Yoga For life: ପ୍ରତିଦିନ ଯୋଗ କରନ୍ତୁ , ସୁସ୍ଥ ରୁହନ୍ତୁ
ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକମାନଙ୍କ ପାଖରେ ସମୟ ନାହିଁ । ତେଣୁ ଲୋକେ କମ୍ ବୟସରେ ଅସୁସ୍ଥ ହୋଇପଡୁଛନ୍ତି। ତେବେ ବ୍ୟସ୍ତମୟ ଜୀବନରୁ କିଛି ସମୟ ବାହାର କରି ପ୍ରତିଦିନ କିଛି ଯୋଗ କରିବା ଉଚିତ।

କେତେକ ମନେ କରନ୍ତି ଯେ ଏକଘଣ୍ଟାରୁ କମ୍ ସମୟ ଯୋଗ କଲେ ଶରୀର ପାଇଁ ଲାଭଦାୟକ ନୁହେଁ। କିନ୍ତୁ ଏହା ଠିକ୍ ନୁହେଁ। ଅଳ୍ପ କିଛି ସମୟ ଯୋଗ ବି ଶରୀର ପାଇଁ ଲାଭଦାୟକ ହୋଇଥାଏ । ଆପଣଙ୍କ ଜୀବନରେ ଯେକୌଣସି ସମୟରେ ଯୋଗକୁ ସାମିଲ କରିପାରିବେ। ଏହାର କିଛି ପଦ୍ଧତି ରହିଛି।
ସାଧାରଣ ଷ୍ଟ୍ରେଚିଙ୍ଗ୍ ଜରିଆରେ ଆପଣ ସୁସ୍ଥ ଅନୁଭବ କରିପାରିବେ। ଷ୍ଟ୍ରେଚିଙ୍ଗ୍ ମଧ୍ୟ ଯୋଗର ଏକ ରୂପ ଅଟେ। ଏହାଦ୍ୱାରା ଶରୀରର ବେକାର ଅଂଶ ନଷ୍ଟ ହୋଇଯାଇଥାଏ। ଯଦି ଆପଣ ଅଧିକ ହାଲିଆ ହୋଯାଇଥିବେ କିମ୍ବା ଡିପ୍ରେସନରେ ରହିଥିବେ ତା'ହେଲେ ଯୋଗର ଗୋଟିଏ ଦୁଇଟି ଆସନ କରିବା ଦ୍ୱାରା ନିଜକୁ ସୁସ୍ଥ ମନେ କରିବେ। ପ୍ରତିଦିନ କିଛି ସମୟ ଯୋଗ କଲେ ଫିଟ୍ ଓ ଶାନ୍ତ ଅନୁଭବ କରିବେ। ଏହାସହିତ ଆପଣଙ୍କ ଏକାଗ୍ରତ ଓ ମସ୍ତିଷ୍କର କାର୍ଯ୍ୟକ୍ଷମତ ବୃଦ୍ଧି ପାଇଥାଏ । ଯଦି ନିୟମିତ ଯୋଗ କରିବାକୁ ଚାହୁଁଛନ୍ତି ତା'ହେଲେ ନିମ୍ନଲିଖିତ ଟିପ୍ସଗୁଡ଼ିକ ଉପରେ ଧ୍ୟାନ ରଖିବା ଜରୁରୀ।
ଯୋଗ କରିବା ପୂର୍ବରୁ ନିଜେ କେତେ ସୁସ୍ଥ ଅଛନ୍ତି ପରୀକ୍ଷା କରାଇ ନେବା ଉଚିତ। କାରଣ ଅସୁସ୍ଥ ଥିଲେ ଯୋଗ କରିବା ଅନୁଚିତ।
ଯୋଗ କରିବାର ପ୍ରକୃଷ୍ଠ ସମୟ ହେଲା ସକାଳ ଓ ସନ୍ଧ୍ୟା।
- ଯୋଗ କରିବା ପୂର୍ବରୁ ନିତ୍ୟକର୍ମ ଶେଷ କରନ୍ତୁ।
- ଯୋଗ କରିବା ପୂର୍ବରୁ ପେଟ ଖାଲି ରଖନ୍ତୁ।
- ଯୋଗ କରିବା ପାଇଁ ଖୋଲା ପଡ଼ିଆ ବା ପାର୍କ ପ୍ରକୃଷ୍ଠ ସ୍ଥାନ। ପ୍ରଚୁର ଅମ୍ଳଜାନ ଉପଲବ୍ଧ ହେଉଥିବା ସ୍ଥାନରେ ଯୋଗ କରନ୍ତୁ। ଘରେ ଯୋଗ କରୁଥିଲେ କବାଟ, ଝରକା ଖୋଲା କରି ଦିଅନ୍ତୁ। ଯୋଗ କରୁଥିବା ସ୍ଥାନ ପ୍ରଦୂଷଣମୁକ୍ତ ହୋଇଥିବା ନିହାତି ଜରୁରୀ।
- ୧୫ ମିନିଟରୁ ୧ ଘଣ୍ଟା ପର୍ଯ୍ୟନ୍ତ ଯୋଗ କରିପାରିବେ।
- ଯୋଗ କରିବାର ଅଧାଘଣ୍ଟା ପର୍ଯ୍ୟନ୍ତ ଗାଧୋଇବେ ନାହିଁ।
-ଯଦି ଆପଣ ବିଭିନ୍ନ ପ୍ରକାର ଯୋଗ କରୁଛନ୍ତି ତେବେ ସେନେଇ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରନ୍ତୁ।












Click it and Unblock the Notifications