ମାଗଣା ଏଆଇ ତାଲିମ ନେବେ ୧୦ ଲକ୍ଷ ନାଗରିକ; ଗ୍ରାମ୍ୟ ସ୍ତରୀୟ ଉଦ୍ୟୋଗୀ (ଭିଏଲଇ)ଙ୍କୁ ଦିଆଯିବ ପ୍ରାଥମିକତା

ଦେଶର ୧୦ ଲକ୍ଷ ନାଗରିକଙ୍କୁ ଏଆଇ ତାଲିମ ଦିଆଯିବ। ଗ୍ରାମ୍ୟ ସ୍ତରର ଉଦ୍ୟୋଗୀ (ଭିଏଲଇ)ମାନଙ୍କୁ ଏଥିରେ ପ୍ରାଥମିକତା ଦିଆଯିବ ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ।

ଆଜି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନ ଜନ ସେବା କେନ୍ଦ୍ର - ଇ-ଗଭର୍ଣ୍ଣାନ୍ସ ସର୍ଭିସେସ୍ ଇଣ୍ଡିଆ ଲିମିଟେଡ୍ (ସିଏସସି ଏସପିଭି) ପକ୍ଷରୁ ନୂଆଦିଲ୍ଲୀର ଦ୍ୱାରକାସ୍ଥିତ ଯଶୋଭୂମି ସମ୍ମିଳନୀ କେନ୍ଦ୍ରରେ ଡିଜିଟାଲ୍ ଇଣ୍ଡିଆର ୧୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ସେ ଏହି ଘୋଷଣା କରିଛନ୍ତି । ଏଥିସହିତ ଆଇଆରସିଟିସି ସେବା ଯୋଗାଇ ଦେବା ପାଇଁ ସେ ସବୁ ଭିଏଲଇଙ୍କୁ ନିବେଦନ କରିଛନ୍ତି । ସିଏସସି-ଏସପିଭି ସହିତ ରାଜ୍ୟ ଆଇଟି ଏଜେନ୍ସିକୁଗୁଡ଼ିକୁ ଯୋଡ଼ିବା ଲାଗି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବାକୁ ସେ ପ୍ରସ୍ତୁତ ଥିବା ଶ୍ରୀ ବୈଷ୍ଣବ କହିଛନ୍ତି ।

10 Lakh Citizens to Receive Free AI Training
ସାରା ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିଥିବା ଡିଜିଟାଲ୍ ସଶକ୍ତିକରଣର ଏକ ଦଶନ୍ଧି ପୂରଣ ପରିପ୍ରେକ୍ଷୀରେ ନୂଆଦିଲ୍ଲୀରେ ଉପରୋକ୍ତ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ; କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜିତିନ୍ ପ୍ରସାଦ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସେ ତାଙ୍କ ଅଭିଭାଷଣରେ କହିଥିଲେ, ଦେଶର ଗ୍ରାମ୍ୟ ସ୍ତରର ଉଦ୍ୟୋଗୀ (ଭିଏଲଇ) ଭାଇ-ଭଉଣୀମାନେ ପ୍ରତ୍ୟେକ ନାଗରିକଙ୍କ ନିକଟରେ ଡିଜିଟାଲ ଇଣ୍ଡିଆର ଲାଭ ପହଞ୍ଚାଇ ଏକ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟି କରିଛନ୍ତି। ଜଣେ ଚା ବିକ୍ରେତା କିମ୍ବା ପନିପରିବା ବିକ୍ରେତା କିପରି ଡିଜିଟାଲ ପେମେଣ୍ଟ ବ୍ୟବହାର କରିପାରିବେ ତା'କୁ ନେଇ ଏକଦା ବିଶ୍ୱ ପ୍ରଶ୍ନ କରିଥିଲା। ହେଲେ ଆଜି ସେହି ସ୍ୱପ୍ନ ସତ ହୋଇଛି । ୟୁପିଆଇ ଜରିଆର ଅର୍ଥ ନେଣଦେଣ ଭିସା କାରବାରକୁ ପଛରେ ପକାଇ ଦେଇଛି। ଏହା ହେଉଛି ୧୪୦ କୋଟି ଭାରତୀୟଙ୍କ ଶକ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ସେ ଆହୁରି କହିଥିଲେ, ଦେଶର ପ୍ରାୟ ୯୦% ଗାଁରେ ଜନ ସେବା କେନ୍ଦ୍ର (ସିଏସସି) ପହଞ୍ଚି ପାରିଛି । ଏବେ ସିଏସସି ପ୍ରତ୍ୟେକ ଗାଁରେ ପହଞ୍ଚିବାର ଏକ ମାଧ୍ୟମ ପାଲଟିଛି । ଶ୍ରୀ ବୈଷ୍ଣବ ମୟୂରଭଞ୍ଜ ଜିଲ୍ଲାର ଭିଏଲଇ ମଞ୍ଜୁଲତା ଏବଂ ମେଘାଳୟର ଭିଏଲଇ ରୋଜ୍ ଆଞ୍ଜେଲିନାଙ୍କ ପ୍ରେରଣାଦାୟକ କାହାଣୀ ଉଦ୍ଧୃତ କରିଥିଲେ। ଆହ୍ୱାନପୂର୍ଣ୍ଣ ପରିସ୍ଥିତି ସତ୍ତ୍ୱେ, ଉଭୟ ମହିଳା ଡିଜିଟାଲ୍ ଦକ୍ଷତା ହାସଲ କରିଛନ୍ତି ଏବଂ ସେମାନଙ୍କ ସମାଜକୁ ସଶକ୍ତ କରିଛନ୍ତି।

