ସନାତନ ଧର୍ମ ବିରୋଧି ମନ୍ତବ୍ୟ: ଉଦୟନିଧିଙ୍କ ମୁଣ୍ତ ପାଇଁ ୧୦ କୋଟି ପୁରସ୍କାର ଘୋଷଣା କଲେ ସନ୍ଥ
ସନାତନ ଧର୍ମ ଉପରେ ବିବାଦୀୟ ବିବୃତ୍ତି ଦେବା ପରେ ତାମିଲନାଡୁର ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ସମାଲୋଚନାର ଶିକାର ହୋଇଛନ୍ତି । ବର୍ତ୍ତମାନ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଥିବା ତପସ୍ୱୀ ଚୱନି ମନ୍ଦିରର ମୁଖ୍ୟ ପୁରୋହିତ ପରମହଂସ ଆଚାର୍ଯ୍ୟ ଷ୍ଟାଲିନଙ୍କ ଶିରଚ୍ଛେଦନ କରିବା ପାଇଁ ୧୦ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ସେପଟେ ଏତେ ବିବାଦ ସତ୍ୟେ ନିଜ ବୟାନରେ ଅଟଳ ରହିବେ ବୋଲି କହିଛନ୍ତି ଉଦୟାନିଧି ଷ୍ଟାଲିନ୍ ।

ପୁରୋହିତ ପରମହଂସ ଧମକ ଦେଇ କହିଛନ୍ତି, 'ଷ୍ଟାଲିନଙ୍କ ମୁଣ୍ଡ କାଟି ମୋ ପାଖକୁ ଆଣିଥିବା ବ୍ୟକ୍ତିଙ୍କୁ ମୁଁ 10 କୋଟି ଟଙ୍କା ନଗଦ ପୁରସ୍କାର ଦେବି।ଯଦି କେହି ଷ୍ଟାଲିନଙ୍କୁ ମାରିବାକୁ ସାହସ କରନ୍ତି ନାହିଁ, ତେବେ ମୁଁ ନିଜେ ତାଙ୍କର ହତ୍ୟା କରିବି । ସାଧୁଙ୍କ ଭିଡିଓ ଭାଇରାଲ ହେବା ପରେ ଏହା ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ଉଦୟାନିଧି, "ଆଜି ଜଣେ ସନ୍ଥ ମୋ ମୁଣ୍ଡ ପାଇଁ 10 କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଯିଏ ଉଦୟାନିଧିଙ୍କ ମୁଣ୍ଡ କାଟିବ ସେ ତାକୁ 10 କୋଟି ଟଙ୍କା ଦେବେ ।" ସେ ଜଣେ ପ୍ରକୃତ ସାଧୁ ନା ନକଲି ସାଧୁ ? ତୁମେ ମୋର ଶବ୍ଦ ଏବଂ ମୋ ମୁଣ୍ଡକୁ ଏତେ ପସନ୍ଦ କାହିଁକି କରୁଛ? ତୁମେ ଏତେ ଟଙ୍କା କେଉଁଠୁ ପାଇଲ ? ତୁମେ ମୋ କେଶକୁ କୁଣ୍ତେଇବା ପାଇଁ 10 କୋଟି ଟଙ୍କା କାହିଁକି ଘୋଷଣା କରୁଛ? ଯଦି ତୁମେ ଯଦି ମୁଁ 10 ଟଙ୍କାର ପାନିଆ ଆଣି ଦେବ ମୁଁ ଏହି କାର୍ଯ୍ୟ ନିଜେ କରିଦେବି'।
ଉଦୟନିଧି ଆହୁରି କହିଛନ୍ତି, ଧମକ ପାଇବା ମୋ ପାଇଁ ନୂଆ କଥା ନୁହେଁ । ମୁଁ ସେହି ବ୍ୟକ୍ତିଙ୍କ ନାତି, ଯିଏ ତାମିଲନାଡୁ ପାଇଁ ନିଜ ଜୀବନ ଦେଇ ଦେଇଥିଲେ । ବ୍ରାହ୍ମଣ ବିରୋଧି ଦ୍ରାବିଡିଆନ୍ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ ।












Click it and Unblock the Notifications