୧୦ ବିଧାୟକଙ୍କ ଗୁପ୍ତ ବୈଠକ, ରେବନ୍ତ ସରକାରଙ୍କୁ ଘାରିଛି...

ହାଇଦ୍ରାବାଦ: ଦିଲ୍ଲୀରେ କଂଗ୍ରେସ ଦଳ ପ୍ରଚାର କରିବାରେ ବ୍ୟସ୍ତ ଥିବାବେଳେ ତେଲେଙ୍ଗାନାରେ ଏକ ବଡ଼ ଧରଣର ସମସ୍ୟା ସୃଷ୍ଟି ହୋଇଛି। ୧୦ ଜଣ କଂଗ୍ରେସ ବିଧାୟକ ଏକ ଗୁପ୍ତ ବୈଠକ କରିଛନ୍ତି ବୋଲି ଖବର ରହିଛି। ବିଧାୟକ ଅନିରୁଦ୍ଧ ରେଡ୍ଡୀଙ୍କ ଫାର୍ମହାଉସରେ ୧୦ଜଣ କଂଗ୍ରେସ ବିଧାୟକଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯାହା ଦଳର ଆଭ୍ୟନ୍ତରୀଣ ପାର୍ଥକ୍ୟକୁ ନେଇ କଳ୍ପନା ଜଳ୍ପନାର କାରଣ ହୋଇଛି। ବିଧାୟକଙ୍କ ଗୁପ୍ତ ‌ବୈଠକ ତେଲେଙ୍ଗାନା କଂଗ୍ରେସରେ ବଡ ବିଦ୍ରୋହର ବାର୍ତ୍ତା ଦେଉଛି।

ହାଇଦ୍ରାବାଦ ସହର ଉପକଣ୍ଠରେ ଥିବା ବିଧାୟକ ଅନିରୁଦ୍ଧ ରେଡ୍ଡୀଙ୍କ ଘରେ ବସିଥିଲା ଏହି ଗୁପ୍ତ ବୈଠକ। ଏହି ବୈଠକରେ ଅନିରୁଦ୍ଧଙ୍କ ସହିତ ନୈନୀ ରାଜେନ୍ଦ୍ର ରେଡ୍ଡୀ, ଭୂପତି ରେଡ୍ଡୀ, ୱାଇ ଶ୍ରୀନିବାସ ରେଡ୍ଡୀ, ମୁରଲୀ ନାଏକ, କେ ରାଜେଶ ରେଡ୍ଡୀ, ସଞ୍ଜୀବ ରେଡ୍ଡୀ, ଲକ୍ଷ୍ମୀକାନ୍ତ ରାଓ, ଡି ମାଧବ ରେଡ୍ଡୀ ଓ ବୀର୍ଲା ଇଲିୟାହ ଉପସ୍ଥିତ ଥିଲେ। ଏହି ବୈଠକରେ ବିଶେଷ କରି ଦୁଇ ଜଣ ମନ୍ତ୍ରୀଙ୍କ ବିଷୟରେ ଆଲୋଚନା ହୋଇଥିଲା ବୋଲି ଜଣାପଡ଼ିଛି। ଏହି ଦୁଇ ମନ୍ତ୍ରୀ ଠିକା କାମ ପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି। ବିଶେଷ କରି ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପି ଶ୍ରୀନିବାସ ରେଡ୍ଡୀଙ୍କ ବିରୋଧରେ ଏହି ବିଧାୟକମାନେ ଅଧିକ ଅସନ୍ତୋଷ ଝାଡ଼ିଥିଲେ। ଦଳର ଆହୁରି ଅନେକ ବିଧାୟକ ମଧ୍ୟ ତାଙ୍କ ବିରୋଧରେ ଥିବା ଏହି ବୈଠକରେ ଆଲୋଚନା ହୋଇଥିଲା।

revanth reddy

ଦଳର ୧୦ ବିଧାୟକଙ୍କ ରୁଦ୍ଧଦ୍ୱାର ବୈଠକକୁ ଗୁରୁତ୍ୱର ସହିତ ନେଇଛନ୍ତି ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ। ସେ ଏହାର ସମାଧାନ ପାଇଁ ମନ୍ତ୍ରୀମାନଙ୍କର ଏକ ବୈଠକ ଡାକିଛନ୍ତି। ସ୍ଥିତିର ଆବଶ୍ୟକତାକୁ ଦେଖି ମନ୍ତ୍ରୀ ପି ଶ୍ରୀନିବାସ ରେଡ୍ଡୀ ତାଙ୍କର ସମସ୍ତ ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖି ଦେଇଛନ୍ତି। ସେ ମଧ୍ୟ ମୁଖ୍ୟମନ୍ତ୍ରୀ ଡାକିଥିବା ବୈଠକରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏହା ସହିତ କୌଣସି ପ୍ରକାର ଗୁପ୍ତ ବୈଠକ ନକରିବାକୁ ଦଳର ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ। ଏଭଳି ବୈଠକର ନକାରାତ୍ମକ ପ୍ରଭାବକୁ ଗୁରୁତ୍ୱ ଦେଇ ଏହି ପ୍ରକାର କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ସେ ନିଜ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଧାୟକଙ୍କ ଏହିଭଳି ମେଳି ସାଧାରଣ ଜନତାଙ୍କ ନିକଟକୁ ଭିନ୍ନ ବାର୍ତ୍ତା ପ୍ରେରଣ କରିବ, ଯାହା ଦଳ ପାଇଁ ଭଲ ନୁହେଁ ବୋଲି ଦଳୀୟ ନେତୃତ୍ୱ କହିଥିବା ଜଣାପଡ଼ିଛି।

ସ୍ଥିତିକୁ ଗୁରୁତ୍ୱର ସହିତ ନେଇ ବିଧାୟକମାନଙ୍କ ସହିତ ସମନ୍ୱୟକୁ ଆହୁର ମଜବୁତ କରିବା ପାଇଁ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ। ବିଧାୟକମାନଙ୍କ ପ୍ରସ୍ତାବ ଓ ପରାମର୍ଶକୁ ପ୍ରାଥମିକତା ଦେବାକୁ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ବିଧାୟକମାନେ ଯେତେବେଳେ ସେମାନଙ୍କ ଅଞ୍ଚଳର କୌଣସି ସମସ୍ୟା ନେଇ ଆସୁଛନ୍ତି, ସେତେବେଳେ ସେଗୁଡ଼ିକୁ ଗୁରୁତ୍ୱ ଦେବାକୁ ସେ ମନ୍ତ୍ରୀମାନଙ୍କୁ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+