ଟ୍ରଲର ଭିତରେ ପଶିଗଲା କାର , ଚାଲିଗଲା ୧୦ ଜୀବନ
ଅହମଦାବାଦ: ଦ୍ରୁତ ଗତିରେ ଆସି ଟ୍ରକ ତଳେ ପଶିଗଲା କାର । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାରେ ୧୦ ଜଣଙ୍କର ଚାଲିଗଲା ଜୀବନ । ବୁଧବାର ଅମହଦାବାଦ-ଭଦୋଦଦାର ଏକ୍ସପ୍ରେସୱେରେ ଏଭଳି ଘଟଣା ଘଟିଛି । ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି । ଏହି ମର୍ମତୁନ୍ଦ ଦୁର୍ଘଟଣାକୁ ନେଇ ପୁଲିସ ସୂତ୍ରରୁ ପ୍ରକାଶ ଯେ, ଦୁର୍ଘଟଣା ଗ୍ରସ୍ତ କାରଟି ବଡୋଦରାରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରୁଥିଲା ।
ଏହି କାରରେ ୧୦ଜଣ ଯାତ୍ରୀ ବସି ଯାତ୍ରା କରୁଥିଲେ । କାରଟି ଦ୍ରୁତଗତିରେ ଥିବା ବେଳେ ସାମ୍ନାରେ ଯାଉଥିବା ଏକ ଟ୍ରଲରର ପଛପାର୍ଶ୍ୱରେ ମାଡ଼ ହୋଇ ସେହି ଟ୍ରକର ଭିତରକୁ ପଶି ଯାଇଥିଲା । ଆଉ ଦୁୂର୍ଘଟଣା ପରେ କାରଟି ଟ୍ରଲର ପଛରେ ସମ୍ପୂର୍ଣ୍ଣ ଭାବେ ଚାପି ହୋଇଯିବାରୁ ଏଥିରେ ବସିଥିବା କୌଣସି ଯାତ୍ରୀ ବାହାରକୁ ବାହାରି ପାରି ନଥିଲେ । ଫଳରେ କାର ଭିତରେ ୮ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ହସ୍ପିଟାଲରେ ଅନ୍ୟ ଦୁଇଜଣ ଯାତ୍ରୀ ପ୍ରାଣ ହରାଇଥିଲେ ।

ଏଥିରେ ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । ବର୍ତ୍ତମାନ ହସ୍ଫିଟାଲରେ ସେ ଚିକିତ୍ସତ ହେଉଛନ୍ତି । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ପ୍ରବଳ ଭିଡ଼ ଜମା ହୋଇଥିଲା । ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଥିଲା । ଅନ୍ୟପଟେ ଶବଗୁଡ଼ିକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications