ଜମ୍ମୁ କଶ୍ମୀରରେ ସକ୍ରିୟ ଅଛନ୍ତି ୧୧୯ ଆତଙ୍କବାଦୀ, ବଢିଲା ସୁରକ୍ଷା ବ୍ୟବସ୍ଥା

Jammu And Kashmir: ଗୁପ୍ତ ସୂତ୍ର ଅନୁଯାୟୀ, ଜମ୍ମୁ କଶ୍ମୀରରେ ବର୍ତ୍ତମାନ 119 ଆତଙ୍କବାଦୀ ସକ୍ରିୟ ଅଛନ୍ତି। ଯେଉଁଥି ପାଇଁ ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ଏଥି ମଧ୍ୟରୁ ପିର ପଞ୍ଜଲ ରେଞ୍ଜର ଉତ୍ତର ଭାଗରେ 79 ଆତଙ୍କବାଦୀ ସକ୍ରିୟ ଥିବା ନେଇ ସୂଚନା ରହିଛି । ସେଥିମଧ୍ୟରୁ 18 ଜଣ ସ୍ଥାନୀୟ ଏବଂ 61 ଜଣ ବିଦେଶୀ ଆତଙ୍କବାଦୀ ରହିଛନ୍ତି । ସେହିପରି ଦକ୍ଷିଣ ଭାଗରେ 40 ଜଣ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ସେଥିମଧ୍ୟରୁ 34 ଜଣ ବିଦେଶୀ ଏବଂ 6 ଜଣ ସ୍ଥାନୀୟ ଅଟନ୍ତି ।

2024 ରେ ସୁରକ୍ଷା ବାହିନୀ 25 ଟି ଆତଙ୍କବାଦୀ ଘଟଣାର ସମ୍ମୁଖୀନ ହୋଇଛନ୍ତି। ଯେଉଁଥିରେ 24 ଯବାନ ସହିଦ ହୋଇଥିଲେ। ଏହି ଘଟଣାରେ ନିକଟରେ ବାନ୍ଦିପୁରରେ ହୋଇଥିବା ଆକ୍ରମଣ ମଧ୍ୟ ଅନ୍ତର୍ଭୁକ୍ତ। ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ସୁରକ୍ଷା ବାହିନୀ ଉଲ୍ଲେଖନୀୟ ସଫଳତା ହାସଲ କରିଛି। 2024 ମସିହାରେ 61 ଆତଙ୍କବାଦୀ ନିହତ ହୋଇଥିଲେ ସେଥିମଧ୍ୟରୁ 21 ଜଣ ପାକିସ୍ତାନୀ ନାଗରିକ ଥିଲେ। ଏହି ସଫଳତା 2023 ତୁଳନାରେ ଆତଙ୍କବାଦୀଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଦେଖାଇଛି ।

Jammu And Kashmir

ଆତଙ୍କବାଦୀ ଗୋଷ୍ଠୀ ରଣନୀତିକ ପରିବର୍ତ୍ତନ କରିଛନ୍ତି। କେଉଁ କାରଣରୁ ନିୟନ୍ତ୍ରଣ ରେଖା ଉପରେ କାର୍ଯ୍ୟକଳାପ ହ୍ରାସ ପାଇଛି ଏବଂ ଭିତର କ୍ଷେତ୍ର ଉପରେ ଅଧିକ ଧ୍ୟାନ ଦିଆଯାଉଛି ।ସ୍ଥାନୀୟ ସମର୍ଥନ ଅଭାବରୁ ଏବଂ ସୁରକ୍ଷା ବାହିନୀ ଦ୍ୱାରା ସଚେତନତା ବୃଦ୍ଧି ଯୋଗୁଁ ସ୍ଥାନୀୟ ନିଯୁକ୍ତି ମଧ୍ୟ ହ୍ରାସ ପାଇଛି। ସୂତ୍ରରୁ ଜଣାପଡିଛି ଯେ ଆତଙ୍କବାଦୀ ସଂଗଠନ ପାଇଁ ବେକାର ଏବଂ କମ୍ ଶିକ୍ଷିତ ଯୁବକଙ୍କୁ ପାକିସ୍ତାନ ନିଯୁକ୍ତି କରିବାକୁ ଚେଷ୍ଟା କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+