ ପାର୍କରେ ମୁକ୍ତ କରାଯିବ ।
ଏହା ପୂର୍ବରୁ ୮ଟି ଚିତା ଭାରତ ଆସିଥିଲେ
ଅଧିକାରୀ କହିଛନ୍ତି ଯେ, ଚିତାବାଘ ପାଇଁ ରିଜର୍ଭରେ ୧୦ଟି କ୍ୟାରେଣ୍ଟିନ ଏନକ୍ଲୋଜର କରାଯାଇଛି । ଭାରତୀୟ ବନ୍ୟଜନ୍ତୁ ନିୟମ ଅନୁଯାୟୀ, ଦେଶରେ ପହଞ୍ଚିବା ପରେ ପଶୁମାନଙ୍କୁ ୩୦ ଦିନ ପାଇଁ ଅଲଗା ରଖିବା ପାଇଁ ପଡିଥାଏ । ଗତ ବର୍ଷ ସେପ୍ଟେମ୍ବରରେ ନାମିବିଆରୁ ଭାରତକୁ ଆଠଟି ଚିତା ଅଣାଯାଇଥିଲା । ୧୭ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ ।












Click it and Unblock the Notifications