ଦାଦା ଅଜିତ ପାୱାରଙ୍କ ମୃତ୍ୟୁକୁ ଷଡ଼ଯନ୍ତ୍ର କହିଲେ ପୁତୁରା ରୋହିତ
ମହାରାଷ୍ଟ୍ରର ବାରାମତିରେ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁକୁ ବିରୋଧୀ ଦଳ ଏକ ଷଡ଼ଯନ୍ତ୍ର ବୋଲି କହୁଛନ୍ତି। ଏନସିପି ନେତା ରୋହିତ ପାୱାର ଏକ ସାମ୍ବାଦିକ ସମ୍ମିଳନୀରେ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା ବିଷୟରେ ଅନେକ ପ୍ରଶ୍ନ ଉଠାଇ ଏହାକୁ ଏକ ସମ୍ଭାବ୍ୟ ଷଡ଼ଯନ୍ତ୍ର ବୋଲି କହିଛନ୍ତି, ଏହାସହ ରୋହିତ ପାୱାର ଏକ ପୋଷ୍ଟ ମାଧ୍ୟମରେ ତାଙ୍କର ସମସ୍ତ ଦ୍ଵନ୍ଦ୍ଵକୁ ଦୂର କରିବାକୁ ଦାବି କରିଛନ୍ତି।
ସେ ପୋଷ୍ଟରେ ଲେଖିଛନ୍ତି, "ଏହି ଦୁର୍ଘଟଣାରେ (ବାରାମତୀ ବିମାନ ଦୁର୍ଘଟଣା) ମୁଁ ମୋ କାକାଙ୍କୁ ହରାଇଲି, ଏବଂ ମହାରାଷ୍ଟ୍ର ଜଣେ ନେତାଙ୍କୁ ହରାଇଲା। ତେଣୁ, ଆମ ମନରେ ଥିବା ସମସ୍ତ ଦ୍ଵନ୍ଦ୍ଵ ଦୂର ହେବା ଆବଶ୍ୟକ, ସେପର୍ଯ୍ୟନ୍ତ ଆମେ ଏହି ମାମଲାକୁ ନେଇ ସ୍ଵର ଉଠାଇବା ଜାରି ରଖିବୁ।

ରୋହିତ ପାୱାର ଟ୍ୱିଟ୍ କରି କହିଛନ୍ତି, ସେ ଅଜିତଦାଦାଙ୍କ ବିମାନ ଦୁର୍ଘଟଣା ଉପରେ ଏକ ବିସ୍ତୃତ ପ୍ରେଜେଣ୍ଟେସନ୍ ପ୍ରସ୍ତୁତ କରିଛନ୍ତି। ତାଙ୍କ କହିବା ଅନୁସାରେ, ସେ ଯେଉଁ ସବୁ ପ୍ରଶ୍ନ ଉଠାଇଛନ୍ତି ସେଗୁଡ଼ିକ କେବଳ ଖାଲି ପ୍ରଶ୍ନ ନୁହେଁ, ବରଂ ପ୍ରତ୍ୟେକ ପ୍ରଶ୍ନର ଏକ ଦୃଢ଼ ଆଧାର ଅଛି। ସେ ଗଣମାଧ୍ୟମକୁ ତାଙ୍କଦ୍ଵାରା ପ୍ରସ୍ତୁତ କରାଯାଇଥିବା ପ୍ରେଜେଣ୍ଟେସନକୁ ପ୍ରକାଶ କରିବା ପାଇଁ ଅନୁରୋଧ କରିବା ସହ ରାଜ୍ୟ ଓ କେନ୍ଦ୍ରୀୟ ତଦନ୍ତ ଏଜେନ୍ସିଗୁଡ଼ିକଠାରୁ ସକାରାତ୍ମକ ପ୍ରତିକ୍ରିୟା ପାଇଁ ଆଶା ପ୍ରକାଶ କରିଛନ୍ତି।
କେବଳ ଏତିକି ନୁହେଁ, ଗତକାଲି ସାମ୍ବାଦିକ ସମ୍ମିଳନୀରେ ରୋହିତ ପାୱାର ଅଜିତ ପାୱାରଙ୍କ ମୃତ୍ୟୁକୁ ଏକ ଷଡ଼ଯନ୍ତ୍ର ବୋଲି କହିବା ସହ ସେ ଏକ ପୁସ୍ତକରେ ଲେଖାଯାଇଥିବା ପାଠର ଉଦାହରଣ ଦେଇଥିଲେ। ସେ କହିଥିଲେ, ଏକ ପୁସ୍ତକରେ ଲେଖାଯାଇଛି ଯେ ଯଦି ଆପଣ କାହାକୁ ହତ୍ୟା କରିବାକୁ ଚାହାଁନ୍ତି, ତେବେ ସବୁଠାରୁ ସହଜ ଉପାୟ ହେଉଛି ତାଙ୍କ ଡ୍ରାଇଭରଙ୍କୁ ଟାର୍ଗେଟ କରିବା। ଏହି ପରିପ୍ରେକ୍ଷୀରେ, ସେ ଦୁର୍ଘଟଣା ସହିତ ଜଡିତ କିଛି ତଥ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ।
ରୋହିତ ପାୱାରଙ୍କ ଅନୁଯାୟୀ, ଦୁର୍ଘଟଣା ର ଗୋଟିଏ ଦିନ ପୂର୍ବରୁ ଅଜିତ ଦାଦା କାର ଯୋଗେ ମୁମ୍ବାଇରୁ ପୁଣେ ଯାତ୍ରା କରିବାର ଥିଲା, ଏଥିପାଇଁ ସମସ୍ତ ପ୍ରସ୍ତୁତି ବି ସରିଥିଲା, କିନ୍ତୁ ସେ ହଠାତ୍ କାହିଁକି କାର ଯୋଗେ ଯାତ୍ରା କଲେ ନାହିଁ ତାହା ଏକ ବଡ଼ ପ୍ରଶ୍ନ ବୋଲି ରୋହିତ ପାଵାର କହିଛନ୍ତି।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications