୩ ଦିନରେ ୧୨ଟି ବିମାନକୁ ମିଳିଲାଣି ବୋମା ଧମକ

ନୂଆଦିଲ୍ଲୀ : ବିମାନରେ ବୋମା ଥିବା ନେଇ ମିଛ ଧମକ କଲ୍‌ ବାରମ୍ବାର ଆସୁଛି। ଆଜି ପୁଣି ୨ଟି ବିମାନକୁ ବୋମା ଥିବା କଲ୍‌ ପରେ ଛନକା ପଶିଛି। ମୁମ୍ବାଇ-ଦିଲ୍ଲୀ ଇଣ୍ଡିଗୋ ଏବଂ ଦିଲ୍ଲୀ-ବେଙ୍ଗାଲୁରୁ ଆକାଶ ଏୟାର୍‌ ବିମାନକୁ ଧମକ ଆସିଛି। ଗତ ୩ ଦିନ ମଧ୍ୟରେ ଏଭଳି ୧୨ ଥର ଧମକ ମିଳିସାରିଛି । ୩ ଦିନରେ ୧୨ ବିମାନକୁ ମିଳିଲାଣି ବୋମା ଧମକ। ତେବେ ସବୁ ଧମକ ଗୁଜବ ଥିଲା। ବଡ଼ ବଡ଼ ରୁଟ୍ ରେ ଯାଉଥିବା ବିମାନ ଗୁଡ଼ିକୁ ଧମକ ମିଳୁଛି। ବୋମା ଧମକ ବିଭିନ୍ନ ଏୟାର ଲାଇନ୍ସର ନିଦ ହଜାଇ ଦେଲାଣି ।

ମୁମ୍ବାଇରୁ ଦିଲ୍ଲୀ ଉଡ଼ାଣ ଭରିଥିବା ଏକ ଇଣ୍ଡିଗୋ ବିମାନକୁ ପ୍ରଥମେ ସୋସିଆଲ ମିଡିଆରେ ଧମକ ମିଳିଥିଲା । ପରେ ଏହି ବିମାନକୁ ଅହମ୍ମଦାବାଦ ଡାଇଭର୍ଟ କରାଯାଇଥିଲା । ୨୦୦ ଯାତ୍ରୀ ଏବଂ କ୍ରିଉ ସଦସ୍ୟଙ୍କୁ ନେଇ ମୁମ୍ବାଇ ଏୟାରପୋର୍ଟରୁ ମଙ୍ଗଳବାର ରାତିରେ ଉଡ଼ାଣ ଭରିଥିଲା ଏହି ଇଣ୍ଡିଗୋ ବିମାନ । କିନ୍ତୁ ସୋସିଆଲ ମିଡିଆରେ ମିଳିଥିବା ଧମକ ପଛରେ କୌଣସି ସତ୍ୟତା ନଥିବା ନେଇ ବୁଧବାର ସ୍ପଷ୍ଟ ହୋଇଛି ।

flights receive bomb threats in 48 hours

ବାରମ୍ବାର ଏପରି ଘଟଣା ଦ୍ଵାରା ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତେଣୁ ସରକାର ଏହାର ତର୍ଜମା କରି ମିଥ୍ୟା କଲ୍‌ କରୁଥିବା ଅପରାଧୀଙ୍କୁ ଧରିବା ସହିତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+