୮୬ ଦେଶରେ ୧୦ହଜାରରୁ ଉର୍ଦ୍ଧ୍ୱ ଭାରତୀୟ ବନ୍ଦୀ, ସାଉଦି ଆରବରେ୨୬୩୩, ୫୪ ଜଣଙ୍କୁ ମୃତ୍ୟୁଦଣ୍ଡ
ନୂଆଦିଲ୍ଲୀ: ଟିଏମସି ସାଂସଦ ସାକେତ ଗୋଖଲେଙ୍କ ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ ବର୍ତ୍ତମାନ ସମୁଦାୟ ୧୦,୧୫୨ ଭାରତୀୟ ନାଗରିକ ବିଶ୍ୱର ବିଭିନ୍ନ ଦେଶର ଜେଲରେ ଅଛନ୍ତି। ସେ କହିଛନ୍ତି ଯେ ସର୍ବାଧିକ ଭାରତୀୟ ବନ୍ଦୀ ସାଉଦି ଆରବ, ୟୁଏଇ ଏବଂ ନେପାଳରେ ଅଛନ୍ତି। ସାଉଦି ଆରବରେ ୨୬୩୩ ଜଣ ଭାରତୀୟ ସେଠାକାର ଜେଲରେ ଥିବାବେଳେ ଏହାପଛକୁ ସଂଯୁକ୍ତ ଆରବ ଏମିରେଟସ୍(ୟୁଏଇ) ରେ ୨୫୧୮ ଓ ନେପାଳରେ ୧୩୧୭ଜଣ କଏଦୀ ଜୀବନ ଅତିବାହିତ କରୁଛନ୍ତି।
ଏହାବ୍ୟତୀତ କାତାରରେ ୬୧୧, କୁଏତରେ ୩୮୭, ମାଲେସିଆରେ ୩୩୮, ବ୍ରିଟେନରେ ୨୮ ୨୮୮, ପାକିସ୍ତାନରେ ୨୬୬, ଚୀନ୍ରେ ୧୭୩, ଆମେରିକାରେ ୧୬୯, ଇଙ୍କାଲୀରେ ୧୬୮ ଏବଂ ଓମାନରେ ୧୪୮ ଭାରତୀୟ ଏହି ଦଣ୍ଡ ଭୋଗୁଛନ୍ତି । ଏମାନଙ୍କ ମଧ୍ୟରେ ୨୬୮୪ ବିଚାରାଧୀନ କଏଦୀ ସାମିଲ ଥୂବା ଥିବା କୁହାଯାଇଛି। ।

ଏହା ବ୍ୟତୀତ ୫୪ ଭାରତୀୟ ନାଗରିକଙ୍କୁ ବିଦେଶୀ କୋର୍ଟ ମୃତ୍ୟୁଦଣ୍ଡ ଦେଇଛନ୍ତି। ୟୁଏଇରେ ସର୍ବାଧିକ ସଂଖ୍ୟକ ଭାରତୀୟ ମୃତ୍ୟୁଦଣ୍ଡ ପାଇଛନ୍ତି, ଯେଉଁଠାରେ ୨୯ ଜଣ ଭାରତୀୟ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ସେହିଭଳି ସାଉଦି ଆରବ ୧୨ ଜଣ ଭାରତୀୟଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ବିଦେଶୀ ଜେଲ୍ରେ ଥୂବା ଭାରତୀୟ କଏଦୀଙ୍କୁ ସେଠାକାର ଦୂତାବାସ ପକ୍ଷରୁ ସମସ୍ତ ପ୍ରକାର ଆଇନଗତ ସହାୟତା ପ୍ରଦାନ କରାଯାଇଛି। ଅପରପକ୍ଷରେ ମୋଟ ୩୦୭ ଭାରତୀୟ ମତ୍ସ୍ୟଜୀବୀ ବର୍ତ୍ତମାନ ବିଦେଶୀ ଜେଲରେ ଅବସ୍ଥାନ କରୁଥିବା ଜଣାପଡିଛି।
ପାକିସ୍ତାନରେ ସର୍ବାଧିକ ୨୧୭ ଭାରତୀୟ ମତ୍ସ୍ୟଜୀବୀ ବନ୍ଦୀ ବାବେଳେ ଶ୍ରୀଲଙ୍କାରେ ୫୮, ସାଉଦି ଆରବରେ ୨୮ ଓ ବାହାରିନରେ ୪ ଜଣ ମତ୍ସଜି ବନ୍ଦୀ ଅଛନ୍ତି । ୨୦୨୪ରେ ମତ୍ସ୍ୟଜୀବୀ ବନ୍ଦୀ ଶ୍ରୀଲଙ୍କ ପକ୍ଷରୁ ୪୭୯ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଖଲାସ କରାଯ ଯାଇଥିବାବେଳେ ବା ବାଂଲାଦେଶ ପକ୍ଷରୁ ୯୫, ବାହାରିନ ପକ୍ଷରୁ ୪୭, କାତାର ପକ୍ଷରୁ ୨୯ ଏବଂ ସାଉଦି ଆରବ ପକ୍ଷରୁ ୨୭ ମତ୍ସ୍ୟଜୀବୀଙ୍କୁ ଖଲାସ କରାଯାଇଛି । । ବିଦେଶରେ ବନ୍ଦୀ ଥିବା ଭାରତୀୟ ମତ୍ସ୍ୟଜୀବୀଙ୍କ ମୁକ୍ତି ଏବଂ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗକୁ ଭାରତ ସରକାର ସବୁବେଳେ ଗୁରୁତ୍ୱ ଦେଇଆସୁଥିବା ମନ୍ତ୍ରୀ ରାଜ୍ୟସଭାରେ କହିଛନ୍ତି ।












Click it and Unblock the Notifications