Get Updates
Get notified of breaking news, exclusive insights, and must-see stories!

ବେଙ୍ଗାଲୁରୁରେ RCBର ବିଜୟ ଉତ୍ସବ ବେଳେ ଦଳାଚକଟା, ୧୦ ମୃତ

ଗତକାଲି ଆଇପିଏଲ୍‌ ଫାଇନାଲ୍‌ରେ ପଞ୍ଜାବ କିଙ୍ଗ୍ସକୁ ମାତ ଦେଇ ୧୮ ବର୍ଷର ସ୍ୱପ୍ନ ପୂରଣ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏହାପରେ ଆଜି ଟ୍ରଫି ନେଇ ବେଙ୍ଗାଲୁରୁରେ ପହଞ୍ଚିଥିଲା ଦଳ । ଆଜି ବିଜୟ ଶୋଭାଯାତ୍ରାର ଯୋଜନା ରହିଥିଲା । ଏଥିପାଇଁ ପ୍ରଶଂସକଙ୍କ ଜବରଦସ୍ତ ଭିଡ଼ ଜମିଥିଲା ।

ବିଜୟ ଶୋଭାଯାତ୍ରା ପୂର୍ବରୁ ଦଳଚକଟା ସ୍ଥିତି ଉତ୍ପନ୍ନ ହୋଇଛି । ପ୍ରାଥମିକ ସୂଚନା ଅନୁଯାୟୀ ଏହି ଅଘଟଣରେ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇଜଣ ପୁରୁଷ ରହିଥିବା ବେଳେ ଜଣେ ମହିଳା ସାମିଲ ରହିଛନ୍ତି ।

୧୮ ବର୍ଷ ପରେ RCB IPL ଚାମ୍ପିଅନ ହୋଇଛି ତେଣୁ ଲକ୍ଷ ଲକ୍ଷ ସମର୍ଥକ ଷ୍ଟାଡିୟମ ବାହାରେ ଭିଡ଼ ଜମାଇଥିଲେ। ଘଟଣାରେ ୧୦ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

rcb

ପ୍ରଥମ ଥର ପାଇଁ ଆଇପିଏଲ ଟ୍ରଫି ଜିତିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟ ପରେଡରେ ସାମିଲ ହୋଇଥାଆନ୍ତା । ତେବେ ସହରର ଟ୍ରାଫିକ୍ ବ୍ୟବସ୍ଥାକୁ ଦୃଷ୍ଟି ରଖି ବେଙ୍ଗାଲୁରୁ ପୁଲିସ ଚାମ୍ପିଅନ ଆରସିବି ଦଳକୁ ବିଜୟ ପରେଡ୍ ପାଇଁ ଅନୁମତି ଦେଲା ନାହିଁ। ଷ୍ଟାଡିୟମରେ ହେବାକୁ ଥିବା ସମ୍ବର୍ଦ୍ଧନା ସମାରୋହ ପାଇଁ ଲୋକମାନଙ୍କୁ ଭିଡ଼ରୁ ବର୍ତ୍ତିବା ପାଇଁ ମେଟ୍ରୋ ଏବଂ ସରକାରୀ ପରିବହନ ବ୍ୟବହାର କରିବାକୁ ପରାମର୍ଶ ଦେଇଛି । ଷ୍ଟାଡିୟମ ବାହାରେ ଗାଡି ପାର୍କିଂର ସୁବିଧା ନାହିଁ । ତେଣୁ କେବଳ ଟିକେଟ ଏବଂ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+