Get Updates
Get notified of breaking news, exclusive insights, and must-see stories!

Yoga: ସନ୍ଧ୍ୟାରେ କେଉଁ ଯୋଗ କରିପାରିବେ ? ସନ୍ଧ୍ୟାରେ ଯୋଗ କରିବାର ଲାଭ ...

ଯୋଗ କରିବା ଦ୍ବାରା ଶରୀର ସୁସ୍ଥ ରୁହେ ବୋଲି ଅନେକ କାଳରୁ ଆମ୍ଭେମାନେ ଜାଣିଛେ । ଆଉ ବର୍ତ୍ତମାନ ଲୋକମାନେ ସୁସ୍ଥ ରହିବା ପାଇଁ ପ୍ରତିଦିନ ଯୋଗ ଅଭ୍ୟାସ କରିବା ଜରୁରୀ । ଲୋକମାନେ ନିଜ କାମରେ ବ୍ୟସ୍ତ ରହୁଥିବା କାରଣରୁ କେଉଁ ସମୟରେ ଯୋଗ କରିବେ ତାହା ଜାଣି ପାରୁନାହାନ୍ତିଁ । ହେଲେ କିଛି ଲୋକ ସକାଳୁ ସମୟ ବାହାର କରି ନିଜ ଫିଟନେସ ପ୍ରତି ଧ୍ୟାନ ଦେଇପାରୁନାହାନ୍ତି । ଆଉ କିଛି ଲୋକ ସନ୍ଧ୍ୟା ସମୟରେ ଫିଟନେସ ପାଇଁ ୱାର୍କଆଉଟ୍ କରୁଛନ୍ତି ।

ତେବେ କେଉଁ ସମୟରେ ଯୋଗ କରିବା ଉଚିତ, ତାହା ଅନେକ ଲୋକ ଜାଣିନଥାନ୍ତି । କିଛି ଲୋକ ସକାଳେ ଯୋଗ କରିବା ଉଚିତ ବୋଲି ଭାବି ସନ୍ଧ୍ୟାରେ ଆଉ ଯୋଗ କରନ୍ତି ନାହିଁ । କିନ୍ତୁ ସନ୍ଧ୍ୟା ସମୟରେ ଯୋଗ କରିବାର ଅନେକ ଫାଇଦା ମଧ୍ୟ ରହିଛି । ଯଦି ଆପଣ ସନ୍ଧ୍ୟା ସମୟରେ ଯୋଗ କରିବାକୁ ମନ କରନ୍ତି, ତେବେ ଆପଣ କରିପାରିବେ । ତେବେ ଏଥିପାଇଁ କିଛି ଖାଦ୍ୟପାନୀୟ ଉପରେ ଧ୍ୟାନ ରଖିବାକୁ ହେବ ।

yoga in evening

ସନ୍ଧ୍ୟାରେ ଯୋଗ କରିବାର ଲାଭ :

ସନ୍ଧ୍ୟାରେ ଖାଦ୍ୟ ଖାଇବାର ୪ ଘଣ୍ଟା ପରେ ସନ୍ଧ୍ୟାରେ ଯୋଗ କରିପାରିବେ ।

ସନ୍ଧ୍ୟାରେ ଯୋଗ କରିବା ଅଧିକ ଲାଭଦାୟକ ହୋଇଥାଏ ବୋଲି କିଛି ଲୋକେ ଭାବନ୍ତି । ସନ୍ଧ୍ୟା ସମୟରେ ଅଧିକାଂଶ ଲୋକଙ୍କର କୌଣସି କାମ ନ ଥାଏ , ତେଣୁ ସେମାନେ ଅଧିକ ସମୟ ପର୍ଯ୍ୟନ୍ତ ଯୋଗ କରିପାରନ୍ତି ।

କେଉଁ କେଉଁ ଯୋଗ କରିପାରିବା ଉଚିତ :

ସନ୍ଧ୍ୟା ସମୟରେ କିଛି ବିଶେଷ ଯୋଗ କରବା ଶରୀର ପାଇଁ ଲାଭଦାୟକ ହୋଇଥାଏ ।

ଅଧୋମୁଖାସନ : ଏହି ଆସନ ଗୋଡ ଓ ପେଟର ମାଂସପେଶୀ ପାଇଁ ଭଲ ହୋଇଥାଏ । ଯାହା ଦିନ ସାରା ଷ୍ଟ୍ରେସରୁ ଆରାମ ଦେଇଥାଏ ।

ପଶ୍ଚିମୋତ୍ତସନ: ଏହି ଆସନ ପେଟ ଚର୍ବି କମ୍‌ ହେବାରେ ସାହାଯ୍ୟ କରିଥାଏ । ଆଉ ହଜମ ଶକ୍ତି ବୃଦ୍ଧି ପାଇଥାଏ ।

ଉତ୍ତାନସନ୍‌ :ଏହି ଆସନ ଦ୍ୱାରା ଇମ୍ଯୁନ ସିଷ୍ଟମ୍‌ ମଜବୁତ ହୋଇଥାଏ । ପିଠି ଯନ୍ତ୍ରଣାରୁ ମଧ୍ୟ ଆରାମ ମିଳିଥାଏ । ମସ୍ତିଷ୍କ ଶାନ୍ତ ରୁହେ।

ତ୍ରିକୋଣାସନ : ଏହି ଆସନ ଫିଟ୍ ରଖିଥାଏ । ଏହା ସହିତ ଅପଚ ଓ ଏସିଡିଟିରୁ ମଧ୍ୟ ମୁକ୍ତି ମିଳିଥାଏ ।

ଅର୍ଦ୍ଧମତ୍ରେନ୍ଦ୍ରାସନ : ଦିନସାରା ବସି ବସି ମେରୁଦଣ୍ଡରେ ଷ୍ଟ୍ରେସ ବଢିଥାଏ । ତେଣୁ ଏହି ଆସନ କରିବା ଦ୍ବାରା ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ରକ୍ତ ସର୍କୁଲେସନ ଭଲ ହୁଏ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+