Ahmedabad plane crash:୧୧ ମୃତକଙ୍କ ଡିଏନଏ ମ୍ୟାଚ

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ମୁସ୍କିଲ। ତେଣୁ ସେମାନଙ୍କ ପରିଚୟ ଜାଣିବା ଲାଗି ଡିଏନଏ ମ୍ୟାଚ୍‌ କରାଇବାକୁ ପ୍ରଶାସନ ଉଦ୍ୟମ ଚଳାଇଛି। ଶନିବାର ସୁଦ୍ଧା ୧୧ ଜଣ ମୃତକଙ୍କ ଡିଏନଏ ମେଳ ଖାଇଛି। ଯାହାଫଳରେ ସେମାନଙ୍କ ପରିଚୟ ଜଣାପଡ଼ିଛି। ସିଭିଲ ହସ୍ପିଟାଲର ଅତିରିକ୍ତ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡକ୍ଟର ରାଜନୀଶ ପଟେଲଙ୍କ କହିବା ଅନୁସାରେ, ୧୧ ଜଣଙ୍କ ଡିଏନଏ ମ୍ୟାଚ ହୋଇଛି, ଏବଂ ଆଉ ଦୁଇଟି ମୃତଦେହ ଶୀଘ୍ର ହସ୍ତାନ୍ତର କରାଯିବ। ଗୁଜରାଟ ସରକାର ଓ ଫୋରେନସିକ ସାଇନ୍ସ ଲାବୋରେଟୋରୀ ଟିମ୍ ପୀଡ଼ିତଙ୍କ ପରିଚୟ ନିଶ୍ଚିତ କରିବା ପାଇଁ ତୀବ୍ର ଉଦ୍ୟମ ଜାରି ରଖିଛନ୍ତି। ମୃତଦେହଗୁଡ଼ିକ ଡିଏନଏ ପରୀକ୍ଷଣ ପରେ କୋଲ୍ଡ ଷ୍ଟୋରେଜରେ ରଖାଯାଇଛି।

Ahmedabad plane crash

ବିମାନରେ ୨୩୦ ଯାତ୍ରୀ, ୨ ପାଇଲଟ ଓ ୧୦ କ୍ରୁ ସଦସ୍ୟ ଥିଲେ, ଏବଂ କେବଳ ଜଣେ ବ୍ୟକ୍ତି ବଞ୍ଚିଥିବା ଜଣାପଡ଼ିଛି। ଗୁଜରାଟର ସ୍ୱାସ୍ଥ୍ୟ ମନ୍ତ୍ରୀ ଋଷିକେଶ ପଟେଲ କହିଛନ୍ତି ଯେ, ଡିଏନଏ ମ୍ୟାଚିଂ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି ଯାହା ପୀଡ଼ିତ ପରିବାରମାନଙ୍କୁ ଶୀଘ୍ର ସେମାନଙ୍କ ସ୍ୱଜନଙ୍କ ମୃତଦେହ ପ୍ରାପ୍ତିରେ ସହାୟକ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+