ରେଲୱେ ଚାକିରୀ ପାଇଲା 10 ମାସର ଶିଶୁକନ୍ୟା
ରେଲୱେ ଅଫିସରେ ଚାକିରି ପାଇଁ 10 ମାସର ଶିଶୁ । କଥା ଟା ଆପଣଙ୍କୁ ଟିକିଏ ଅଡୁଆ ଲାଗୁଥିବ ନିଶ୍ଚିତ । କିନ୍ତୁ କଥାଟି ସଂପୂର୍ଣ୍ଣ ସତ୍ୟ। ଦକ୍ଷିଣ ପୂର୍ବ ରେଲୱେ ରାୟପୁର ମଣ୍ଡଳ ଅନୁକମ୍ପା ନିଯୁକ୍ତି କ୍ଷେତ୍ରରେ ଇତିହାସ ରଚିଛି ।
ରାୟପୁର: ରେଲୱେ ଅଫିସରେ ଚାକିରି ପାଇଁ 10 ମାସର ଶିଶୁ । କଥା ଟା ଆପଣଙ୍କୁ ଟିକିଏ ଅଡୁଆ ଲାଗୁଥିବ ନିଶ୍ଚିତ । କିନ୍ତୁ କଥାଟି ସଂପୂର୍ଣ୍ଣ ସତ୍ୟ। ଦକ୍ଷିଣ ପୂର୍ବ ରେଲୱେ ରାୟପୁର ମଣ୍ଡଳ ଅନୁକମ୍ପା ନିଯୁକ୍ତି କ୍ଷେତ୍ରରେ ଇତିହାସ ରଚିଛି । ରାଧିକା ଯାଦବ ନାମକ ଏହି କୁନି ଝିଅର ନାମ ରେଲୱେରେ ଅନୁକମ୍ପା ନଯୁକ୍ତି ପାଇଁ ନାମ ପଞ୍ଜିକରଣ କରାଯାଇଛି ।

ରେଲୱେ ଅଧିକାରୀଙ୍କ ଅନୁସାରେ ଛତିଶଗଡ ରେଲୱେ ଇତିହାସରେ ଏହା ପ୍ରଥମ ମାମଲା । ଯେଉଁଠି ମାତ୍ର 10 ମାସର ଝିଅକୁ ଅନୁକମ୍ପା ନିଯୁକ୍ତି ଦିଆଯାଇଛି । 18 ବର୍ଷ ହେବାପରେ ଭାରତୀୟ ରେଳବାଇରେ ଜଣେ କର୍ମଚାରୀ ଭାବରେ ନିଯୁକ୍ତ ହେବେ ।ରାଧିକାଙ୍କ ସମ୍ପର୍କୀୟ ତାଙ୍କୁ ଆଣି ରାୟପୁର ରେଲୱେ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ତାଙ୍କ ପଞ୍ଜିକରଣ ପାଇଁ ଟିପଚିହ୍ନ ରଖାଯାଇଛି ।
ରେଲୱେ ଅଧିକାରୀଙ୍କ କହିବା ଅନୁସାରେ, ରାଧିକାଙ୍କ ବାପା ରାଜେନ୍ଦ୍ର କୁମାର ଯାଦବ ଜଣେ ରେଲୱେ କର୍ମଚାରୀ ଥିଲେ । ଜୁନମାସରେ ଏକ ସଡକ ଦୁର୍ଘଟଣାରେ ରାଜେନ୍ଦ୍ର ଓ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ରାଧିକା ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲେ । ବର୍ତ୍ତମାନ ରାଧିକା ତାଙ୍କ ଜେଜେ ବାପା ଓ ଜେଜେମାଆଙ୍କ ନିକଟରେ ରହୁଛନ୍ତି। ରେଲୱେ ପଲିସି ଅନୁସାରେ ବିଭାଗ ଅନୁକମ୍ପା ସ୍ତରରେ ତାଙ୍କ ଝିଅକୁ ଏହି ଚାକିରି ପ୍ରଦାନ କରିଛନ୍ତି ।
ଏପରି ଦୁର୍ଘଟଣା ଘଟିଲେ ନିୟମ ଅନୁଯାୟୀ ରେଲୱେ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଥାଏ । ରେଲୱେ ଅଧିକାରୀ ରାଜେନ୍ଦ୍ରଙ୍କ ପରିବାରକୁ ଭେଟିଥିଲେ । ଜୁଲାଇ 3ରେ ରାଧିକାଙ୍କୁ ତାଙ୍କ ପରିବାର ରେଲୱେ କାର୍ଯ୍ୟାଳୟ ଆଣିଥିଲେ । ନିଯୁକ୍ତିର ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲା ।ରେଲୱେରେ ତାଙ୍କ ଚାକିରି ପକ୍କା। ଏହା ସହିତ ତାଙ୍କୁ ସମସ୍ତ ସୁବିଧା ମଧ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବରିଷ୍ଠ ବିଭାଗୀୟ ଅଧିକାରୀ।












Click it and Unblock the Notifications