ଦକ୍ଷିଣ ଆଫ୍ରିକାରୁ ଆସିବେ ୧୨ ଚିତା: କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ
ଫେବୃଆରୀ ୧୮ରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଅଣାଯିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ।

ନୂଆଦିଲ୍ଲୀ: ପୁଣି ଭାରତକୁ ଆସିବେ ଚିତା । ଫେବୃଆରୀ ୧୮ରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଅଣାଯିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ । ପୂର୍ବରୁ ସେପ୍ଟମ୍ବର ୧୭ରେ ନାମିବିଆରୁ ଅଣାଯାଇଥିଲା ୮ଟି ଚିତା ।
ନାମିବିଆରୁ ଅଣାଯାଇଥିବା ୮ଟି ଚିତାଙ୍କୁ ବର୍ତ୍ତମାନ ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ରଖାଯାଇଛି । ସେମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ଏବଂ ସମସ୍ତ ଚିତା ବର୍ତ୍ତମାନ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ବନ୍ୟ ଅଧିକାରୀମାନେ । ଏହି ଚିତା ପ୍ରତି ଦୁଇ ତିନି ଅନ୍ତରରେ ଶିକାର ମଧ୍ୟ କରୁଛନ୍ତି ।
ଫେବୃଆରୀ ଶେଷରେ ଭାରତ ଆସିବେ ଆଉ ୧୨ଟି ଚିତା । ଯାହା ପରେ ଦେଶରେ ମୋଟ୍ ଚିତାଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇବ । ଜାନୁଆରୀ ୨୬ ତାରିଖରେ ଏନେଇ ଭାରତ-ଆଫ୍ରିକା ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇସାରିଛି । ଚିତାଙ୍କ ରହିବା ପାଇଁ କୁନୋ ନ୍ୟାସନାଲ ପାର୍କରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଖାଦ୍ୟ ଏବଂ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ଚିତାଙ୍କୁ କିଛି ଦିନ କ୍ୱାରେଣ୍ଚିନରେ ରଖିବା ପାଇଁ ୧୦ଟି ବଡ଼ ବଡ଼ ଖୁଆଜ ପ୍ରସ୍ତୁତ କରାଯାଇଛି । ସେହିପରି ତିନି ସ୍ତରର ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ।
ସୂଚନାଅନୁସାରେ, ଆଫ୍ରିକାରୁ ଆସୁଥିବା ଚିତା ଶନିବାର ସକାଳେ ମଧ୍ୟପ୍ରଦେଶ ଗ୍ୱାଲିୟରସ୍ଥିତ ବାୟୁସେନା ଘାଟିରେ ପହଁଚିବେ । ଯାହା ପରେ ତାଙ୍କୁ ହେଲିକପ୍ଟର ଯୋଗେ କୁନୋ ପାର୍କକୁ ନିଆଯିବ ।












Click it and Unblock the Notifications