ୱାର୍ଲ୍ଡ ହାଇପରଟେନସନ ଡେ' 2022: ଏହି ଖାଦ୍ୟ ଆପଣଙ୍କୁ ରଖିବ ସୁସ୍ଥ

ଆଜି ହେଉଛି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ । 2006ରୁ ପ୍ରତିବର୍ଷ ମେ 17 ତାରିଖକୁ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ରୂପେ ପାଳନ କରାଯାଏ ।

ଆଜି ହେଉଛି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ । 2006ରୁ ପ୍ରତିବର୍ଷ ମେ 17 ତାରିଖକୁ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ରୂପେ ପାଳନ କରାଯାଏ । ବର୍ତ୍ତମାନ ସମୟରେ କୋଭିଡ୍ ଭୁତାଣୁର ପ୍ରଭାବ ଦେଶବ୍ୟାପୀ ରହିଥିବା ବେଳେ ଉଚ୍ଚ ରକ୍ତଚାପ ରୋଗୀଙ୍କ ଉପରେ ଏହାର ଅଧିକ ପ୍ରଭାବ ରହୁଥିବା ଦେଖିବାକୁ ମିଳୁଛି । ଏହି ଉଚ୍ଚ ରକ୍ତଚାପ ଜନିତ ରୋଗୀ ମାନେ ଅଧିକାଂଶ କରୋନା ଦ୍ୱାରା ସଂକ୍ରମିତ ହେଉଥିବା ରିପୋର୍ଟରୁ ଜଣାପଡିଛି ।

hypertension

ଖାଲି ଏହା ନୁହେଁ ବରଂ ଡାଇବେଟିସ୍, ମେଦବହୁଳ, ହୃଦ୍ ରୋଗ, କିଡନୀ ରୋଗୀ ମାନଙ୍କ ଠାରେ ସଂକ୍ରମଣର ଆଶଙ୍କା ଅଧିକ ରହୁଛି । ଯଦି ଉଚ୍ଚ ରକ୍ତଚାପ ହୁଏ ତେବେ ଖୁବ୍ ସାବଧାନତାର ସହ ରହିବାକୁ ପଡେ । କାରଣ ଏହା ଦ୍ୱାରା ଆମ ଶରୀର ଉପରେ ଖୁବ୍ ଖରାପ ପ୍ରଭାବ ପଡିଥାଏ । ଏପରିକି ଜୀବନ ମଧ୍ୟ ଯାଇପାରେ । ଉଚ୍ଚ ରକ୍ତଚାପ ଅଧିକ ହେଲେ ଔଷଧ ବ୍ୟବହାର ଏବଂ ଆମର ଦୈନାନ୍ଦିନ ଖାଇବା ପିଇବା ଆଦି ଉପରେ ବିଶେଷ ଧ୍ୟାନ ଦେବାକୁ ପଡେ ।

ଏହି ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ :

• ପ୍ରଥମତଃ ଲୁଣ କମ୍ ଖାଇବେ, ଚର୍ବିଜାତୀୟ ଖାଦ୍ୟଠାରୁ ଦୁରେଇ ରହିବେ ।

• ନିୟମିତ ଯୋଗ, ପ୍ରାଣାୟାମ କରିବେ ।

• ନିଶାଦ୍ରବ୍ୟ ଠାରୁ ଦୂରେଇ ରହିବେ ।

• ଗୋଟିଏ ଜାଗାରେ ବସି ନ ରହି, ଅଧିକ ଚଲାବୁଲା କରିବା ଭଲ ।

• ଅତିକମରେ 6ରୁ 7 ଘଣ୍ଟା ଶୁଅନ୍ତୁ ।

• ଲିଫ୍ଟ ବ୍ୟବହାର ନ କରି ପାହାଚର ବ୍ୟବହାର କରନ୍ତୁ ।

• ସବୁଜ ପନିପରିବା, ତଟକା ଫଳ, ଭିଟାମିନ୍ ଓ କ୍ୟାଲସିୟମ୍ ରହିଥିବା ଖାଦ୍ୟ ଯେପରିକି; କ୍ଷୀର, ଓଟ୍ସ, କଦଳୀ, ଚୂନାମାଛ, ଶାଗ, ଭେଣ୍ଡି, କୋଳଥ ଡାଲି, ବାଜରା, ପୋହା, ପିଆଜ, ଘୋଳ ଦହି, ସବୁଜ ଚଣା ଆଦି ଖାଇବା ଦରକାର ।

• ନିୟମିତ କିଛି ସମୟ ବ୍ୟବଧାନରେ ରକ୍ତଚାପକୁ ମାପନ୍ତୁ ।

• ଔଷଧ ଖାଇବା ସହିତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+