Get Updates
Get notified of breaking news, exclusive insights, and must-see stories!

ବିଷାକ୍ତ ମଦ ପିଇ ୧୦ ମୃତ, ୧୨ରୁ ଅଧିକ ଗୁରୁତର

ତାମିଲନାଡୁ: ବିଷାକ୍ତ ମଦ ପିଇ ୧୦ ଜଣଙ୍କ ମୃତ । ସମସ୍ତ ମୃତକ ତାମିଲନାଡୁ ଭିଲିପୁରମ ଓ ଚେଙ୍ଗଲପାଟୁ ଜିଲ୍ଲାର । ସେହିପରି ଆହୁରି ୧୨ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଥିବା ନେଇ ସୂଚନା ରହିଛି ।

ରବିବାର ଦିନ ଭିଲିପୁରମ ଜିଲ୍ଲାର ମର୍କକାନାମ ନିକଟ ଏକିୟାରକୁପ୍ପାମର ୬ ଜଣ ବାସିନ୍ଦାଙ୍କର ମୃତ୍ୟୁ ଘଟିଛି । ଚେଙ୍ଗଲପାଟୁ ଜିଲ୍ଲାରେ ଶୁକ୍ରବାର ଦିନ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରବିବାର ଦିନ ଏକ ଦମ୍ପତିଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ପୋଲିସ ଅଧିକାରୀ ।

 Spurious Liquor

ବିଷାକ୍ତ ମଦ ସେବନ କରି ସମସ୍ତଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ ହୋଇଛି । ପୋଲିସ ଅଧିକାରୀଙ୍କ କହିବାନୁସାରେ, ବର୍ତ୍ତମାନ ୧୨ରୁ ଅଧିକ ଲକୋ ଚିକିତ୍ସିତ ହେଉଛନ୍ତି । ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ ଏନ କନ୍ନନ୍ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ କରାଯିବାର ପ୍ରତିଶୃତି ଦେଇଛନ୍ତି ।

ପୋଲିସର ସୂଚନାନୁସାରେ, ପୂର୍ବରୁ ଏହା ପାରିବାରିକ କଳହ ହେତୁ ଆତ୍ମହତ୍ୟା ଉଦ୍ୟମ ହୋଇପାରେ ବୋଲି ଆଶଙ୍କା କରାଯାଉଥିଲା ହେଲେ ଏହାର ଲକ୍ଷଣ ଦେଖିବା ପରେ ଏହା ବିଷାକ୍ତ ମଦ ପିଇ ମୃତ୍ୟୁ ବୋଲି ସ୍ପଷ୍ଟ ହୋଇଥିଲା । ଏହା ପରେ ଉକ୍ତ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଥିଲା । ପରେ ସମାନ ଲକ୍ଷଣ ଥିବା ଆଉ ଦୁଇଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସମୁଦାୟ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+