ଫେବୃୟାରୀ ୨୮ ପରଠାରୁ ଇରାନରେ ୧ ହଜାର ୯୭ ଜଣଙ୍କ ମୃତ୍ୟୁ
ଆମେରିକା ସ୍ଥିତ ମାନବାଧିକାର କର୍ମୀ ସମ୍ୱାଦ ସଂସ୍ଥା କହିଛି ଯେ ଫେବୃଆରୀ ୨୮ ପରଠାରୁ ଇରାନରେ ୧ ହଜାର ୯୭ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଅଧିକାର ସଂଗଠନ କହିଛି ଯେ ମୃତକଙ୍କ ମଧ୍ୟରୁ ୧୮୧ ଜଣ ୧୦ ବର୍ଷରୁ କମ୍ ବୟସର ଶିଶୁ ଥିଲେ। ଏହା ସହିତ, ୧୦୦ ଜଣ ଶିଶୁ ସମେତ ସାଧାରଣ ନାଗରିକ ଆହତଙ୍କ ସଂଖ୍ୟା ୫ ହଜାର ୪୦୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ସାମରିକ ଘାଟି, ଚିକିତ୍ସା କେନ୍ଦ୍ର ଏବଂ ଆବାସିକ ଅଞ୍ଚଳରେ ୧୦୪ ଟି ଆକ୍ରମଣ ହୋଇଥିବା ସଂଗଠନ କହିଛି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଏତର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାର ଉଲ୍ଲଂଘନକୁ ନିନ୍ଦା କରିଛନ୍ତି। ଗତକାଲି କୁଏତର ଯୁବରାଜ ଶେଖ ସବା ଅଲ-ଖାଲେଦ ଅଲ-ହମାଦ ଅଲମୁବାରକ ଅଲ-ସବାଙ୍କ ସହ ଫୋନ୍ ଯୋଗେ କଥାବାର୍ତ୍ତା କରି ସେ କହିଛନ୍ତି ଯେ ଭାରତ ଏହି କଷ୍ଟକର ସମୟରେ କୁଏତର ଲୋକଙ୍କ ସହିତ ରହିଛିଛି। ଶ୍ରୀ ମୋଦି ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବାରେ ଆଲୋଚନା ଏବଂ କୂଟନୀତିର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି।












Click it and Unblock the Notifications