ଦେଶର ମୋଟ୍ ୧୦୯୦ ଜଣଙ୍କୁ ମିଳିବ ପୋଲିସ ସେବା ପଦକ; ଓଡ଼ିଶାର ୯ ଜଣଙ୍କୁ ସାହସିକତା ପଦକ

ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୋଲିସ, ଅଗ୍ନିଶମ, ଗୃହରକ୍ଷୀ, ସିଭିଲ ଡିଫେନ୍ସ (HG &CD) ଏବଂ କରେକ୍ସନାଲ୍ ସେବାର ମୋଟ ୧୦୯୦ ଜଣ କର୍ମଚାରୀଙ୍କୁ ସାହସିକତା ଏବଂ ସେବା ପଦକରେ ସମ୍ମାନିତ କରାଯିବ। ଓଡ଼ିଶାର ୨ ଜଣଙ୍କୁ ମିିଳିବ ରାଷ୍ଟ୍ରପତି ପଦକ। ବିଶିଷ୍ଟ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଏଏସ୍‌ପି ରବୀନ୍ଦ୍ର ପଣ୍ଡା, କମାଣ୍ଡାଣ୍ଟ ନରେଶ ପଟେଲଙ୍କୁ ରାଷ୍ଟ୍ରପତି ପଦକ ମିଳିବ।

ସେହିପରି ମୋଟ ୨୩୩ ଜଣ କର୍ମଚାରୀଙ୍କୁ ସେମାନଙ୍କର ସାହସିକ କାର୍ଯ୍ୟ ପାଇଁ ଏହି ମର୍ଯ୍ୟାଦାଜନକ ପଦକ ମିଳିବ। ଏମାନଙ୍କ ମଧ୍ୟରୁ ୨୨୬ ଜଣ ପୋଲିସ ସେବାରୁ ୬ ଜଣ ଅଗ୍ନିଶମ ସେବାରୁ ଏବଂ ଜଣେ HG&CDରୁ ରହିଛନ୍ତି।

1090 people in country will receive Police Service Medal

ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତିଙ୍କ ପଦକ (PSM):

ଏହି ପଦକ ୯୯ ଜଣ କର୍ମଚାରୀଙ୍କୁ ସେମାନଙ୍କର ଅନୁକରଣୀୟ ଏବଂ ବିଶିଷ୍ଟ ସେବା ପାଇଁ ପ୍ରଦାନ କରାଯିବ। ପୋଲିସ ସେବାରୁ ୮୯ ଜଣ, ଅଗ୍ନିଶମ ସେବାରୁ ୫ ଜଣ, ସିଭିଲ ଡିଫେନ୍ସ ଏବଂ ହୋମଗାର୍ଡରୁ ୩ ଜଣ ଏବଂ କରେକ୍ସନାଲ୍ ସେବାରୁ ୨ ଜଣ ଅନ୍ତର୍ଭୁକ୍ତ।

ମେରିଟୋରିଆସ୍ ସେବା ପାଇଁ ପଦକ (MSM):

ମୋଟ ୭୫୮ ଜଣ କର୍ମଚାରୀଙ୍କୁ ସେମାନଙ୍କର ପ୍ରଶଂସନୀୟ ଏବଂ ଗୁଣାତ୍ମକ ସେବା ପାଇଁ ଏହି ପଦକ ସହିତ ସମ୍ମାନିତ କରାଯିବ। ପୋଲିସ ସେବାରୁ ୬୩୫ଜଣ, ଅଗ୍ନିଶମ ସେବାରୁ ୫୧ ଜଣ, ସିଭିଲ ଡିଫେନ୍ସ ଏବଂ ହୋମଗାର୍ଡରୁ ୪୧ ଜଣ ଏବଂ କରେକ୍ସନାଲ୍ ସେବାରୁ ୩୧ ଜଣଙ୍କୁ ସମ୍ମାନିତ କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+