ଉତ୍ତରପ୍ରଦେଶରେ ଭୟଙ୍କର ଦୁର୍ଘଟଣା, ଚାଲିଗଲା ୧୦ ଜଣଙ୍କ ଜୀବନ
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିଲଗ୍ରାମ ଥାନାର ରୋଶନପୁର ଗ୍ରାମ ନିକଟରେ ଏକ ଡିସଏମ୍ ଓ ଅଟୋ ଧକ୍କା ହୋଇ ୧୦ ଲୋକଙ୍କର ଜୀବନ ଯାଇଛି। ଘଟଣା ଘଟିବା ସଂପର୍କରେ ଖବର ପାଇଁ ପୁଲସ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ୍କୁ ପଠାଇଛି।

ସମସ୍ତ ମୃତ ଅଟୋରେ ଯାଉଥିଲେ ବୋଲି ଜଣାପଡ଼ିଛି। ଜାଣିବାକୁ ମିଳିଛି ଯେ ଡିସିଏମ ଆସି ଅଟୋକୁ ଧକ୍କା ଦେଇଥିଲା। ତେବେ ଧକ୍କା ଏତେ ଜୋର୍ରେ ହୋଇଥିଲା ଯେ ଅଟୋରେ ବସିଥିବା ଲୋକ ଛିଡ଼ିକି କି ଯାଇ ଅଟୋ ବାହାରରେ ପଡ଼ିଥିଲେ। ତେବେ ମୃତକଙ୍କ ମଧ୍ୟରେ ମହିଳାଙ୍କ ସମେତ ଶିଶୁ ବି ଥିବା ଜଣାପଡ଼ିଛି। ପୁଲିସ୍ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।












Click it and Unblock the Notifications