For Quick Alerts
Turn On Notification  
For Daily Alerts
Oneindia App Download

ୱାର୍ଲ୍ଡ ହାଇପରଟେନସନ ଡେ' 2022: ଏହି ଖାଦ୍ୟ ଆପଣଙ୍କୁ ରଖିବ ସୁସ୍ଥ

ଆଜି ହେଉଛି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ । 2006ରୁ ପ୍ରତିବର୍ଷ ମେ 17 ତାରିଖକୁ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ରୂପେ ପାଳନ କରାଯାଏ ।

|

ଆଜି ହେଉଛି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ । 2006ରୁ ପ୍ରତିବର୍ଷ ମେ 17 ତାରିଖକୁ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ରୂପେ ପାଳନ କରାଯାଏ । ବର୍ତ୍ତମାନ ସମୟରେ କୋଭିଡ୍ ଭୁତାଣୁର ପ୍ରଭାବ ଦେଶବ୍ୟାପୀ ରହିଥିବା ବେଳେ ଉଚ୍ଚ ରକ୍ତଚାପ ରୋଗୀଙ୍କ ଉପରେ ଏହାର ଅଧିକ ପ୍ରଭାବ ରହୁଥିବା ଦେଖିବାକୁ ମିଳୁଛି । ଏହି ଉଚ୍ଚ ରକ୍ତଚାପ ଜନିତ ରୋଗୀ ମାନେ ଅଧିକାଂଶ କରୋନା ଦ୍ୱାରା ସଂକ୍ରମିତ ହେଉଥିବା ରିପୋର୍ଟରୁ ଜଣାପଡିଛି ।

hypertension

ଖାଲି ଏହା ନୁହେଁ ବରଂ ଡାଇବେଟିସ୍, ମେଦବହୁଳ, ହୃଦ୍ ରୋଗ, କିଡନୀ ରୋଗୀ ମାନଙ୍କ ଠାରେ ସଂକ୍ରମଣର ଆଶଙ୍କା ଅଧିକ ରହୁଛି । ଯଦି ଉଚ୍ଚ ରକ୍ତଚାପ ହୁଏ ତେବେ ଖୁବ୍ ସାବଧାନତାର ସହ ରହିବାକୁ ପଡେ । କାରଣ ଏହା ଦ୍ୱାରା ଆମ ଶରୀର ଉପରେ ଖୁବ୍ ଖରାପ ପ୍ରଭାବ ପଡିଥାଏ । ଏପରିକି ଜୀବନ ମଧ୍ୟ ଯାଇପାରେ । ଉଚ୍ଚ ରକ୍ତଚାପ ଅଧିକ ହେଲେ ଔଷଧ ବ୍ୟବହାର ଏବଂ ଆମର ଦୈନାନ୍ଦିନ ଖାଇବା ପିଇବା ଆଦି ଉପରେ ବିଶେଷ ଧ୍ୟାନ ଦେବାକୁ ପଡେ ।

ଏହି ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ :

• ପ୍ରଥମତଃ ଲୁଣ କମ୍ ଖାଇବେ, ଚର୍ବିଜାତୀୟ ଖାଦ୍ୟଠାରୁ ଦୁରେଇ ରହିବେ ।

• ନିୟମିତ ଯୋଗ, ପ୍ରାଣାୟାମ କରିବେ ।

• ନିଶାଦ୍ରବ୍ୟ ଠାରୁ ଦୂରେଇ ରହିବେ ।

• ଗୋଟିଏ ଜାଗାରେ ବସି ନ ରହି, ଅଧିକ ଚଲାବୁଲା କରିବା ଭଲ ।

• ଅତିକମରେ 6ରୁ 7 ଘଣ୍ଟା ଶୁଅନ୍ତୁ ।

• ଲିଫ୍ଟ ବ୍ୟବହାର ନ କରି ପାହାଚର ବ୍ୟବହାର କରନ୍ତୁ ।

• ସବୁଜ ପନିପରିବା, ତଟକା ଫଳ, ଭିଟାମିନ୍ ଓ କ୍ୟାଲସିୟମ୍ ରହିଥିବା ଖାଦ୍ୟ ଯେପରିକି; କ୍ଷୀର, ଓଟ୍ସ, କଦଳୀ, ଚୂନାମାଛ, ଶାଗ, ଭେଣ୍ଡି, କୋଳଥ ଡାଲି, ବାଜରା, ପୋହା, ପିଆଜ, ଘୋଳ ଦହି, ସବୁଜ ଚଣା ଆଦି ଖାଇବା ଦରକାର ।

• ନିୟମିତ କିଛି ସମୟ ବ୍ୟବଧାନରେ ରକ୍ତଚାପକୁ ମାପନ୍ତୁ ।

• ଔଷଧ ଖାଇବା ସହିତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Hypertension is a global health problem. It accounts for the death of about 8 million people worldwide every year. Unfortunately, our super busy schedules, lack of physical exercise, and absence of stress management tools are only adding to the raging numbers.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X