Jallianwala Bagh Massacre: ଜାଲିଆନାୱାଲାବାଗ ହତ୍ୟାକାଣ୍ଡକୁ ୧୦୫ ବର୍ଷ, ନିରୀହଙ୍କ ରକ୍ତରେ ହୋଲି ଖେଳିଥିଲା ଜେନେରାଲ୍ ଡାୟାର୍

ଭାରତୀୟ ସ୍ଵାଧୀନତା ସଂଗ୍ରାମ ଇତିହାସରେ ଆଜି ସେହି କଳାଦିନ । ଆଜିର ଦିନରେ ୩୭୯ ନିରୀହଙ୍କ ରକ୍ତରେ ହୋଲି ଖେଳିଥିଲା ଜେନେରାଲ୍ ଡାୟାର୍ । ଶାନ୍ତିପୂର୍ଣ୍ଣ ସ୍ୱାଧୀନତା ଚାହୁଥିବା ଲୋକଙ୍କ ଉପରେ ଇଂରେଜ ସୈନ୍ୟମାନେ କରିଥିଲେ ଗୁଳିଚାଳନା । ଏହି ହତ୍ୟାକାଣ୍ଡର ମୁଖ୍ୟ ଦୋଷୀ ଥିଲେ ବ୍ରିଗେଡିୟର୍ ଜେନେରାଲ୍ ରେଜିନାଲ୍ଡ ଡାୟାର୍ ଏବଂ ଲେଫ୍ଟିନାଣ୍ଟ୍ ଗଭର୍ଣ୍ଣର ମାଇକେଲ୍ ଓ ଡାୟାର ।

୧୯୧୯ ମସିହା ଏପ୍ରିଲ୍ ୧୩ ତାରିଖରେ ଅମୃତସରର ଜାଲିଆନାୱାଲାବାଗ ଠାରେ ବୈଶାଖୀ ଉତ୍ସବ ଦିନ ଇଂରେଜଙ୍କ ରାୱଲାଟ ଆଇନର ବିରୋଧ ପାଇଁ ବହୁ ସଂଖ୍ୟାରେ ଲୋକେ ଏକାଠି ହୋଇ ଶାନ୍ତିପୂର୍ଣ୍ଣ ଭାବରେ ସଭା କରାଯାଉଥିଲା । ଶାନ୍ତିପୂର୍ଣ୍ଣ ଭାବରେ ସଭା ଚାଲିଥିବା ସମୟରେ ଜେନେରାଲ ଡାୟାର୍ ନିଜ ସୈନିକମାନଙ୍କୁ ଧରି ସେଠାରେ ପହଞ୍ଚିଥିଲେ, ଏବଂ ସେ ସେଠାରୁ ବହାରିବାର ସମସ୍ତ ରାସ୍ତାକୁ ବନ୍ଦ କରିଦେଇଥିଲେ ।

ଜାଲିଆନାୱାଲାବାଗ ବାଗରେ ଥିବା ଲୋକଙ୍କୁ ଇଂରେଜୀ ସୈନିକ ବନ୍ଧୁକ ରାଇଫଲ ଧରି ପଛରୁ ଘେରି ଯାଇଥିଲେ । ଏହା ପରେ ଯେମିତି ଜେନେରାଲ ଡାୟାରଙ୍କ ନିର୍ଦ୍ଦେଶ ମିଳିବା ମାତ୍ରେ ଆରମ୍ଭ ହୋଇଥିଲା ଆଖିବୁଜା ଗୁଳି ଚାଳନା । ଭିତରେ ଥିବା ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଏପଟ ସେପଟକୁ ଧାଇଁଥିଲେ । ପରିସ୍ଥତି ଏପରି ହୋଇଥିଲା ଯେ ଲୋକମାନେ ପ୍ରାଣ ବଞ୍ଚାଇବା ପାଇଁ ବାଗ୍ ମଝିରେ ଥିବା ଏକ କୂଅକୁ ଡେଇଁ ପଡିଥିଲେ, ମାତ୍ର ମୃତ୍ୟୁବରଣ କରିଥିଲେ ।

