ଘନ କୁହୁଡ଼ି ଯୋଗୁଁ ୧୦୦ ବିମାନ ଉଡ଼ାଣ ବାତିଲ
ଦିଲ୍ଲୀରେ ଘନ କୁହୁଡ଼ିର ପ୍ରଭାବ । କୁହୁଡ଼ି ଯୋଗୁଁ ୯୦ରୁ ଅଧିକ ଟ୍ରେନ୍ ବିଳମ୍ବରରେ ଚାଲୁଛି । ସେହିପରି ଭାବେ ଦିଲ୍ଲୀ ବିମାନବନ୍ଦରରେ ୧୦୦ ବିମାନ ଉଡ଼ାଣ ବାତିଲ କରାଯାଇଛି । ଏହାରି ମଧ୍ୟରେ ଇଣ୍ଡିଗୋ, ସ୍ପାଇସ୍ ଜେଟ୍ ଏବଂ ଏୟାର ଇଣ୍ଡିଆ ପରାମର୍ଶ ଜାରି କରିଛନ୍ତି । ଏଥିସହ ୧୬ ଏବଂ ୧୭ ପ୍ରବଳ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଘନ କୁହୁଡ଼ି ହେବା ଫଳରେ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି କରୁଛି ।

ସୂଚନାନୁଯାୟୀ, ଦିଲ୍ଲୀରେ ପ୍ରବଳ କୁହୁଡ଼ି ଯୋଗୁଁ ଦୃଶ୍ୟମାନ କମ୍ ହୋଇଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୦୦ ଟି ବିମାନ ବାତିଲ କରାଯାଇଛି । ୩୦୦ରୁ ଉର୍ଦ୍ଧ୍ବ ବିମାନ ବିଳମ୍ବରେ ଚାଲୁଥିବାର ସୂଚନା ମିଳୁଛି । ଆଜି ଭୁବନେଶ୍ବରରୁ ଦିଲ୍ଲୀ ଯିବାକୁ ଥିବା ୪ ଟି ବିମାନ ବିଳମ୍ବରେ ଚାଲୁଛି । ଏହି ସମୟରେ ବିମାନ ଉଡ଼ାଣ କମ୍ପାନୀ ପକ୍ଷରୁ ଏକ ସ୍ବତନ୍ତ୍ର ଆଡଭାଇଜରୀ ଜାରି କରାଯାଇଛି । ଏଥିସହିତ ଘରୁ ବାହାରିବା ପୂର୍ବରୁ ୱାଟସ୍ ଦେଖି ବାହାରିବାକୁ ପରାମର୍ଶ ଦିଆଯାଇଛି । ଘନ କୁହୁଡ଼ି ଯୋଗୁଁ ଅଧିକାଂଶ ଲୋକ ମଧ୍ୟ ଦୁର୍ଘଟଣାର ଶିକାର ହେଉଛନ୍ତି । ଯେଉଁଥିରେ ଅନେକ ଲୋକଙ୍କ ଜୀବନ ବିପଦରେ ପଡୁଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା











Click it and Unblock the Notifications