ଓଜନ ବୃଦ୍ଧିକୁ ନେଇ ଚିନ୍ତିତ କି ? ସ୍ବାସ୍ଥ୍ୟକର ପାନୀୟ ଆପଣାନ୍ତୁ
ବ୍ୟସ୍ତବହୁଳ ହି ଜୀବନରେ ଆମେ ନିଜର ଖାଦ୍ୟପେୟ ଉପରେ ସାଧାରଣତ ଧ୍ୟ୍ୟାନ ଦେଇନଥାଉ , କିନ୍ତୁ ଏହା ଉପରେ ଧ୍ୟ୍ୟାନ ନଦେବା ଆମପାଇଁ ଘାତକ ସାଜିପାରେ ।
ଉତ୍ତମ ଜୀବନଶୈଳୀ ଆମକୁ ସୁସ୍ଥତା ରଖିବା ସହ ଆମ ଶରୀରକୁ ସୁସ୍ଥ ରଖିଥାଏ । ଆପଣ ମାନେ ଜାଣନ୍ତି କି ଆମର ଉତ୍ତମ ଜୀବନଶୈଳୀ ପାଇଁ ଆମକୁ ସୁସ୍ଥ ଖାଇବା ସହ ସୁସ୍ଥ ପାନୀୟ ଆମକୁ ସୁସ୍ଥ ରଖିଥାଏ ।
ସୂଚନା ଅନୁଯାୟୀ ଆଜିକାଲି ଲୋକମାନେ ଫିଟନେସ୍ ପ୍ରତି ଏକ ସଚେତନ ହେଲେଣି । ସେମାନେ ଓଜନ କମାଇବାକୁ ଚାହାଁନ୍ତି ଏବଂ ଏଥିପାଇଁ ଭିନ୍ନ-ଭିନ୍ନ ଖାଦ୍ୟପେୟ ସହ ସ୍ବାସ୍ଥ୍ୟକର ପାନୀୟକୁ ନିଜ ଜୀବନଶୈଳୀରେ ଆପଣାଇଛନ୍ତି । ଯେଉଁଥିରେ କିଛି ଲୋକ ଜିମରେ ଘଣ୍ଟା-ଘଣ୍ଟା ଉତ୍ତମ ବ୍ୟାୟମ କରିବା ସହ ସୁସ୍ଥକର ଡାଏଟ ଖାଦ୍ୟ ନିଜ ଖାଦ୍ୟପେୟରେ ସାମିଲ କରୁଛନ୍ତି ।

ତଥାପି, ବି ଆପଣ ଜାଣନ୍ତି କି ଏମିତି କିଛି ସ୍ବାସ୍ଥ୍ୟ କର ପାନୀୟ ଅଛି ଯାହା ଆମକୁ ସୁସ୍ଥ ରଖେ ଓ ଆମକୁ ଓଜନ କମାଇବାରେ ସାହାଯ୍ୟ ମିଳେ । ଏହାର ମଧ୍ୟରେ କିଛି ପାନୀୟ ସବୁ ବେଳେ ଘରେ ରଖା ହୋଇ ଥିବା ସାମଗ୍ରୀ ରୁ ପ୍ରସ୍ତୁତ ହୁଏ ।
ଚାଲନ୍ତୁ , ଆଜି ଆମେ ଜାଣିବା ସେଇ ସ୍ବାସ୍ଥ୍ୟକର ପାନୀୟ ବିଷୟରେ ।
ପ୍ରଥମେ ଜାଣନ୍ତୁ ଘରେ ଥିବା ଜିନିଷରେ ଆପଣ କେମିତି ନିଜର ଓଜନ କମାଇପାରିବେ
- .ଲେମ୍ବୁ ପାଣିରେ ଆପଣ ଯଦି ମହୁ ମିଶାଇ ପିଇବେ ତେବେ ଏହା ଆପଣଙ୍କ ଶରୀରର ଓଜନ କମ ହେବ , ଏହାଦ୍ବାରା ମେଟାବୋଲିଜିମ ର ପରିମାଣ କମ ହୋଇଥାଏ
- ଏଥିସହ ଘରେ ଥିବା ପାନମଧୁରୀ ମଧ୍ୟ ଆପଣ ଓଜନ କମ କରିବା ପାଇଁ ବ୍ୟବହାର କରିପାରିବେ , ଏହା ଭୋକ କମ କରେ ,ଓ ପାଟନ ଶକ୍ତିକୁ ବୃଦ୍ଧି ରଖିଥାଏ ,
- ଓଜନ କମ କରିବା ପାଇଁ ଉଷୁମ ପାଣିରେ ପାନ ମଧୁରୀ ପକାଇ ୧୦ ମିନିଟ ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ ପରେ ସେହି ପାଣି କୁ ଛାଣି ଆପଣ ପିଇପାରିବେ ଏହାଦ୍ବାରା ଓଜନ କମ ହୋଇଯିବ
- ଏଥିସହ ଆପଣ ଡାଲଚିନି ପାଣି ବି ପିଇପାରିବେ ଡାଲଚିନି କୁ ଆପଣ ରାତିରେ ଭିଜାଇ ରଖିପାରିବେ ସେହି ପାଣିକୁ ଆପଣ ସକାଳେ ପିଇବା ଦ୍ବାରା ଆପଣଙ୍କ ଓଜନ କମିପାରିବ
- ଏଥିସହ ଆପଣ ଜିରା ପାଣି ବି ପିଇପାରିବେ ଏହି ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ହିତକର ହେବା ସହ ପାଚନ ଶକ୍ତି କୁ ବୃଦ୍ଧି କରିଥାଏ












Click it and Unblock the Notifications