ଆଖି ତଳେ କଳାଦାଗ ପାଇଁ ଚିନ୍ତିତ କି ? ଏମିତି କରନ୍ତୁ ଦୂର ହେବ ଏହି ସମସ୍ୟା

ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଲଗାତାର ଚାପ, କମ ନିଦ୍ରା, କମ୍ପ୍ୟୁଟର ଓ ମୋବାଇଲ ସ୍କ୍ରିନରେ ଅଧିକ ସମୟ ଧରି ଯୋଡି ହୋଇ ରହିବା ଫଳରେ ଆଖି ତଳେ କଳାଦାଗ ଦେଖାଦେଇଥାଏ। ଫଳରେ ମୁହଁର ସୌନ୍ଦର୍ଯ୍ୟ କମିବା ସହ ଥକ୍କାପଣ ଜଣାପଡ଼ିଥାଏ। ଆଖି ତଳେ ଏହି କଳାଦାଗ ସମସ୍ୟାର ଦୂର କରିବା ପାଇଁ ଯୁବପୀଢିମାନେ ଅନେକ ପ୍ରକାର ଉପାୟ ଆପଣାଉଛନ୍ତି। ଅନେକ ପ୍ରକାର କଷମେଟିକ୍‌‌ ପ୍ରଡକ୍ଟ ଓ କ୍ରିମ୍‌‌ ବ୍ୟବହାର କରୁଛନ୍ତି। କିନ୍ତୁ ଏସବୁ ଅତ୍ୟଧିକ ବ୍ୟବହାର ଦ୍ୱାରା ମୁହଁ ଶୁଷ୍କ ହୋଇଥାଏ। ତେବେ ଆଖି ତଳ ଦାଗ ଦୂର କରିବା ପାଇଁ କିଛି ସହଜ ଉପାୟ ଆପଣାନ୍ତୁ ଯାହା ଦ୍ୱାରା ଉଜ୍ଜ୍ୱଳତା ବୃଦ୍ଧି ହେବ।

eye

ଘରୋଇ ଉପଚାର: କାକୁଡି ଓ ଗୋଲାପ ଜଳ
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ କାକୁଡି ଖଣ୍ଡ ଆଖିରେ ଲଗାଇବା ଦ୍ୱାରା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହାଦ୍ୱାରା ଆଖି ତଳେ ଥିବା କଳାଦାଗ ଦୂର ହୋଇଥାଏ। ଏହା ବ୍ୟତୀତ ଆପଣ ଗୋଲାପ ଜଳରେ ଲୁଣ ମିଶାଇ ସେହି ମିଶ୍ରଣକୁ ତୁଳା ସାହାଯ୍ୟରେ ଆଖି ତଳେ ଲଗାଇପାରିବେ।

ଏଲୋବେରା :
ଅନେକ ଗୁଣରେ ଭରପୂର ଏଲୋବେରା ଜେଲ୍‌‌ ଆଖି ତଳର କଳାଦାଗ ଦୂର କରିବାରେ ବହୁତ ସାହାଯ୍ୟ କରିଥାଏ। ଏଲୋବେରା ଜେଲକୁ ଆଖି ତଳେ ଲଗାଇ ୧୦ରୁ ୧୫ମିନିଟ ରଖିବା ଦ୍ୱାରା ତ୍ୱଚା କୋମଳ ହେବା ସହ କଳାଦାଗ ଭଲ ହେବାରେ ସହାୟକ ହୋଇଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଆଖି ତଳେ କଳାଦାଗ ଦୂର କରିଥାଏ।

ବାଦାମ ତେଲ: ମଇଶ୍ଚରାଇଜର ପାଇଁ ବାଦାମ ତେଲ ବହୁତ ଲାଭଦାୟକ ଅଟେ। ଏଥିରେ ଭିଟାମିନ୍‌‌ ଇ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୂର ମାତ୍ରାରେ ରହିଛି, ଯାହା ଆଖି ତଳେ ଥିବା କଳାଦାଗ ହାଲୁକା କରିବା ସହ ତ୍ୱଚାକୁ ପୋଷଣ ଦେଇଥାଏ। ଏଥିପାଇଁ ଶୋଇବା ପୂର୍ବରୁ ଗୋଲାକାର ଭାବେ ଆଖିରେ ବାଦାମ ତେଲ ଲଗାଇ ଧୀରେ ଧୀରେ ମାଲିସ କରନ୍ତୁ। ଏହାକୁ ରାତି ସାରା ଛାଡିଦେବା ପରେ ସକାଳୁ ଉଠି ସଫା ପାଣିରେ ଧୋଇ ଦିଅନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+