ଅଟୋ ଡ୍ରାଇଭଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମା ଘୋଷଣା; ମିଳିବ ଏହି ସବୁ ସୁବିଧା

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ବଡ ଘୋଷଣା କରିଛନ୍ତି। ସେ ଦିଲ୍ଲୀର ଅଟୋ ଡ୍ରାଇଭରଙ୍କ ପାଇଁ ପାଞ୍ଚଟି ବଡ ଘୋଷଣା କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ ଯଦି ଏଏପି ସରକାର ଗଠନ କରେ ତେବେ କୌଣସି ଅଟୋ ଡ୍ରାଇଭରଙ୍କ ଝିଅ ବିବାହ କରନ୍ତି ତେବେ ସରକାର ଆର୍ଥିକ ସହାୟତା ଭାବରେ ୧ ଲକ୍ଷ ଟଙ୍କା ଦେବେ। ପ୍ରତ୍ୟେକ ଅଟୋ ମାଲିକଙ୍କୁ ୧୦ଲକ୍ଷ ଟଙ୍କା ଜୀବନ ବୀମା ଏବଂ ୫ ଲକ୍ଷ ଟଙ୍କା ସ୍ବାସ୍ଥ୍ୟ ବୀମା ପ୍ରଦାନ କରାଯିବ।

Delhi assembly election
ଅରବିନ୍ଦ କେଜରିୱାଲ କହିଛନ୍ତି, ଅଟୋ ବାଲାଙ୍କ ସହ ମୋର ବହୁତ ପୁରୁଣା ସମ୍ପର୍କ ଅଛି। ମୋର ମନେ ଅଛି ୨୦୧୩ରେ ଯେତେବେଳେ ମୋର ନୂଆ ଦଳ ଗଠନ ହୋଇଥିଲା, ସେତେବେଳେ ଦିଲ୍ଲୀରେ କଂଗ୍ରେସ ସରକାର ଥିଲା। ସେତେବେଳେ ଅଟୋ ବାଲାମାନେ ଦିଲ୍ଲୀରେ ଅପମାନିତ ହୋଇଥିଲେ। ଅଟୋ ବାଲାଙ୍କ ସମର୍ଥନରେ ଥିଲେ ଯଦି ଆମ ସରକାର ଗଠନ ହୁଏ ତେବେ ଆମେ ଅନେକ କାର୍ଯ୍ୟ କରିବୁ । ଗତକାଲି ମୁଁ ଅଟୋବାଲା ଭାଇମାନଙ୍କ ସହ ଘରେଏକ ବୈଠକ କରିଥିଲି। ସେମାନେ ମୋତେ ଘରକୁ ନିମନ୍ତ୍ରଣ କରିଥିଲେ। ସେମାନେ ମୋତେ ବହୁତ ଭଲ ଖିବା ଦେଇଥିଲେ। ମୁଁ କହିପାରେ ଯେ ମୁଁ ଅଟୋ ବାଲାଙ୍କ ଲୁଣ ଖାଇଛି।
କେଜରିଓ୍ବାଲଙ୍କ ଘୋଷଣା ଅନୁଯାୟୀ...
* ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଟୋ ଡ୍ରାଇଭରମାନଙ୍କ ପାଇଁ ବୀମା।
*ଅଟୋ ଡ୍ରାଇଭର ଝିଅର ବିବାହ ପାଇଁ ୧ ଲକ୍ଷ ଟଙ୍କା ସହାୟତା।
*ବର୍ଷକୁ ଦୁଇଥର ଅଟୋ ଡ୍ରାଇଭର ୟୁନିଫର୍ମ ପାଇଁ ୨୫୦୦ଟଙ୍କା।
*ଅଟୋ ଡ୍ରାଇଭର ପିଲାମାନଙ୍କର କୋଚିଂ ଖର୍ଚ୍ଚ ସରକାର ବହନ କରିବେ।
ସୂଚନାଯୋଗ୍ୟ, ଅରବିନ୍ଦ କେଜରିୱାଲ ତାଙ୍କ ସ୍ତ୍ରୀଙ୍କ ସହ କୋଣ୍ଡଲି ଅଞ୍ଚଳର ନବନୀତ କୁମାର ନାମକ ଜଣେ ଅଟୋ ଡ୍ରାଇଭରଙ୍କ ଘରେ ମଧ୍ୟାହ୍ନ ଭୋଜନ କରିବାକୁ ଆସିଥିଲେ। ଏହା ପରେ ସେ ଏହି ଘୋଷଣା କରିଥିଲେ। ନବନୀତ କହିଛନ୍ତି ଯେ ଅରବିନ୍ଦ କେଜରିୱାଲ ଏକ ବଡ଼ ଘୋଷଣା ସହିତ ଲୁଣର ଋଣ ପରିଶୋଧ କରିଛନ୍ତି। ସେ ଘରକୁ ଆସି ରାତ୍ରୀ ଭୋଜନ କରି ପରିବାର ଲୋକଙ୍କୁ ଭେଟିଥିଲେ। ପରିବାର ବହୁତ ଖୁସି ଅଛନ୍ତି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+