ଅପରେସନ ସିନ୍ଦୂର’ ରେ ମରିଛନ୍ତି ୧୦୦ ଆତଙ୍କବାଦୀ ; ସୂଚନା ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଦିଲ୍ଲୀ ସଂସଦ ଭବନରେ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ବଡ ସୂଚନା ଦେଇଛନ୍ତି। ସେ କହିଛନ୍ତି ଅପରେସନ୍ ସିନ୍ଦୂରରେ ଅତିକମ୍‌ରେ ୧୦୦ ଆତଙ୍କବାଦୀ ନିପାତ ହୋଇଛନ୍ତି। ୨୫ ମିନିଟ୍ ଭିତରେ ୯ଟି ଆତଙ୍କୀ ଆଡ୍ଡା ଉପରେ ୨୪ ଷ୍ଟ୍ରାଇକ୍ ହୋଇଥିଲା। ପାକିସ୍ତାନ ଓ ପିଓକେରେ ଭାରତ ସର୍ପ୍ରାଇଜ୍ ଆକ୍ସନ୍ ନେଇଥିଲା। ଏବେ ବି ଅପରେସନ୍ ସିନ୍ଦୂର ଜାରି ରହିଛି। ଅପରେସନ୍ ର ସବୁ ତଥ୍ୟ ସାର୍ବଜନୀନ କରାଯାଇ ପାରିବନାହିଁ।

Rajnath Singh

ଭାରତୀୟ ସଶସ୍ତ୍ର ବାହିନୀ ମଙ୍ଗଳବାର ମଧ୍ୟରାତ୍ରିରେ 'ଅପରେଶନ ସିନ୍ଦୂର' ନାମକ ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ କରି ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ମିସାଇଲ ଆକ୍ରମଣ କରିଛି। ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଭାରତ ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ଏପରି ଆକ୍ରମଣ କରିଛି। ଏହି ଅଭିଯାନ ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ବରୂପ କରାଯାଇଥିଲା, ଯେଉଁଥିରେ ୨୬ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା।

ଏହି ଅଭିଯାନରେ ଭାରତୀୟ ବାୟୁସେନା ରାଫେଲ ଯୁଦ୍ଧ ବିମାନ ଏବଂ ହାମର ବୋମା ବ୍ୟବହାର କରି ଆକାଶରୁ ମିସାଇଲ ଆକ୍ରମଣ କରିଥିବା ବେଳେ ଭାରତୀୟ ସ୍ଥଳସେନା ମଧ୍ୟ ସ୍ଥଳରୁ ସ୍ଥଳକୁ ମିସାଇଲ ନିକ୍ଷେପ କରିଛି। ମୋଟ ୨୪ଟି ଉଚ୍ଚ-ର୍ନିଦ୍ଦିଷ୍ଟ ମିସାଇଲ ବ୍ୟବହାର କରାଯାଇ ମାତ୍ର ୨୫ ମିନିଟରେ ଏହି ଅଭିଯାନ ସମ୍ପନ୍ନ ହୋଇଥିଲା। ଟାର୍ଗେଟ ମଧ୍ୟରେ ଲସ୍କର-ଏ-ତୋଇବାର ମୁରିଦକେ ମୁଖ୍ୟାଳୟ, ଜୈଶ-ଏ-ମହମ୍ମଦର ବାହାୱାଲପୁର ମୁଖ୍ୟାଳୟ ଏବଂ ସିଆଲକୋଟରେ ହିଜବୁଲ ମୁଜାହିଦ୍ଦିନର ଶିବିର ସାମିଲ ଥିଲା।

ପିଓକେର ମୁଜାଫରାବାଦ, କୋଟଲି ଓ ଭିମ୍ବେରରେ ୫ଟି ଏବଂ ପାକିସ୍ତାନର ସିଆଲକୋଟ, ମୁରିଦକେ ଓ ବାହାୱାଲପୁରରେ ୪ଟି ଶିବିରକୁ ଧ୍ୱଂସ କରାଯାଇଛି। ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ପ୍ରାୟ ୮୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଭାରତୀୟ ସେନା ଦାବି କରିଛି ଯେ ଏହି ଆକ୍ରମଣ କେବଳ ଆତଙ୍କବାଦୀ ସ୍ଥାନକୁ ଲକ୍ଷ୍ୟ କରିଥିଲା ଏବଂ ପାକିସ୍ତାନୀ ସେନାର କୌଣସି ସ୍ଥାପନାକୁ ଟାର୍ଗେଟ କରାଯାଇ ନଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+