ପୁଣି ଏନ୍କାଉଣ୍ଟର , ଜଣେ ଆତଙ୍କୀ ନିହତ
କୁପୱାରା: ଜମ୍ମୁ କାଶ୍ମୀରର କୁପୱାରାରେ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି । ସୁଚନାନୁସାରେ ଜମ୍ମୁ-କଶ୍ୱୀରର କୁପୱାରା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ମିଳିଥିବା ସୂଚନାକୁ ଆଧାର କରି ଜୁଲାଇ ୨୩ ଓ ୨୪ରେ ଭାରତୀୟ ସେନା ଓ ଜମ୍ମୁ କଶ୍ମୀର ପୁଲିସ୍ ଦ୍ୱାରା ମିଳିତ ସର୍ଚ୍ଚ ଅପରେସନ କରାଯାଇଛି । ହାର ପ୍ରତିକ୍ରିୟାରେ ଆତଙ୍କବାଦୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୁଳି ଚଳାଇଥିଲେ ।
ରାତି ସାରା ଚାଲିଥିବା ଏନ୍କାଉଣ୍ଟ୍ରରେ ଜଣେ ଅଜଣା ଅତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ସେନା ଯବାନ ଆହତ ହୋଇଛନ୍ତି । ଏହି ଖବର କାହାଣୀ ଲେଖିବା ସମୟରେ ମଧ୍ୟ ଏନକାଉଣ୍ଟର ଚାଲିଥିଲା । ଏନ୍କାଉଣ୍ଟ୍ର ଶେଷ ହେବା ପରେ ଯାଇ ସଂପୂର୍ଣ୍ଣ ତଥ୍ୟ ହସ୍ତଗତ ହେବ ।

କୁପୱାରାରେ ଆତଙ୍କବାଦୀ ଲୁଚିଥିବା ଖବର ସେନାକୁ ମିଳିଥିଲା । ଏହାପରେ ଜମ୍ମୁ କଶ୍ମୀର ପୁଲିସ ସହ ମିଶି ସେନା ପକ୍ଷରୁ ଆରମ୍ଭ ହୋଇଥିଲା ମିଳିତ ଅପରେସନ୍ । ଏଲ୍ଓସି ନିକଟସ୍ଥ ଜଙ୍ଗଳକୁ ଆତଙ୍କବାଦୀମାନେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ସୁରକ୍ଷାବାହିନୀମାନେ ତାଙ୍କୁ ଘେରିଥିଲେ ।
କଶ୍ମୀରରେ ଗତ ୨୪ଘଣ୍ଟାରେ ଏହା ଦ୍ୱିତୀୟ ଏନକାଉଣ୍ଟର । ଗତ ମଙ୍ଗଳବାର ଦିନ ଏଲଓସିରେ ପୁଞ୍ଚ ଜିଲ୍ଲାରେ ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ବେଳେ ସେନା ସହ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ଯବାନ ଆହତ ହୋଇଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ସେ ସହିଦ ହୋଇଥିଲେ ।












Click it and Unblock the Notifications