For Quick Alerts
Turn On Notification  
For Daily Alerts
Oneindia App Download

ପ୍ରତିବର୍ଷ ୨୯ ସେପ୍ଟେମ୍ବରେ ପାଳନ କରାଯାଏ 'ୱାର୍ଲଡ ହାର୍ଟ ଡେ', ହୃଦଘାତର ୪ଟି ଲକ୍ଷଣ

ପ୍ରତିବର୍ଷ ୨୯ ସେପ୍ଟେମ୍ବରେ ପାଳନ କରାଯାଏ 'ୱାର୍ଲଡ ହାର୍ଟ ଡେ', ହୃଦଘାତର ୪ଟି ଲକ୍ଷଣ

|

World Heart Day 2022: ଆଜି 'ୱାର୍ଲଡ ହାର୍ଟ ଡେ' ବା 'ବିଶ୍ୱ ହୃଦୟ ଦିବସ' । ସାରା ବିଶ୍ୱରେ ବର୍ଷକୁ ହୃଦଘାତରେ ୧ କୋଟି ୮୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ । ମାନସିକ ଚାପ ରହିଲେ ହୃଦରୋଗ ବଢି଼ବାର ଆଶଙ୍କା ରହିଥାଏ । ଅଧିକ ଯୁବବର୍ଗ ହୃଦରୋଗରେ ଆକ୍ରାନ୍ତ ହେଉଛନ୍ତି । ତ୍ରୁଟିପୂର୍ଣ୍ଣ ଜୀବନଶୈଳୀ ଓ ବ୍ୟାୟାମର ଅଭାବ ମୁଖ୍ୟ କାରଣ ।

World Heart Day 2022

କେବେଠୁ ପାଳନ ହେଉଛି 'ବିଶ୍ୱ ହୃଦୟ ଦିବସ'
ପ୍ରତିବର୍ଷ 29 ସେପ୍ଟେମ୍ବରରେ ବିଶ୍ୱ ହୃଦୟ ଦିବସ ପାଳନ କରାଯାଏ । ସାରା ବିଶ୍ୱରେ ହୃଦଘାତରେ ମୃତ୍ୟୁ ସଂଖ୍ୟା ବଢୁଥିବାର ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ବିଶ୍ୱ ହୃଦୟ ଫେଡେରେସନ୍ ମିଳିତ ଭାବେ ବିଶ୍ୱ ହୃଦୟ ଦିବସର କଳ୍ପନା କରିଥିଲେ । 1997 ରୁ 1999 ପର୍ଯ୍ୟନ୍ତ ୱାର୍ଲଡ ହାର୍ଟ ଫେଡେରେଶନର ସଭାପତି ଏଣ୍ଟୋନି ବେୟସ୍ ଡି ଲୁନା ଏହି ଦିବସକୁ ନେଇ ବିଚାର କରିଥିଲେ । 24 ସେପ୍ଟେମ୍ବର 2000 ରୁ 2011 ପର୍ଯ୍ୟନ୍ତ ଏହି ଦିନକୁ ଆନ୍ତର୍ଜାତୀୟ ଦିବସ ଭାବରେ ପାଳନ କରାଯାଇଥିଲା । ସେହି ସମୟରେ ଏହି ଦିନକୁ ସେପ୍ଟେମ୍ବରର ଶେଷ ରବିବାରରେ ପାଳନ କରାଯାଇଥିଲା । ହେଲେ ୨୦୧୪ରେ ଏଥିରେ ପରିବର୍ତ୍ତନ ଅଣାଯାଇ ସେପ୍ଟେମ୍ବର ୨୯ ତାରିଖ ଦିନକୁ 'ବିଶ୍ୱ ହୃଦୟ ଦିବସ' ଭାବେ ପାଳନ କରିବା ପାଇଁ ସ୍ଥିର କରାଗଲା ।

World Heart Day

ହୃଦଘାତ ପୂର୍ବର ଲକ୍ଷଣ

.ଅନେକ ଥର ଲୋକଙ୍କୁ ହଠାତ୍ ବ୍ୟସ୍ତ-ବିବ୍ରତ ଲାଗିଥାଏ । ଏହାକୁ ସାଧାରଣ ଭାବେ ଅନେକ ଅଣଦେଖା ମଧ୍ୟ କରନ୍ତି । କିନ୍ତୁ ଯଦି ଆପଣଙ୍କୁ ରାତି କିମ୍ବା ସକାଳ ସମୟରେ ବ୍ୟସ୍ତ ବିବ୍ରତ ଲାଗୁଛି କିମ୍ବା ନିଶ୍ୱାସ ନେବାରେ କଷ୍ଠ ବା ଅସୁବିଧା ଅନୁଭବ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ।


.ଛାତି ଯନ୍ତ୍ରଣା ହେଉଛି ହୃଦଘାତର ସବୁଠାରୁ ବଡ ଲକ୍ଷଣ । ତେଣୁ ପେଟ ଏବଂ ମୁଣ୍ଡ ପରି ଛାତି ଯନ୍ତ୍ରଣାକୁ ଅଣଦେଖା କରନ୍ତୁ ନାହିଁ । ଯଦି ଛାତିରେ ଚାପ ଅନୁଭବ ହେଉଛି, ତେବେ ନିଜ ଡାକ୍ତରଙ୍କ ସହିତ ଯୋଗାଯୋଗ କରି ସଠିକ୍ ସମୟରେ ଏହାର ଚିକିତ୍ସା କରାନ୍ତୁ ।

.ପାଗ ଥଣ୍ତା ଅଛି ବା ସାଧାରଣ ତାପମାତ୍ରାରେ ଯଦି ଆପଣଙ୍କ ଦେହରୁ ହାଠାତ୍ ଝାଳ ବାହାରୁଛି ତେବେ ସତର୍କ ରୁହନ୍ତୁ । ସକାଳେ ଏବଂ ରାତିରେ ଥଣ୍ଡା ଝାଳ ବାହାରିବା ହୃଦଘାତର ଲକ୍ଷଣ ହୋଇପାରେ । ଏପରି ପରିସ୍ଥିତିରେ ଯଥାଶୀଘ୍ର ଡାକ୍ତରଙ୍କ ନିକଟକୁ ଯାଆନ୍ତୁ, ଯାହା ଦ୍ୱାରା ଆପଣଙ୍କର ଚିକିତ୍ସା ଠିକ୍ ସମୟରେ ଆରମ୍ଭ ହୋଇପାରିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
World Heart Day 2022: "World Heart Day " is being celebrated on 29th Sept every year. Find the reason behind the heart attacks.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X