ମେଘାଳୟର ପୂର୍ବ ପଶ୍ଚିମ ଖାସି ପାହାଡ଼ର ମନୋରମ ପାହାଡ଼ ଏବଂ ଦୁର୍ଗମ ଗ୍ରାମ ମଧ୍ୟରେ, ମହିଳା ଭିଏଲଇ ରୋଜ୍ ଆଞ୍ଜେଲିନା ଏମ. ଖାରସିଣ୍ଟିୟୁ ଏକ ଡିଜିଟାଲ୍ ବିପ୍ଳବ ସୃଷ୍ଟି କରିଛନ୍ତି। ମୈରଙ୍ଗ ଅଞ୍ଚଳରେ ତାଙ୍କ କେନ୍ଦ୍ର ମାଧ୍ୟମରେ, ସେ କେବଳ ସେବା ପ୍ରଦାନ କରୁନାହାନ୍ତି ବରଂ ପରିବର୍ତ୍ତନ, ସଶକ୍ତିକରଣ ଏବଂ ସମାଜସେବାର ଏକ ଉଦାହରଣ ସୃଷ୍ଟି କରିଥିବା କେନ୍ଦ୍ର ମନ୍ତ୍ରୀ କହିଥିଲେ ।

କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ଏବଂ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜିତିନ ପ୍ରସାଦ ଡିଜିଟାଲ୍ ବିଭାଜନକୁ ଦୂର କରିବାରେ ସିଏସସିର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ୨୦୧୪ ମସିହାରେ ମାତ୍ର ୮୩ ହଜାର ଜନ ସେବା କେନ୍ଦ୍ର ଥିଲା। ଆଜି ସେଗୁଡ଼ିକର ସଂଖ୍ୟା ପ୍ରାୟ ୫୫୦ ଲକ୍ଷକୁ ବୃଦ୍ଧି ପାଇଛି। ସେ ପ୍ରାଥମିକ କୃଷି ଋଣ ସମିତି (ପ୍ୟାକ୍ସ)ଗୁଡ଼ିକୁ ସିଏସସି ସହିତ ସମନ୍ୱୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ ୭୪ ହଜାରରୁ ଅଧିକ ମହିଳା ଭିଏଲଇଙ୍କ ଭୂମିକାକୁ ସ୍ୱୀକାର କରିଥିଲେ ଯେଉଁମାନେ ସଶକ୍ତିକରଣରେ ନୂତନ ମାନଦଣ୍ଡ ସ୍ଥାପନ କରୁଛନ୍ତି।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିମାନଙ୍କୁ ସ୍ୱାଗତ କରି, ସିଏସସି ଏସପିଭିର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଶ୍ରୀ ସଞ୍ଜୟ ରାକେଶ କହିଥିଲେ, ''ସିଏସସି ସହିତ, ସରକାରୀ ସେବା ପାଇବା ପାଇଁ ସହର ପରିଦର୍ଶନ କରିବାର ଆବଶ୍ୟକତା ନାହିଁ। ସିଏସସି କେନ୍ଦ୍ରଗୁଡ଼ିକ ଦେଶର ଦୂରଦୂରାନ୍ତ ଅଞ୍ଚଳରେ ଦ୍ୱାର ଦେଶରେ ଜିଟୁସି ଏବଂ ବିଟୁବି ସେବା ପ୍ରଦାନ କରୁଛନ୍ତି, ଯାହା ଡିଜିଟାଲ୍ ସଶକ୍ତିକରଣକୁ ସକ୍ଷମ କରୁଛି।

