ଅନଲାଇନ୍ କେକ ନେଲା ୧୦ ବର୍ଷ ଝିଅର ଜୀବନ

ଜନ୍ମ ଦିନ କେକ କାଟିବା ହେଲା ମହଙ୍ଗା । ଚାଲିଗଲା ୧୦ ବର୍ଷ ଝିଅର ଜୀବନ । ଅନଲାଇନରେ କେକ ଅର୍ଡର କରି ଜନ୍ମ ଦିନ ପାଇଁ ଅଣା ଯାଇଥିଲା। ଏହି ଅଲାଇନ କେକ ଯେ ଝିଅର ଜୀବନ ନେଇଯିବ କିଏ ଜାଣିଥିଲା । ଏହି କେକ ସେମାନଙ୍କ ସୁନାର ସଂସାରକୁ ଭାଙ୍ଗି ଚୂରମାର କରି ଦେଇଛି। କେକ ଖାଇବା ପରେ ଚାଲି ଯାଇଛି ୧୦ ବର୍ଷୀୟ ଝିଅର ଜୀବନ। ତାଙ୍କ ସାନ ଉଭଣୀ ସମେତ ପରିବାର ସବୁ ସଦସ୍ୟ କେକ୍‌ ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ।

birthday cake ordered online

ଏଭଳି ଏକ ଘଟଣା ଗତ ସପ୍ତାହରେ ପଞ୍ଜାବର ପଟିଆଲାରେ ଘଟିଛି। ୧୦ ବର୍ଷୀୟ ଝିଅର ଜନ୍ମ ଦିନ ପାଇଁ ପଟିଆଲାର ଗୋଟିଏ ବେକରୀରୁ ପରିବାର ଲୋକ ଅନଲାଇନରେ କେକ ମଗାଇ ଥିଲେ। ଏବେ ଉକ୍ତ ବେକରୀର ଅଡ଼ୁଆ ବଢ଼ିଛି।

୧୦ ବର୍ଷୀୟ ମାନବୀ ମୃତ୍ୟୁ କିଛି ଘଣ୍ଟା ପୂର୍ବରୁ ବେଶ ଖୁସିରେ ଜନ୍ମ ଦିନର କେକ କାଟିବା ସହ ପରିବାର ଲୋକଙ୍କ ସହ ଉତ୍ସବ ମନାଉଥିଲେ। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ମାର୍ଚ୍ଚ ୨୪ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ବେଳେ ସେ କେକ କାଟିଥିଲେ। ରାତି ୧୦ଟା ବେଳକୁ ପରିବାରର ସବୁ ସଦସ୍ୟ ଅସୁସ୍ଥତା ଅନୁଭବ କରିଥିଲେ। ମାନବୀ ଓ ତାଙ୍କ ସାନ ଭଉଣୀ ବାରମ୍ବାର ବାନ୍ତି କରି ଚାଲିଥିଲେ। ମାନବୀ ପ୍ରବଳ ପାଣି ପିଇବାକୁ ଲାଗିଥିଲେ ହେଁ ତାଙ୍କ ପାଟି ଶୁଖିଲା ପଡ଼ି ଯାଉଥିଲା। ଯନ୍ତ୍ରଣା ବଢ଼ିବାରୁ ସେ ଶୋଇବାକୁ ଚାହିଁଥିଲେ।

ସକାଳୁ ଅର୍ଥାତ ୨୫ ତାରିଖରେ ତାଙ୍କ ଅବସ୍ଥା ଅଧିକ ବିଗିଡ଼ିଥିଲା। ତେଣୁ ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। ସେଠାରେ ତାଙ୍କୁ ଅକ୍ସିଜେନ ଦିଆଯାଇଥିଲା ଓ ତାଙ୍କର ଇସିଜି କରାଯାଇଥିଲା। ତାଙ୍କ ଅବସ୍ଥା ଅଧିକ ଖରାପ ଥିବାରୁ ଡାକ୍ତରମାନେ ତୁରନ୍ତ ଚିକିତ୍ସା ଆରମ୍ଭ କରି ଦେଇଥିଲେ। କିନ୍ତୁ ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ମାନବୀଙ୍କ ମୃତ୍ୟୁ ହୋଇ ଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+