ଆସନ୍ତାକାଲିଠୁ ଏହି ରାଜ୍ୟରେ ମିଳିବ ୧୦୦ ୟୁନିଟ୍ ମାଗଣା ବିଜୁଳି
ଜୟପୁର: ଆସନ୍ତାକାଲିଠୁ (ଜୁନ୍ ୧)ରୁ ଘର ପିଛା ମିଳିବ ୧୦୦ ୟୁନିଟ୍ ମାଗଣା ବିଜୁଳି । ଏହାଦ୍ୱାରା ପ୍ରାୟ କୋଟିଏ ଘରୋଇ ବିଦ୍ୟୁତ୍ ଉପଭୋକ୍ତା ଉପକୃତ ହେବେ । ଏନେଇ ଘୋଷଣା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।
ପୁଣି ଥରେ ରାଜସ୍ଥାନରେ ସରକାର ଗଢ଼ିବା ପାଇଁ ଅଣ୍ଟା ଭିଡ଼ିଲେଣି କଂଗ୍ରେସ ସରକାର । ରାଜ୍ୟବାସୀଙ୍କୁ ମାସକୁ ଶହେ ଏବଂ ଚାଷୀଙ୍କୁ ଦୁଇ ହଜାର ୟୁନିଟ ମାଗଣା ବିଜୁଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଶୁକ୍ରବାର ରାଜ୍ୟ ବଜେଟରେ ମୁଖ୍ୟମନ୍ତ୍ରୀ ଗେହଲଟ୍ ଏହି ଘୋଷଣା କରିଛନ୍ତି ।

ଏହି ସ୍କିମ ପାଇଁ ଗେହଲଟ ସରକାରଙ୍କୁ ୫,୨୦୦ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ଉଠାଇବାକୁ ପଡ଼ିବ । ରାଜ୍ୟ ସରକାର ପୂର୍ବରୁ ଦେଉଥିବା ସବସିଡିର ପରିମାଣ ୩ଶହ କୋଟିରୁ ୭୫୦ କୋଟି ହୋଇଥିବା ବେଳେ ଏବେ ଯେଉଁ ଫ୍ରି ଦିଆଯିବ ତାକୁ ମିଶାଇଲେ ରାଜ୍ୟ ସରକାରଙ୍କ ଉପରେ ସମୁଦାୟ ୭ ହଜାର କୋଟିର ଅତିରିକ୍ତ ବୋଝ ପଡ଼ିବ ।
BJP चाहती है कि गरीबों का सिलेंडर 1000 रु से बढ़कर 2000 रु का हो जाए। मेरी सरकार ने आज बजट में उज्ज्वला गैस सिलेंडर 500 रु का कर दिया है। भाजपा निराधार व व्यर्थ की बातें कर रही है क्योंकि इनको ये पसंद नहीं है कि गरीब आदमी पर महंगाई की मार कम हो।
भाजपा = महंगाई
— Ashok Gehlot (@ashokgehlot51) February 10, 2023
कांग्रेस = बचत
ରାଜ୍ୟରେ ସମୁଦାୟ ଘରୋଇ ବିଦ୍ୟୁତ୍ ଉପଭୋକ୍ତାଙ୍କ ସଂଖ୍ୟା ୧.୨୪ କୋଟି ରହିଛି । ସେମାନଙ୍କ ମଧ୍ୟରୁ ୧.୦୪ କୋଟି ମାସକୁ ଶହେ ୟୁନିଟ୍ରୁ କମ୍ ବିଦ୍ୟୁତ୍ ଖର୍ଚ୍ଚ କରୁଛନ୍ତି । ଜଣେ ବ୍ୟକ୍ତି ଗୋଟିଏରୁ ଅଧିକ ବିଦ୍ୟୁତ୍ ସଂଯୋଗ ନେବାକୁ ଅନୁମତି ପାଇଥିଲେ ସେମାନଙ୍କ ଆଧାର କାର୍ଡ ଯାଞ୍ଚ କରାଯିବ ।
ଏହି ଯୋଜନାର ଲାଭ ଉଠାଇବା ପାଇଁ ଏଯାବତ ୭୬ ଲକ୍ଷ ଉପଭୋକ୍ତା ନିଜ ନାମ ପଞ୍ଜୀକରଣ କରି ସାରିଥିବା ଜଣେ ଅଧିକାରୀ କହିଛନ୍ତି । ଯେଉଁମାନେ ଶହେ ୟୁନିଟରୁ ଅଧିକ ବିଦ୍ୟୁତ୍ ବ୍ୟବହାର କରିବେ ସେମାନେ ଏକ ନିର୍ଦ୍ଦିଷ୍ଟ ପରିମାଣର ସବସିଡି ପାଇପାରିବେ ବୋଲି କୁହାଯାଇଛି ।












Click it and Unblock the Notifications