ନୋଟାକୁ ୧.୮୧% : ୨୦୨୦ଠାରୁ ଅଧିକ, ୨୦୧୫ ତୁଳନାରେ କମ୍‌ ଭୋଟ

ପାଟନା/ନୂଆଦିଲ୍ଲୀ,୧୫ା୧୧: ବିହାର ବିଧାନସଭା ନିର୍ବାଚନରେ ନନ୍‌ ଅଫ୍‌ ଦି ଏବଭ୍‌ (ନୋଟା) ବିକଳ୍ପକୁ ୨୦୨୦ ତୁଳନାରେ ଅପେକ୍ଷାକୃତ ଅଧିକ ଭୋଟ ମିଳିଛି। କିନ୍ତୁ ଏହା ୨୦୨୫ ନିର୍ବାଚନ ତୁଳନାରେ ଅଧିକ ବୋଲି ନିର୍ବାଚନ କମିଶନ (ଇସି)ଙ୍କ ସୂତ୍ରରୁ ପ୍ରକାଶ। ଡେଟା ଅନୁସାରେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ର ନୋଟା ବିକଳ୍ପ ୧.୮୧% ବା ୬,୬୫,୮୭୦ ଭୋଟ ଟାଣିବାରେ ସକ୍ଷମ ହୋଇଛି। ବିହାରରେ ୭.୪୫ କୋଟି ଭୋଟର ଥିବାବେଳେ ୬୬.୯୧% ମତଦାନ ହୋଇଥିଲା, ଯାହାକି ୧୯୫୧ ପରଠୁ ସର୍ବାଧିକ। ୩.୫୧% ମତଦାତା ଭୋଟ ଦେବା ବିହାର ଇତିହାସରେ ରେକର୍ଡ। ତେବେ ସେମାନଙ୍କ ମଧ୍ୟରୁ ୧.୮୧% ନୋଟାକୁ ବାଛିଛନ୍ତି।

1 81 votes for NOTA More than 2020 less than 2015

୨୦୨୦ରେ ୭,୦୬,୨୫୨ ଭୋଟର ନୋଟାକୁ ବାଛିଥିଲେ, ଯାହାକି ମୋଟ ମତଦାନର ୧.୬୮%। ଅନ୍ୟପକ୍ଷେ ୨୦୧୫ରେ ୩.୮ କୋଟି ମତଦାତାଙ୍କ ମଧ୍ୟରୁ ୯.୪ ଲକ୍ଷ ଅର୍ଥାତ୍‌ ୨.୪୮% ନୋଟା ବଟନ୍‌ ଦବାଇଥିଲେ। ବିହାର ନିର୍ବାଚନରେ ନୋଟାକୁ ୨୦୨୪ରେ ସର୍ବନିମ୍ନ ଭୋଟ ମିଳିଥିଲା। ଉଲ୍ଲେଖଯୋଗ୍ୟ, ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କୌଣସି ପ୍ରାର୍ଥୀ ପସନ୍ଦକୁ ନ ଆସିଲେ ଜଣେ ଭୋଟର ନୋଟା ବିକଳ୍ପ ବାଛିପାରିବେ। ୨୦୧୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟଙ୍କ ଏକ ରାୟ ଅନୁସାରେ ସେହିବର୍ଷରୁ ଏହି ବିକଳ୍ପର ବ୍ୟବସ୍ଥା କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+