ସୂଚନାଯୋଗ୍ୟ ଯେ ସାରା ଦେଶରେ ସିଏସସି ଦିବସ ପାଳନ କରାଯାଉଥିବା ବେଳେ ୧୫ ଓ ୧୬ ଦୁଇ ଦିନ ଧରି ଦିଲ୍ଲୀରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଡିଜିଟାଲ ଇଣ୍ଡିଆ ଅଭିଯାନକୁ ୧୦ ବର୍ଷ ପୂରଣ ହୋଇଛି । ଗତ ଏକ ଦଶନ୍ଧି ମଧ୍ୟରେ ଏହା ଡିଜିଟାଲ୍ ବିଭାଜନକୁ ଦୂର କରିଛି । ପ୍ରଶାସନରେ ପରିବର୍ତ୍ତନ ଆଣିବା ସହିତ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ଇଣ୍ଟରନେଟ୍ ସୁଗମତା ଆଣି ଦେଇଛି । ଏହା ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଡିଜିଟାଲ୍ ଅର୍ଥବ୍ୟବସ୍ଥାରେ ପରିଣତ କରିଛି ।

ସିଏସସି ଏସପିଭି ୨୦୦୯ରେ ପ୍ରତିଷ୍ଠା କରାଯାଇଥିବା ବେଳେ ବର୍ତ୍ତମାନ ଏହାର ଅଧୀନରେ ସାରା ଦେଶରେ ୫.୫ ଲକ୍ଷ କାର୍ଯ୍ୟକ୍ଷମ କେନ୍ଦ୍ର ସାରା ଦେଶରେ ଡିଜିଟାଲ ସେବା ଯୋଗାଇ ଦେଉଛି । ପ୍ରତ୍ୟେକ ଜନସେବା କେନ୍ଦ୍ର ଜଣେ ଭିଏଲଇଙ୍କ ଦ୍ୱାରା ପରିଚାଳିତ ଯିଏକି ନାଗରିକ କୈନ୍ଦ୍ରିକ ସେବା ଯୋଗାଇ ଦେଉଛନ୍ତି । ଏଠାରେ ଆଧାର ପଞ୍ଜିକରଣ ଓ ସଂଶୋଧନ, ପ୍ୟାନ୍‌ କାର୍ଡ ଓ ପାସପୋର୍ଟ ସେବା, ବ୍ୟାଙ୍କ ଓ ବୀମା ସେବା, ଟେଲିମେଡିସିନ୍ ଓ ଶିକ୍ଷା ସେବା, ଦକ୍ଷତା ବିକାଶ ଓ ଟେଲି-ଆଇନ ମାଧ୍ୟମରେ ଆଇନଗତ ସହାୟତା, କୃଷି ସେବା, ଗ୍ରାମୀଣ ଇ-ଷ୍ଟୋର୍ (ବିଟୁବି), ଉପଯୋଗିତା ବିଲ୍ ପୈଠ, ଏବଂ ଅନ୍ୟାନ୍ୟ ସେବା ମିଳିପାରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+