ଛତିଶଗଡ଼ ଦନ୍ତେୱାଡାରେ ବଡ଼ ନକ୍ସଲ ଆକ୍ରମଣ, 11 ଯବାନ ସହିଦ

ଛତିଶଗଡ଼: ଛତିଶଗଡ଼ ଦନ୍ତେୱାଡ଼ାରେ ବଡ଼ ଧରଣର ନକ୍ସଲ ଆକ୍ରମଣ । ଅପରେସନରେ ଯାଉଥିବା ବେଳେ ଆମ୍ମୁସ ଲଗାଇ ଆକ୍ରମଣ କରାଯାଇଥିବା ନେଇ ସୂଚନା ରହିଛି । ଆଇଇଡି ବିସ୍ପୋରଣରେ 10 ଯବାନ ସହିଦ ହୋଇଛନ୍ତି । 10 ଜଣ ଜିଆରଜି ଯବାନଙ୍କ ସହ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ ଦନ୍ତେୱାଡାର ଅରନପୁରରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଫୋର୍ସକୁ ନେଇ ଯାଉଥିବା ଏକ ଗାଡି ଉପରକୁ ନକ୍ସଲ ଆଇଇଡି ଆକ୍ରମଣ କରିଥିଲେ । ହଠାତ ଏହି ଆକ୍ରମଣ ହେବାରୁ ଗାଡ଼ିରେ ଥିବା 10 ଜଣ ଡିଆରଜି ଯବାନ ଏବଂ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି । ଆକ୍ରମଣ ଏତେ ଭୟାବହ ଥିଲା ଯେ ଗାଡ଼ି ସମ୍ପୂର୍ଣ୍ଣ ଭାଙ୍ଗିଯିବା ସହ ଚାରିଆଡେ ବିଛାଇ ହୋଇପଡ଼ିଥିବା ଦେଖିବାକୁ ମିଳିଛି ।
ଏହି ଆକ୍ରମଣକୁ ନେଇ ଶୋକ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି ଯେ ମାଓବାଦୀମାନେ ଏଭଳି ଆକ୍ରମଣ କରି ବଞ୍ଚିଯାଇ ପାରିବେ ନାହିଁ। ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ। ମାଓବାଦୀମାନଙ୍କ ବିରୋଧରେ ଆମର ସଂଗ୍ରାମ ଶେଷ ପର୍ଯ୍ୟାୟରେ ଅଛି। ଯୋଜନାବଦ୍ଧ ଢ଼ଙ୍ଗରେ ମାଓବାଦୀମାନଙ୍କ ମୂଳପୋଛ ହେବ ।
କୁହାଯାଉଛି ଯେ, ଏହି ଆକ୍ରମଣ ପରେ ଏବେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ।












Click it and Unblock the Notifications