କେଦାରନାଥରେ 11 ଲକ୍ଷ ଟପିଲା ତୀର୍ଥଯାତ୍ରୀ ସଂଖ୍ୟା
ବିଶ୍ବ ପ୍ରସିଦ୍ଧ କେଦାରନାଥ ଯାତ୍ରାରେ ବଢୁଛି ତୀର୍ଥଯାତ୍ରୀଙ୍କ ସଂଖ୍ୟା। ଇତିହାସରେ ପ୍ରଥମ ଥର ପାଇଁ ଚଳିତ ଥର 126 ଦିନରେ 11 ଲକ୍ଷ ତୀର୍ଥଯାତ୍ରୀ କେଦାରନାଥ ଯାତ୍ରାରେ ସାମିଲ ହୋଇଛନ୍ତି।
ଡେରାଡୁନ: ବିଶ୍ବ ପ୍ରସିଦ୍ଧ କେଦାରନାଥ ଯାତ୍ରାରେ ବଢୁଛି ତୀର୍ଥଯାତ୍ରୀଙ୍କ ସଂଖ୍ୟା। ଇତିହାସରେ ପ୍ରଥମ ଥର ପାଇଁ ଚଳିତ ଥର 126 ଦିନରେ 11 ଲକ୍ଷ ତୀର୍ଥଯାତ୍ରୀ କେଦାରନାଥ ଯାତ୍ରାରେ ସାମିଲ ହୋଇଛନ୍ତି। ଆଗାମୀ ଦେଢ ମାସ ମଧ୍ୟରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଆହୁରି ବଢି 13 ଲକ୍ଷ ଛୁଇଁବ ବୋଲି ଆଶା ରହିଛି ।
ଏହା ପୂର୍ବରୁ 2019ରେ 6 ମାସ ମଧ୍ୟରେ 10 ଲକ୍ଷ ତୀର୍ଥଯାତ୍ରୀ ଆସିଥିଲେ । ପ୍ରତିଦିନ 7ରୁ 8 ହଜାର ଯାତ୍ରୀ ଆସୁଛନ୍ତି । କେତେକ ଶ୍ରଦ୍ଧାଳୁ ପଦଯାତ୍ରାରେ ଯାଉଥିବାବେଳେ ଆଉ କେତେକ ହେଲିକେପ୍ଟର ଯୋଗେ କେଦାରନାଥରେ ଯାଇ ପହଞ୍ଚୁଛନ୍ତି। ଗତ ମେ 6ରୁ କେଦାରନାଥ ଯାତ୍ରା ଆରମ୍ଭ ହୋଇଥିଲା ।

କେଦାରନାଥ ଯାତ୍ରାରେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଠାରେ ପ୍ଲାଷ୍ଟିକ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଟୋକନ ବ୍ୟବସ୍ଥା ହୋଇଛି । ଏହାଦ୍ବାରା ଶ୍ରଦ୍ଧାଳୁଙ୍କୁ ଧାଡିରେ ଛିଡା ହେବା ପାଇଁ ପଡିବ ନାହିଁ । ବର୍ତ୍ତମାନ ମନ୍ଦିର ପରିସରରେ 5ଶହରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀ ନିଯୋଜିତ ହୋଇଛନ୍ତି । ଯାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ସମସ୍ତ ବିଭାଗକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।












Click it and Unblock the Notifications