ଡଙ୍ଗାବୁଡ଼ି ଜଣେ ମୃତ, ୪ ନିଖୋଜ
କୋରାପୁଟ: ନଦୀରେ ଡଙ୍ଗାବୁଡି ଜଣେ ମୃତ, ୪ ନିଖୋଜ । ପାତାଳି ନଦୀ ତାନସିଂ ଘାଟରେ ଅଘଟଣ ଘଟିଛି । ଆଜି ଅପରାହ୍ନରେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବା ବେଳେ ଏପରି ଅଘଟଣା ଘଟିଥିଲା । ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

ସୂଚନାଅନୁସାରେ, କୁଲାସିଂ ପଞ୍ଚାୟତ ତାନସିଂ ଗାଁର ଲାଲମଣି ୪୦ ବର୍ଷିୟ ସୀମା, ଶଖି ରେଖା ଆର୍ଲାବ(35), ଶାନ୍ତି ସୀମା(7), ନବିନ ଆର୍ଲାବ (14) ଓ ପୁଷ୍ପାଞ୍ଜଳି ଆରଲାବ (6) ଦେଶୀ ଚଲାଇ ପାତାଳୀ ନଦୀ ପାର ହୋଇ ବଡେଲା ଗାଁକୁ ଯାଉଥିଲେ । ହେଲେ ନଦୀ ମଝିରେ ଡଙ୍ଗାଟି ବୁଡି ଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ଜଣଙ୍କ ମୃତ ହୋଇଥିବା ବେଳେ ୪ ଜଣ ନିଖୋଜ ଅଛନ୍ତି । ମୃତକ ହେଲେ ଲାଲ୍ ମଣି ସୀମା ।
ସୁଚନାନୁସାରେ ସମସ୍ତେ ଗତକାଲି ପଡ଼ୋଶୀ ଆନ୍ଧ୍ରରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ । ତେବେ ସନ୍ଧ୍ୟାରେ ଫେରୁଥିବାବେଳେ ନଦୀ ଘାଟରେ ଏକ ଦେଶୀ ଡ଼ଙ୍ଗା ନେଇ ୩ ନାବାଳିକା ଏବଂ ୨ ମହିଳା ପାତାଳି ନଦୀରେ ନିଜେ ଦେଶୀ ଡଙ୍ଗା ମାଧ୍ୟମରେ ଫେରୁଥିଲେ । ହେଲେ ମଝି ନଈରେ ଡଙ୍ଗା ବୁଡ଼ି ସମସ୍ତେ ନିଖୋଜ ହୋଇଯାଇଥିଲେ ।












Click it and Unblock the Notifications