Get Updates
Get notified of breaking news, exclusive insights, and must-see stories!

ହରିଆଣା ବିଧାନସଭା ନିର୍ବାଚନ: ମଇଦାନରେ ୧୦୧ ମହିଳା, ୪୬୨ ସ୍ୱାଧୀନ ପ୍ରାର୍ଥୀ,

Haryana Assembly Election 2024: ହରିଆଣା ବିଧାନସଭା ନିର୍ବାଚନ ପାଇଁ ୧ହଜାର ୩୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ । ଗତ ସୋମବାର ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ପରେ ନିର୍ବାଚନ ଲଢ଼ିବାକୁ ଥିବା ପ୍ରାର୍ଥୀଙ୍କର ତାଲିକା ଚୂଡ଼ାନ୍ତ ହୋଇଛି । ହରିଆଣା ମୁଖ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଅଗ୍ରୱାଲ୍ କହିଛନ୍ତି, ରଣାଙ୍ଗନରେ ଥିବା ପ୍ରାର୍ଥୀଙ୍କ ମଧ୍ୟରେ ୧୦୧ ଜଣ ମହିଳା ଅଛନ୍ତି । ୪୬୨ ଜଣ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଆସନ୍ତା ମାସ ୫ ତାରିଖରେ ଗୋଟିଏ ପର୍ଯ୍ୟାୟରେ ସେଠାରେ ମତଗ୍ରହଣ କରାଯିବ ।

ଏହାରି ମଧ୍ୟରେ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟ ଜୋର୍ ଧରିଛି । ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକ ପକ୍ଷରୁ ନିର୍ବାଚନା ରାଲିର ଆୟୋଜନ କରାଯାଇ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରାଯାଉଛି । ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗତକାଲି ଭିୱାନି ଏବଂ ଫରିଦାବାଦ୍ ଠାରେ ନିର୍ବାଚନୀ ରାଲିକୁ ସମ୍ବୋଧନ କରିଥିଲେ । ଭିୱାନି ନିର୍ବାଚନୀ ସଭାରେ ଅମିତ ଶାହା, ବିଜେପି ତଫସିଲ୍‌ଭୁକ୍ତ ଜାତି, ଉପଜାତି ଏବଂ ପଛୁଆବର୍ଗଙ୍କ ସଂରକ୍ଷଣ ବିରୋଧୀ ବୋଲି କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

eci

ଫରିଦାବାଦ ରାଲିରେ ଅମିତ ଶାହା କହିଛନ୍ତି, ବିଜେପିର ଦଳୀୟ କର୍ମୀ ସମାଜର କଲ୍ୟାଣ ପାଇଁ କାମ କରିଥାନ୍ତି । କିନ୍ତୁ କଂଗ୍ରେସ କର୍ମୀ ସେମାନଙ୍କ ପରିବାର ସଦସ୍ୟଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖ୍ କାର୍ଯ୍ୟ କରୁଛନ୍ତି । କଂଗ୍ରେସ ସରକାରଙ୍କ ବେଳେ ଦୁର୍ନୀତି ଚରମସୀମାରେ ଥୁଲା ବୋଲି ଶ୍ରୀ ଶାହା କହିବା ସହ ବିଜେପି ସରକାର ଗଢ଼ିଲା ପରେ ଏହାର ସମାପ୍ତି ହୋଇଛି ବୋଲି କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+