ମହାରାଷ୍ଟ୍ରର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଓଲଟିଲା ଯାତ୍ରୀବାହୀ ବସ୍, ୧୦ ଆହତ
ମହାରାଷ୍ଟ୍ରର ଠାଣେରେ ମୁମ୍ବାଇ-ନାସିକ୍ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ ମିନି ବସ୍ ଓଲଟି ପଡ଼ିବାରୁ ୧୦ ଜଣ ଆହତ ହୋଇଛନ୍ତି । ଗତ ରବିବାର ସକାଳ ୯ଟାରେ କସାରା ଘାଟରେ ଏହି ଦୁର୍ଘଟଣା ଘଟିଥିଲା । ପାଖାପାଖି ୨୦ ଜଣ ଲୋକ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ବସରେ ମୁମ୍ବାଇର କଫ ପରେଡରୁ ନାସିକର ସିନ୍ନର ଯାଉଥିଲେ ।

ଚିନ୍ତାମନୱାଡ଼ି ମୋଡରେ ବସ୍ ଚାଳକ ହଠାତ୍ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଫଳରେ ବସଟି ରାସ୍ତା ଉପରେ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା କସାରା ଥାନା ଇନ୍ସପେକ୍ଟର ସୁରେଶ ଗାଭିତ କହିଛନ୍ତି । ଆହତମାନଙ୍କୁ ଶାହପୁର ଏବଂ ପାଖ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇର ସରକାରୀ ଜେଜେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଥିବା କହିଛି ।












Click it and Unblock the Notifications