Vande Bharat Train: ଆଗାମୀ ଦିନରେ ଭାରତରେ ଚାଲିବ ୧୦ଟି ନୂଆ ବନ୍ଦେ ଭାରତ
Vande Bharat Train: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ଆଗାମୀ ଦିନରେ ଭାରତରେ ଚାଲିବ 10ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର 15 ତାରିଖରେ ଝାଡଖଣ୍ଡର ଜାମସେଦପୁରରୁ ଦେଶର ଭିନ୍ନ ଭିନ୍ନ ସ୍ଥାନ ପାଇଁ 10ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବା ପାଇଁ ଯାଉଛନ୍ତି । ତେବେ ଚାଲନ୍ତୁ ଜାଣିବା ନୂଆ ବନ୍ଦେ ଭାରତ ଏକ୍ସପ୍ରେସ କେଉଁ କେଉଁ ମାର୍ଗରେ ଚାଲିବ ।

ଦେଶର ଅନେକ ରୁଟରେ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ । ଏହା ମଧ୍ୟରେ ଟାଟାନଗର - ପାଟନା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ, ବାରାଣାସୀ - ଦେଓଗର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ, ଟାଟାନଗର - ବ୍ରହ୍ମପୁର ବନ୍ଦେ ଭାରତ ଏକ୍ସପ୍ରେସ, ରାଞ୍ଚି - ଗୋଦଡା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ, ହାଓରା - ଗୟା ବନ୍ଦେ ଭାରତ ଏକ୍ସପ୍ରେସ ହାଓ୍ୱାଡା - ଭାଗଲପୁର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ, ଦୁର୍ଗ-ଭିଏସକେପି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ, ପୁଣେ-ନାଗପୁର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ, ଆଗ୍ରା-ବନାରସ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ, ହବଲି-ସିକନ୍ଦରାବାଦ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ମଧ୍ୟ ସାମିଲ ଅଛି ।
ବନ୍ଦେ ଭରତ ଏକ୍ସପ୍ରେସ ସକାଳ 6 ଟାରେ ଆଗ୍ରା କ୍ୟାଣ୍ଟରୁ ଛାଡି ରାତି 1 ଟାରେ ବାରାଣାସୀ ଜଙ୍କସନରେ ପହଞ୍ଚିବ । ଏହା ପରେ, ଏହି ବନ୍ଦେ ଭାରତ ଟ୍ରେନ୍ ବାରାଣାସୀରୁ ଆଗ୍ରାକୁ ଅପରାହ୍ନ 3:20 ରେ ଛାଡି ଅପରାହ୍ନ 4:50 ରେ ପ୍ରୟାଗରାଜ ଜଙ୍କସନରେ ପହଞ୍ଚିବ ଏବଂ କାନପୁର, ଇଟାୱା, ଟୁଣ୍ଡଲା ଦେଇ ରାତି 10:20 ରେ ଆଗ୍ରା କ୍ୟାଣ୍ଟ ଜଙ୍କସନରେ ପହଞ୍ଚିବ ନେଇ ସୂଚନା ରହିଛି । ଏହା ପରେ ବାରାଣାସୀ ରୁ ଆଗ୍ରା ବନ୍ଦେ ଭାରତ ଏକ୍ସପ୍ରେସ ଶୁକ୍ରବାର ଦିନ ନୁହେଁ ସପ୍ତାହରେ 6 ଦିନ ଚଳାଚଳ କରିବ ।
ବନ୍ଦେ ଭାରତ ଏକ୍ସପ୍ରେସ 7 ଘଣ୍ଟାରେ ଆଗ୍ରା ଠାରୁ ବାରାଣାସୀ ପର୍ଯ୍ୟନ୍ତ ଯାତ୍ରା କରିବ । ତେବେ ରେଳବାଇ ଦ୍ୱାରା ଏହି ଟ୍ରେନର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ପ୍ରକାଶ କରାଯାଇ ନାହିଁ।












Click it and Unblock the Notifications