ମଣିପୁର ହିଂସାରେ ଜଣେ ବିକ୍ଷୋଭକାରୀ ମୃତ , ବିଜେପି-କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା!

କମୁନି ମଣିପୁର ହିଂସା ଓ ଉତ୍ତେଜନା । ମଣିପୁରରରେ ବିରୋଧ ଓ ହିଂସା ଜାରି ରହିଛି। ଏହି ହିଂସାରେ ରବିବାର ଦିନ ଜଣେ ବିକ୍ଷୋଭକାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଜିରିବାମ୍‌ ଜିଲ୍ଲାରେ ଜନତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବାହିନୀ ଗୁଳି ଚାଳନା କରିଥିବା ବେଳେ ରାତି ପ୍ରାୟ ୧୧ଟା ବେଳେ ବାବୁପରାର ୨୦ ବର୍ଷୀୟ ଯୁବକ କେ ଅଥୁବାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।ସଂପୃକ୍ତ ଅଞ୍ଚଳରେ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସର ସ୍ଥାନୀୟ କାର୍ଯ୍ୟାଳୟରୁ ନିଆଯାଇଥିବା ଆସବାବପତ୍ର ଏବଂ ଅନ୍ୟାନ୍ୟ ସମ୍ପତ୍ତିରେ ସ୍ଥାନୀୟ ଲୋକମାନେ ନିଆଁ ଲଗାଇ ଦେଇଛନ୍ତି। ଜିରିବାମ୍ ପୁଲିସ୍ ଷ୍ଟେସନର ୫୦୦ ମିଟର ମଧ୍ୟରେ ଏହି ହିଂସା ଘଟିଥିଲା।

ଅଶାନ୍ତ ପରିବ‌େଶକୁ ପରିଚାଳନା କରିବା ପାଇଁ ସୁରକ୍ଷା ବାହିନୀ ନିୟୋଜିତ ହେବା ସହିତ ଜିଲ୍ଲାରେ ଉତ୍ତେଜନା ଦେଖାଦେଇଛି। ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଯେଉଁଠାରେ ସେମାନେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ତେବେ ତାଙ୍କ ଅବସ୍ଥା କିପରି ଅଛି ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଅଧିକାରୀଙ୍କ ସହ ବିସ୍ତୃତ ବୈଠକ କରି ମଣିପୁରର ସ୍ଥିତି ସମ୍ପର୍କରେ ଆଲୋଚନା କରିବାକୁ ଯାଉଛନ୍ତି।

manipur

ଅନ୍ୟପଟେ ସମଗ୍ର ରାଜ୍ୟରେ ସଶସ୍ତ୍ର ଉଗ୍ରବାଦୀ ସଂଗଠନ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଦାବି କରି ମଣିପୁରର ନାଗରିକ ସମାଜ ରାଜ୍ୟ ସରକାରଙ୍କୁ ୨୪ ଘଣ୍ଟିଆ ସମୟସୀମା ଦେଇଛନ୍ତି। ଆସନ୍ତାକାଲି ସୁଦ୍ଧା ଏ ନେଇ ନିର୍ଣ୍ଣାୟକ ପଦକ୍ଷେପ ନିଆନଗଲେ ହିଂସାତ୍ମକ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ମିଳିଥିବାରୁ ସୁରକ୍ଷା ବାହିନୀ ହାଇଆଲର୍ଟରେ ରହିଛି। ଆଜି ସିଆରପିଏଫ୍‌ ଡିଜି ଜରୁରୀ ମଣିପୁର ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିଛନ୍ତି ଏବଂ ହିଂସାଗ୍ରସ୍ତ ଅଂଚଳରେ ସୁରକ୍ଷା କଡ଼ାକଡ଼ି କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+