ଲୁଟିନେଲେ ୧୨ କୋଟିର ଆଇଫୋନ, ନିଲମ୍ବିତ ହେଲେ ୩ ପୋଲିସ
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ବଡ଼ ଧରଣର ଲୁଟ୍ । ୧୨ କୋଟିର ଆଇଫୋନ ଚୋରି । ଗୁରଗାଓଁରୁଚେନ୍ନାଇ ଯାଉଥିବା ବେଳେ ହାଇୱେ ଉପରୁ ଏହି ଚୋରି ହୋଇଛି । ଡ୍ରାଇଭରଙ୍କ ହାତ ଗୋଡ ବାନ୍ଧି କଣ୍ଟେନରରେ ଥିବା ଆଇଫୋନ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ୧୨ କୋଟି ଟଙ୍କାର ୧୬୦୦ ଟି ଆଇଫୋନ ଲୁଟି ନେଇଥିବା ଜଣାପଡିଛି ।
ହାଇଦ୍ରାବାଦରୁ ଉତ୍ତରଭାରତକୁ ଏହି ଫୋନଗୁଡ଼ିକ ଏକ ଟ୍ରକରେ ନିଆଯାଉଥିବାବେଳେ ଲୁଟେରାମାନେ ମଧ୍ୟପ୍ରଦେଶର ସାଗର ଜିଲାରେ ଏହି ଘଟଣା ଘଟିଛି। ତେବେ ଅଭିଯୋଗ ପରେ ପୁଲିସର ଅବହେଳାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଘଟଣା ପରଦିନ ଅଭିଯୋଗ ହୋଇଥିଲେ ହେଁ ପୁଲିସ ୧୫ ଦିନ ପରେ ମାମଲା ରୁଜୁ କରିଛି।

ଆଇଫୋନ ଚୋରି ହେବା ନେଇ ଅଭିଯୋଗକୁ ପଞ୍ଜିକରଣ କରିବାରେ ଅବହେଳା ପାଇଁ ପୋଲିସକୁ ମହଙ୍ଗା ପଡିଛି। ଏହି ମାମଲାରେ ଜଣେ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି ଏବଂ ୨ ଜଣ ପୋଲିସଙ୍କୁ ନେଇ ତଦନ୍ତ କରାଯାଉଛି। ସାଗରର ଅତିରିକ୍ତ ପୋଲିସ ଅଧୀକ୍ଷକ ସଞ୍ଜୟ ଉଇକେ କହିଛନ୍ତି ଯେ, ସାଗର ଜୋନର ପୋଲିସ ମହାନିରିକ୍ଷକ ପ୍ରମୋଦ ବର୍ମା ଶୁକ୍ରବାର ଦିନ ଯେଉଁ ପୋଲିସକର୍ମୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ସେଥିରେ ବାନ୍ଦରୀ ଥାନା ପ୍ରଭାରୀ ନିରୀକ୍ଷକ ଭାଗଚନ୍ଦ ଉଇକେ ଏବଂ ସହାୟକ ଉପନିରୀକ୍ଷକ ରାଜେନ୍ଦ୍ର ପାଣ୍ଡେ ମଧ୍ୟ ସାମିଲ ଅଛନ୍ତି। ସେମାନଙ୍କୁ ହୋଲ୍ଡରେ ରଖାଯାଇଛି। ସେହିପରି କନେଷ୍ଟବଳ ରାଜେଶ ପାଣ୍ଡେଙ୍କୁ ନିଲମ୍ବିତ କରାଯାଇଛି।












Click it and Unblock the Notifications