ସିକିମରେ ପ୍ରବଳ ବର୍ଷା: ୬ ଜଣଙ୍କ ମୃତ୍ୟୁ, ୧୫ ଆହତ
Sikkim Rain: ସିକିମରେ ପ୍ରବଳ ବର୍ଷା, ୬ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ୧୫ ଶହରୁ ଅଧିକ ପର୍ଯ୍ୟଟକ ଫସି ରହିଛନ୍ତି । ସୂଚନା ଅନୁସାରେ ରାଜ୍ୟରେ ଏବେ ବି ଲଗାଣ ବର୍ଷା ଲାଗି ରହିଛି ଫଳରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ।

ସୂଚନା ଅନୁସାରେ, ସିକିମର ପାହାଡ଼ିଆ ଅଞ୍ଚଳରେ ଲଗାଣ ଯୋଗୁଁ ତଳକୁ ଖସୁଥିବା ସ୍ରୋତର ପ୍ରଖର ଅଧିକ ରହିଛି । ରାସ୍ତା ଘାଟରେ ପାଣି ଜମି ରହିଛି । ସେହିପରି ରାଜ୍ୟରେ ବିଭିନ୍ନ ସ୍ଥାନନରେ ବର୍ଷା ଲାଗି ରହିଛି । ଫଳରେ ଅନେକ ପର୍ଯ୍ୟଟକ ଫସି ରହିଛନ୍ତି ।
ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି । ବର୍ଷା ଯୋଗୁଁ ବିଜୁଳି ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ଏପରିକି ମୋବାଇଲ୍ ନେଟୱାର୍କ ମଧ୍ୟ କାମ କରୁ ନାହିଁ । ସେହିପରି ପ୍ରବଳ ବର୍ଷା ଯୋଗୁ ଭୁସ୍ଖଳନ ହେବାର ସମ୍ଭାବନା ରହିଛି । ସେଥିପାଇଁ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନରୁ ପଳାଯିବା ପାଇଁ ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି ।












Click it and Unblock the Notifications