ବ୍ରଜପାତ -ଝଡ଼-ତୋଫାନ ଯୋଗୁଁ ବିହାରରେ ଗଲା ୧୦ ଜୀବନ
ବର୍ତ୍ତମାନ ପ୍ରତ୍ୟେକ ଅଞ୍ଚଳରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହେଉଛି । ଏହି ସମୟରେ ବିହାରରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ଗତକାଲି ବିହାରରେ ଝଡ଼ ଏବଂ ବଜ୍ରପାତ ଯୋଗୁଁ ପାଖାପାଖି ୧୦ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୧୩ ଜଣ ଆହତ ହୋଇଛନ୍ତି । ତେବେ ବଜ୍ରପାତରେ ସାତ ଜଣଙ୍କର ମୃତ୍ୟୁ ଏବଂ ଝଡ଼-ତୋଫାନରେ ୩ ଜଣଙ୍କ ପ୍ରାଣ ଯାଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
ସୂଚନାନୁଯାୟୀ, ପଶ୍ଚିମ ଚମ୍ପାରଣ, ଭୋଜପୁର, ଜେହାନାବାଦ, କିଶନଗଞ୍ଜ ଏବଂ ଆରୱାଲ ଜିଲ୍ଲାରେ ବଜ୍ରପାତ ଘଟଣା ଘଟିଥିବା ବିଭାଗର ଯୁଗ୍ମ ସଚିବ ସୂଚନା ଦେଇଛନ୍ତି । ଏହି ଘଟଣା ଯୋଗୁଁ ପଶ୍ଚିମ ଚମ୍ପାରଣରେ ୨ ଜଣ, ଭୋଜପୁରରେ ଜଣେ, କିଶନଗଞ୍ଜରେ ଜଣେ ଏବଂ ଅରବଲରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେହିପରି ଅତ୍ୟଧିକ ବର୍ଷା ଏବଂ ଝଡ଼-ତୋଫାନ କାରଣରୁ ବୈଶାଳୀ, ରୋହତାସ ଏବଂ ମୁକଫରପୁର ଜିଲ୍ଲାରେ ଜଣ ଜଣଙ୍କର ମୃତ୍ୟୁ ହୋଇଛି ।

ଏହା ବ୍ୟତୀତ ପାଗ ଖରାପ ହେବା ଯୋଗୁଁ ଗଛ ପଡ଼ିବା, ବିଦ୍ୟୁତ୍ କଟିବାରୁ ଗ୍ରାମାଞ୍ଚଳରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି । ଚାଷ କାମ କରୁଥିବାବେଳେ ବଜ୍ରପାତର ଶୀକାର ହୋଇଥିବା ମଧ୍ୟ ଜଣାପଡିଛି । ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୨୪ ଘଣ୍ଟା ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରାଯାଇଛି । ଅତ୍ୟାବଶ୍ୟକ କାମ ନପଡିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।
ଅନ୍ୟପଟେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତାର ଘୋଷଣା କରିଛନ୍ତି । ପ୍ରତି ପରିବାରକୁ ୪ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ୧୨ ଘଣ୍ଟା ମଧ୍ୟରେ ଭୋଜପୁର ଜିଲ୍ଲାରେ ମୃତକଙ୍କ ପରିବାରକୁ ପ୍ରଦାନ କରାଯାଇଛି । ଏଥିସହ ଅନ୍ୟାନ୍ୟ ଜିଲ୍ଲାରେ କ୍ଷତିପୂରଣ ପାଇଁ ଅର୍ଥରାଶି ପ୍ରଦାନ ପ୍ରକ୍ରିୟା ଜାରି ରହିଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications