ଶତରେ କଣ ୩୦ ମିନିଟ ଚାଲିବ ଦ୍ୱାରା ମିଳିଥାଏ ଏହି ସବୁ ଫାଇଦା, ଜାଣିଲେ ହେବ ଆଶ୍ଚର୍ଯ୍ୟ

ଆଜିକାଲି ସୌଖୀନ ଜୀବନରେ ମଣିଷ ସହଜ ଓ ସରଳ ଉପାୟ ଅବଲମ୍ବନ କରୁଛି । ଖାଲି ଦୀର୍ଘ ରାସ୍ତା କାହିଁକି, ଡାକେ ବାଟ ବି ଏବେ ଲୋକେ ଗାଡି ଧରି ଯାଉଛନ୍ତି । ଗାଡିର ବ୍ୟବହାର କହିପାରନ୍ତି ଅବା ଅଳସୁଆପଣ ପାଇଁ ମଣିଷ ଏବେ ପରିବା, ମାଛ, ଭଳି ଛୋଟ ଛୋଟ ଘରୋଇ ସାମଗ୍ରୀ ଆଣିବାକୁ ପାଦ ଚଲା ବାଟ ପାଇଁ ବି ଗାଡିରେ ଯାଉଛି । ଚାଲିବା କହିବାକୁ ଗଲେ ଏକ ପ୍ରକାର ଭୁଲି ଗଲାଣି... ତେଣୁ ଏହି ନଚାଲିବା କାରଣରୁ ଶରୀର ଅସୁସ୍ଥ ରହୁଛି, ବିଭିନ୍ନ ପ୍ରକାର ରୋଗ ମାଡି ବସୁଛି ବୋଲି ଡାକ୍ତରମାନେ କହୁଛନ୍ତି...

walking

ଚାଲିବା ଦେହ ପାଇଁ ହିତ କାରକ । ଚାଲିଲେ ମଣିଷ ଶରୀର ସୁସ୍ଥ ରୁହେ । ପ୍ରତିଟି ଲୋକ ନିଜ ଦୈନନ୍ଦୀନ ଜୀବନରେ ଚାଲିବା ନିହାତି ଦରକାର ବୋଲି ବାରମ୍ବାର ପରାମର୍ଶ ଦେଉଥିବା ବେଳେ ଆମେ ଅନେକ ସମୟରେ ଆଜି ଚାଲିବି କାଲିଠୁ ଚାଲିବି କହି ନିଜକୁ ଠକୁଥାଉ ଏବଂ ଡେରି ଯାଏଁ ଶୋଇ ରହୁ...

ତେବେ ବ୍ୟସ୍ତବହୁଳ ଜୀବନ ଏବଂ ପରିବର୍ତ୍ତିତ ଜୀବନଶୈଳୀ ଭିତରେ ଜାଣନ୍ତୁ ପ୍ରତିଦିନ ଚାଲିଲେ ଶରୀର ପାଇଁ ଲାଭ କଣ ? ଚାଲିବା ଆମ ଦେହ ପାଇଁ କେତେ ଉପକାରୀ ?

୩୦ ମିନିଟ୍ ଚାଲିଲେ ଲାଭ କଣ ?
-ଆପଣ ଯଦି ବ୍ୟାୟାମ କରିବାକୁ ଚାହୁଁ ନାହାନ୍ତି ତେବେ ପ୍ରତିଦିନ ୩୦ ମିନିଟ୍ ଚାଲନ୍ତୁ
-ଦୈନିକ ୩୦ ମିନିଟ୍ ଚାଲିଲେ ମଣିଷ ଉଭୟ ଶାରୀରିକ ଏବଂ ମାନସିକ ଭାବେ ସୁସ୍ଥ ରୁହେ
-ହୃଦରୋଗ ସମସ୍ୟା ଦୂର କରେ, ଶରୀରର ଓଜନ ନିୟନ୍ତ୍ରଣରେ ରୁହେ
-ଚାଲିବା ଦ୍ୱାରା ମଣିଷ ଚାପମୁକ୍ତ ରୁହେ
-ମାଂସପେଶୀ ଏବଂ ହାଡ ଶକ୍ତ ହୁଏ
-ଖାଇବା ପରେ ୩୦ ମିନିଟ୍ ଚାଲିବା ଶରୀରର ହଜମ ଶକ୍ତି ବଢାଏ
-ଚାଲିବା ଦ୍ୱାରା ମନ ହାଲକା ହୁଏ, ସୃଜନଶୀଳ ଶକ୍ତି ବୃଦ୍ଧି ପାଏ
-ଚାଲିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ରୁହେ, ହୃଦଘାତର ସମ୍ଭାବନା କମ୍ ଥାଏ
-ଚାଲିଲେ ଭବିଷ୍ୟତରେ ଡାଇବେଟିସ ହେବାର ସମ୍ଭାବନା ମଧ୍ୟ କମ୍ ଥାଏ
-ଶରୀରରୁ ମୋଟାପଣ ଦୂର କରିବା ପାଇଁ ଚାଲିବା ନିହାତି ଜରୁରୀ
-ଚାଲିବା ଦ୍ୱାରା ଅଣ୍ଠୁଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧାରୁ ଉପଶମ ମିଳେ
-ଘାସ ଉପରେ ଖାଲି ପାଦରେ ଚାଲିଲେ ସୁଖ ନିଦ୍ରା, ମାନସିକ ଶାନ୍ତି, ଦୃଷ୍ଟିଶକ୍ତି ବୃଦ୍ଧି, ମନୋବଳ ବଢେ ।
ତେଣୁ ତୁରନ୍ତ ଅଳସୁଆମୀ ଛାଡନ୍ତୁ, ୩୦ ମିନିଟ୍ ଦୈନିକ ଚାଲି ଶରୀରକୁ ଫୁର୍ତ୍ତି କରନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+