ଶ୍ରଦ୍ଧାଳୁଙ୍କ ବସ୍ ଉପରେ ଆତଙ୍କି ହମଲା! ଖାଇକୁ ଖସିଲା ବସ୍, ୧୦ ମୃତ

ଜାମ୍ମୁ: ରବିବାର ସନ୍ଧ୍ୟାରେ ଜାମ୍ମୁ ଡିଭିଜନର ରିଆସି ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ରିଆସି ଜିଲ୍ଲାରେ ଭକ୍ତମାନଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ଗୁଳିମାଡ଼ ହୋଇଥିବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି । ରବିବାର ଏଭଳି ଘଟଣା ଘଟିଥିବା ଜାମ୍ମୁ-କାଶ୍ମୀର ପୁଲିସ ସୂଚନା ଦେଇଛି । ସବୁଠାରୁ ବଡ଼ କଥା ହେଲା ଆତଙ୍କବାଦୀ ଆକ୍ରମଣ ପରେ ବସ୍‌ଟି ଖାଇ ଭିତରକୁ ଖସି ପଡ଼ିଛି । ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି।

ପୁଲିସର ସୂଚନା ଅନୁସାରେ, ବସ୍‌ଟି ଶିବଖୋଡ଼ା ମନ୍ଦିରର କତ୍ରା ଆଭିମୁଖେ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଥିଲା । ପୁଲିସ ବିଶେଷ ସୂତ୍ରରୁ ପାଇଥିବା ସୂଚନା ଅନୁସାରେ, ରାଜୌରୀ, ପୁଞ୍ଚ ଓ ରିଆସିରେ ଲୁଚିଥିବା ଆତଙ୍କବାଦୀଙ୍କ ଗ୍ରୁପ୍ ହିଁ ଏହି ଆକ୍ରମଣ ଘଟାଇଛି । ଆକ୍ରମଣ ଖବର ପାଇବା ପରେ ପୁଲିସ ଟିମ୍ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।

jammu attack

ଅନ୍ୟପଟେ ଆଜି ଜମ୍ମୁ-କଶ୍ମୀରର ପୁଲୱାମାରେ ସୁରକ୍ଷାବାହିନୀ ଏକ ବଗିଚା ଭିତରୁ ମାଟି ତଳେ ଲୁଚା ହୋଇ ରଖା ଯାଇଥିବା ବିସ୍ଫୋରକ ଜବତ କରିବା ସହ ସେଗୁଡ଼ିକୁ ନଷ୍ଟ କରିଛନ୍ତି । ଖବର ପାଇ କାକାପୋରାର ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍‌ଓଜି) କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ)ର ୧୮୩ ବିଏନ୍ ର ଯବାନଙ୍କୁ ନେଇ ନିହାମା ଗାଁରେ ପହଞ୍ଚିଥିଲା ।

ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ସିଲ୍ କରି ସେଠାରେ ଥିବା ଏକ ବଗିଚାରେ ଖୋଳିବା ଆରମ୍ଭ କରିଥିଲେ ଏବଂ ଖୁବ୍ ଶୀଘ୍ର ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ୍‌ସ ଏହି ଅପରେସନ୍‌ରେ ସାମିଲ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+