ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୦ ମାଓବାଦୀ
ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାରେ ଟଳିଲେ ୧୦ ମାଓବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୦ ମାଓବାଦୀ । ମୃତ ମାଓବାଦୀଙ୍କ ମଧ୍ୟରେ ମାଓ କମାଣ୍ଡର ବାଳକ୍ରିଷ୍ଣା ଓରଫ ଭାଷ୍କର ଥିବା ସୂଚନା ।

ଭାଲୁଡିହି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ମାଓ-ସୁରକ୍ଷାକର୍ମୀ ହୋଇଥିଲେ ମୁହାଁମୁହିଁ । କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼ ପାଇଁ କାମ କରୁଥିଲା । ଓଡ଼ିଶା ପୋଲିସ ପାଇଁ ମଧ୍ୟ ମୋଷ୍ଟ ୱାଣ୍ଟେଡ ଥିଲା ।ମୈନପୁର ଜଙ୍ଗଲ ଅଞ୍ଚଳରେ ନକ୍ସଲଙ୍କ ଉପସ୍ଥିତି ବିଷୟରେ ଗୁଇନ୍ଦା ସୂଚନା ପାଇ, ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଇ-୩୦, ଏସଟିଏଫ୍ ଏବଂ କୋବ୍ରାର ମିଳିତ ଟିମ ନକ୍ସଲ ଦମନ ଅଭିଯାନ ଆରମ୍ଭ କରିଥିଲେ। ସକାଳ ଠାରୁ ସୁରକ୍ଷା ବାହିନୀ ଏବଂ ନକ୍ସଲ ମଧ୍ୟରେ ମଝିରେ ମଝିରେ ଏ ଗୁଳିବିନିମୟ ଜାରି ରହିଛି। ଏହି ଗୁଳି ବିନିମୟ ଅନେକ ବରିଷ୍ଠ ନକ୍ସଲ ନିହତ ହୋଇଥାଇପାରନ୍ତି ବୋଲି ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି।
ଏହି ମାଓଦମନ ଅପରେସନରେ ସିଆରପିଏଫ କୋବ୍ରା କମାଣ୍ଡୋ ଏବଂ ଛତିଶଗଡ଼ ପୋଲିସର କର୍ମଚାରୀମାନେ ସାମିଲ ଥିଲେ। ଏଥିରେ ମନୋଜ ଉର୍ଫ ମୋଡେମ ବାଲକୃଷ୍ଣଙ୍କ ସମେତ ୧୦ ଜଣ ନକ୍ସଲ ନିପାତ ହୋଇଥିବା କଥା ଅଧିକାରୀମାନେ ସୂଚନା ଦେଇ ଦେଇଛନ୍ତି।












Click it and Unblock the Notifications