ପୁଣି ଅଶାନ୍ତ ମଣିପୁର ,ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୧ ସନ୍ଦିଗ୍ଧ ଆତଙ୍କୀ ସଫା

ଇମ୍ଫାଲ : ଅଶାନ୍ତ ପାଲଟିଛି ମଣିପୁର। ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ଲାଗି ରହିଛି ସଂଘର୍ଷ। ଜିରିବାମ ଜିଲ୍ଲାରେ ସୁରକ୍ଷାକର୍ମୀ ଓ କୁକି ଉଗ୍ରବାଦୀଙ୍କ ମଧ୍ୟରେ ହୋଇଛି ବଡ ଧରଣର ସଂଘର୍ଷ। ଏହି ସମୟରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୧ ସନ୍ଦିଗ୍ଧ କୁକି ଉଗ୍ରବାଦୀ। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି।

ଏବେ ବି ସେଠାରେ ଆଉ କିଛି ଉଗ୍ରବାଦୀ ଲୁଚି ରହିଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି। ସେପଟେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଉଗ୍ରବାଦୀଙ୍କ ହମଲାରେ କିଛି ଯବାନ ଓ ପୁଲିସ୍‌ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ଏୟାରଲିଫ୍ଟ କରି ହସ୍ପିଟାଲ ନିଆଯାଇଛି।

crpf

ସୋମବାର ବିଦ୍ରୋହୀମାନେ ଇମ୍ଫାଲର ପାହାଡ଼ରୁ ଗୁଳି ଚଳାଇଥିଲେ। ଏଥିରେ କ୍ଷେତରେ କାମ କରୁଥିବା ଜଣେ ଚାଷୀ ଆହତ ହୋଇଥିଲେ। କୃଷକଙ୍କ ଉପରେ ଆକ୍ରମଣର ଏହା କ୍ରମାଗତ ତୃତୀୟ ଦିନ। ଏହି ଆକ୍ରମଣ ଯୋଗୁଁ ଉପକଣ୍ଠରେ ରହୁଥିବା କୃଷକମାନେ ନିଜ ଜମିକୁ ଯିବାକୁ ଭୟ କରୁଛନ୍ତି, ଯାହା ଫସଲ ଅମଳକୁ ପ୍ରଭାବିତ କରୁଛି ବୋଲି ଅଧିକାରୀମାନେ କହିଛନ୍ତି।

ଏହାର ଜବାବରେ ସୁରକ୍ଷାବାହିନୀ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ସକାଳ ପ୍ରାୟ ୯ଟା ୨୦ ରେ କୃଷକଙ୍କ ଉପରକୁ ଗୁଳିଚାଳନା ଘଟଣା ଘଟିଥିଲା । କାଙ୍ଗପୋକପି ଜିଲ୍ଲାର ପାହାଡ଼ିଆ ଅଞ୍ଚଳର ବିଦ୍ରୋହୀମାନେ ୟାଙ୍ଗାଙ୍ଗପୋକ୍ପି ଶାନ୍ତିଖୋଙ୍ଗବନ ଅଞ୍ଚଳରେ କୃଷକଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଜଣେ ଚାଷୀଙ୍କ ହାତରେ ଆଘାତ ଲାଗିଛି। ଖବର ପାଇ ସୁରକ୍ଷାବାହିନୀ ଘଟଣାସ୍ଥଳରେ ପହଞ୍ଚି ଜବାବ ଆରମ୍ଭ କରିଛି।

ଗତ ବର୍ଷ ମଇ ମାସରୁ ଇମ୍ଫାଲ ଘାଟିରେ ମୈତେଇ ଓ ପାହାଡି ଅଞ୍ଚଳରେ ରହୁଥିବା କୁକି ସମ୍ପ୍ରଦାୟର ଲୋକଙ୍କ ଭିତରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ଏହି ହିଂସାରେ ୨୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ହୋଇଥିଲେ ବାସଚ୍ୟୁତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+