ଦିଲ୍ଲୀର ୧୫ଟି ସଂଗ୍ରହାଳୟକୁ ବୋମାରେ ଉଡାଇବାକୁ ଧମକ
Delhi Bomb Threat: ଗତ କିଛି ମାସ ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀରେ ବୋମା ଧମକପୂର୍ଣ୍ଣ ଇମେଲ ଆସିବାର ମାମଲା ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ଦିଲ୍ଲୀ-ଏନସିଆରର ପ୍ରାୟ 100 ଟି ସ୍କୁଲକୁ ବୋମା ଧମକ ଦିଆଯାଇଥିଲା, ଯାହା ପରେ ବର୍ତ୍ତମାନ ଦିଲ୍ଲୀର 10 ରୁ 15 ଟି ସଂଗ୍ରହାଳୟରେ ବିସ୍ଫୋରଣରେ ଉଡାଇବାର ମିଳିଲା ଧମକ ।
ଦିଲ୍ଲୀ ପୋଲିସର ସୂଚନାନୁସାରେ, ମଙ୍ଗଳବାର ଦିନ 10 ରୁ 15 ସଂଗ୍ରହାଳୟକୁ ଏକ ସମୟରେ ବୋମାରେ ଉଡାଇବାର ମିଳିଲା ଧମକ ମିଳିଛି । ଯେଉଁଥିରେ ରେଳ ସଂଗ୍ରହାଳୟର ନାଁ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ବୋମା ଧମକ ମେଲ ବିଷୟରେ ସୂଚନା ପାଇବା ମାତ୍ରେ ଦିଲ୍ଲୀ ପୋଲିସ ସକ୍ରିୟ ହୋଇ ତଦନ୍ତ ଆରମ୍ଭ କରିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢାଇ ଦେଇଛି ।

ହେଲେ ଧମକପୂର୍ଣ୍ଣ ଇମେଲର ଅନୁସନ୍ଧାନ ପରେ ଦିଲ୍ଲୀ ପୋଲିସ ଏହାକୁ ନକଲି ବୋଲି ଘୋଷଣା କରିଛି। ପୋଲିସ କହିଛି ଯେ, ଦିଲ୍ଲୀର ରେଳ ସଂଗ୍ରହାଳୟ ସମେତ 10-15 ସଂଗ୍ରହାଳୟକୁ ଗତକାଲି (ଜୁନ୍ 11) ମିଥ୍ୟା ବୋମା ଧମକ ମିଳିଥିଲା। ଏନେଇ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଆରମ୍ଭ ହୋଇଯାଇଛି ।
ତେବେ ଏହି ମେଲ୍ କେଉଁଠୁ ଆସିଛି ସେ ନେଇ ଦିଲ୍ଲୀ ପୋଲିସ ବର୍ତ୍ତମାନ ତଦନ୍ତ ଆରମ୍ଭ କରିଛି। ତେବେ ଗତ କିଛି ମାସ ମଧ୍ୟରେ ଏଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବୋମା ଧମକପୂର୍ଣ୍ଣ ଇମେଲଗୁଡିକ ଦିଲ୍ଲୀର ସ୍କୁଲ, ଡାକ୍ତରଖାନା, କଲେଜ ଏବଂ ବିମାନବନ୍ଦରକୁ ପଠାଯାଇଛି, ଯାହା ଅନୁସନ୍ଧାନରେ ମିଥ୍ୟା ପ୍ରମାଣିତ ହୋଇଛି।
10-15 museums including the Railway Museum in Delhi received a hoax bomb threat yesterday. A case has been registered and an investigation is underway: Delhi Police
— ANI (@ANI) June 12, 2024
ସେହିପରି ଟରୋଣ୍ଟୋକୁ ଏୟାର କାନାଡା ବିମାନରେ ବୋମା ଥିବା ନେଇ ଦିଲ୍ଲୀ ବିମାନବନ୍ଦରକୁ ଏକ ଇମେଲ ପଠାଇ ଜଣେ 13 ବର୍ଷର ବାଳକ ଧରାପଡିଛି। ଦିଲ୍ଲୀ ପୋଲିସର ସୂଚନାନୁସାରେ, ବାଳକ ଜଣକ ମଜା ନେବା ପାଇଁ ବିମାନରେ ବୋମା ବିପଦ ଥିବା ଏକ ଇ-ମେଲ ପଠାଇଥିଲା ।












Click it and Unblock the Notifications