Jallianwala Bagh massacre

ଯେଉଁ ରାୱଲାଟ ଆଇନ ବିଷୟରେ ଏଠାରେ ସଭା ହୋଇଥିଲା, ଏହି ଆଇନ ୧୯୧୫ରେ ଲାଗୁ ହୋଇଥିଲା । ବ୍ରିଟିଶ ଜଜ୍ ସିଡନୀ ରାୱଲାଟଙ୍କ ଅଧ୍ୟକ୍ଷତାରେ ଲାଗୁ ହୋଇଥିଲା । ଏହି ଆଇନ ଅନୁସାରେ ଭାରତରେ ଚାଲିଥିବା ସ୍ୱାଧୀନତା ସଂଗ୍ରାମ ଉପରେ ପ୍ରତିବଦ୍ଧ ଲଗାଇ ପାରିଥାନ୍ତା । ଏହାଦ୍ୱାରା ବ୍ରିଟିଶ ସରକାର ଛାପା କାରଖାନା ଉପରେ ପ୍ରତିବଦ୍ଧତା ଲଗାଇ ପାରିଥାନ୍ତା । ନେତାମାନଙ୍କୁ ବିନା ମକଦ୍ଧମାରେ ଜେଲରେ ରଖିପାରିଥାନ୍ତା । ବିନା ଦୋଷରେ ମଧ୍ୟ ଲୋକଙ୍କୁ ଗିରଫ କରିପାରିଥାନ୍ତା ଏବଂ ତାଙ୍କ ଉପରେ ମାମଲା କରିପାରିଥାନ୍ତା । ଏହାର ଉଦ୍ଦେଶ୍ୟ ଥିଲା କି ବ୍ରିଟିଶ ଶାସନର ବିରୁଦ୍ଧରେ ଯିବା ଏବଂ ସ୍ୱାଧୀନତା ସଂଗାମୀଙ୍କୁ ମଧ୍ୟ ଦମନ କରିବା, ଯାହା ବିରୁଦ୍ଧରେ ପୂରା ଦେଶ ଏକାଠି ହେଇଥିଲା । ସେପଟେ ଜାଲିଆନାୱାଲାବାଗଠାରେ ଘଟିଥିବା ଏହି ଘଟଣା ଦେଶରେ ସ୍ୱାଧୀନତା ସଂଗ୍ରାମକୁ ଆହୁରି ତୀବ୍ର କରିଥିଲା ।

୧୯୯୭ ମସିହାରେ ବ୍ରିଟିଶ ମହାରାଣୀ ଏଲିଜାବେଥ୍ ଭାରତ ଗସ୍ତରେ ଆସିଥିଲେ ସେ ଜାଲିଆନାୱାଲାବାଗ ଯାଇ ସେଠାରେ ଶଦୀଦଙ୍କୁ ଶ୍ରଦ୍ଦାଞ୍ଜଳୀ ଦେଇଥଲେ । ଏହି ଗସ୍ତରେ ତାଙ୍କୁ ବିରୋଧ ହୋଇଥିଲା । ଏହାପରେ ୨୦୧୩ ମସିହାରେ ଯେତେବେଳେ ବ୍ରିଟେନର ତକ୍ରାଳୀନ ରାଷ୍ଟ୍ରପତି ଡେଭିଡ୍ କାମେରନ ଭାରତ ଗସ୍ତରେ ଆସିଥିଲେ, ସେ ମଧ୍ୟ ଜାଲିଆନୱାଲାବାଗ ଯାଇ ସେଠାରେ ଶହୀଦଙ୍କୁ ଶଦ୍ଧାଞ୍ଜଳୀ ଦେବା ସହ ସେଠାରେ ଥିବା ଭିଜିଟର୍ସ ବୁକ୍ ରେ ଏହାକୁ ବ୍ରିଟିଶ ଇତିହାସର ଏକ ଲଜ୍ଜାଜନକ ଘଟଣା ବୋଲି ଲେଖିଥିଲେ ।

ଜାଲିଆନାୱାଲାବାଗଠାରେ ଘଟିଥିବା ଏହି ଘଟଣା ଦେଶରେ ସ୍ୱାଧୀନତା ସଂଗ୍ରାମକୁ ଆହୁରି ତୀବ୍ର କରିଥିଲା । ବ୍ରିଟିଶ ସରକାରଙ୍କ କାଗଜ ପତ୍ରରେ ଏହି ଘଟଣାରେ ୩୭୯ ଜଣଙ୍କର ମୃତ୍ୟୁ ହୋଇଥିଲା, ଏବଂ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏଥିରେ ୩୩୭ ପୁରୁଷ ଏବଂ ୪ ନାବାଳକ ଏବଂ ଏକ ନବଜାତ ଶିଶୁ ରହିଥିଲେ । ଯେତେବେଳେକି ଅଣଆନୁଷ୍ଠାନିକ ଭାବରେ ଏଠାରେ ୧୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୦୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି ।

,

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+