ଏକ କୋଟି ହିନ୍ଦୁ ଶରଣାର୍ଥୀ ବାଂଲାଦେଶରୁ ପଶ୍ଚିମବଙ୍ଗ ଆସିବେ: ଶୁଭେନ୍ଦୁ ଅଧିକାରୀ

କୋଲକାତା : ବାଂଲାଦେଶରେ ହିଂସା ଜାରି ରହିଛି। ଲକ୍ଷ ଲକ୍ଷ ବିକ୍ଷୋଭକାରୀ ସଂରକ୍ଷଣ ନାମରେ ହିଂସାତ୍ମକ ମନୋଭାବ ଗ୍ରହଣ କରିଥିଲେ। ଏହାରି ଭିତରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡିଛନ୍ତି। ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀଦଳର ନେତା ସୁଭେନ୍ଦୁ ଅଧିକାରୀ ସୋମବାର ଏକ ବଡ଼ ବିବୃତ୍ତି ଦେଇଛନ୍ତି।

ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ବାଂଲାଦେଶରୁ ଏକ କୋଟି ହିନ୍ଦୁ ଶରଣାର୍ଥୀ ପଶ୍ଚିମବଙ୍ଗକୁ ଆସିବାକୁ ଯାଉଛନ୍ତି, ତେଣୁ ରାଜ୍ୟ ଏନେଇ ପ୍ରସ୍ତୁତ ହେବା ଉଚିତ୍। ଶୁଭେନ୍ଦୁ କହିଛନ୍ତି ବାଂଲାଦେଶରେ ହିନ୍ଦୁମାନଙ୍କର ନରସଂହାର ଘଟୁଛି, ଯେଉଁଥିରେ ରଙ୍ଗପୁରରେ ମ୍ୟୁନିସିପାଲିଟି କାଉନସିଲର ହରଧନ ନାୟକଙ୍କ ହତ୍ୟା ଏବଂ ସିରାଜଗଞ୍ଜର ପୁଲିସ୍ ଷ୍ଟେସନରେ ୧୩ ଜଣ ପୋଲିସ କର୍ମଚାରୀଙ୍କ ହତ୍ୟା ଅନ୍ତର୍ଭୁକ୍ତ।

Suvendu Adhikari

ସେଥିମଧ୍ୟରୁ ୯ ଜଣ ହିନ୍ଦୁ ଅଛନ୍ତି। ନୋଆଖଲିରେ ହିନ୍ଦୁମାନଙ୍କ ଘର ପୋଡି ପାଉଁଶ ହୋଇଯାଇଛି। ଶୁଭେନ୍ଦୁ ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ସହ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+