ବାତ୍ୟା 'ସିତ୍ରାଙ୍ଗ' ନେଲାଣି ୧୧ ଜୀବନ
ବାତ୍ୟା 'ସିତ୍ରାଙ୍ଗ' ନେଲାଣି ୧୧ ଜୀବନ
ଭୁବନେଶ୍ୱର: ବାଂଲାଦେଶରେ ବାତ୍ୟାର ତାଣ୍ତବ । ବାତ୍ୟା 'ସିତ୍ରାଙ୍ଗ' ନେଲାଣି ୧୧ ଜୀବନ । ବର୍ଷା ପବନରେ ଭାଙ୍ଗିଲାଣି ଘରଦ୍ୱାର । ଲ୍ୟାଣ୍ତଫଲ୍ କରିବା ସମୟରେ ୧୦୦ କିଲୋମିଟର ରହିଥିଲା ପବନର ବେଗ । ପବନ ମାଡରେ ଟଳି ପଡିଛି ବଡ ବଡ ଗଛ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସିତ୍ରାଙ୍ଗ୍ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଆଜି ଭୋରୁ ବାଂଲାଦେଶ ସ୍ଥଳଭାଗ ଛୁଇଁଛି । ଗତ କାଲି ରାତି ୯.୩୦ ରୁ ୧୧.୩୦ ମଧ୍ୟରେ ବାଂଲାଦେଶର ବରିଷଲ ନିକଟରେ ଉପକୂଳ ଅତିକ୍ରମ କରିଥିଲା ବାତ୍ୟା ।

ସୂଚନା ଅନୁସାରେ, ବାତ୍ୟା 'ସିତ୍ରାଙ୍ଗ'ରେ ଏ ପର୍ଯ୍ୟନ୍ତ ଗଲାଣି ୧୧ ଜୀବନ । ସେହିପରି ଅନେକ ଲୋକ ଆହତ ହୋଇଥିବା ନେଇ ମଧ୍ୟ ସୂଚନା ରହିଛି । ସମସ୍ତଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି । ଲ୍ୟାଣ୍ଡଫଲ କରିବା ବେଳେ ପବନର ବେଗ ସର୍ବାଧିକ ୧୦୦ କିଲୋମିଟର ରହିଥିବା ନେଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି । ପବନ ମାଡରେ ବଡ ବଡ ଗଛ ଭାଙ୍ଗିବା ସବ ଅନେକ ଲୋକଙ୍କ ଘର ମଧ୍ୟ ଉଡାଇ ନେଇଛି 'ସିତ୍ରାଙ୍ଗ' । ବାତ୍ୟା ପ୍ରଭାବରେ ବର୍ଷା ଲାଗି ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ପାଣି ପାଗ ବିଭାଗର ସୂଚନା ଅନୁସାରେ ଦୁର୍ବଳ ହୋଇଛି ବାତ୍ୟା 'ସିତ୍ରାଙ୍ଗ' । ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟା । ଏହା ପ୍ରଭାବରେ ପଶ୍ଚିମବଙ୍ଗ, ଆସାସ, ଅରୁଣାଚଳ ପ୍ରଦେଶ, ନାଗାଲ୍ୟାଣ୍ତ, ମଣିପୁର, ମିଜୋରାମ, ମେଘାଳୟ ଓ ତ୍ରିପୁରାର କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଛି ।












Click it and Unblock the Notifications