ଆଜି ବିଶ୍ୱ କର୍କଟ ଦିବସ: ଜାଣନ୍ତୁ କ୍ୟାନସରର କାରଣ, ପ୍ରତିରୋଧର ଉପାୟ

କ୍ୟାନସର ରୋଗ ସମ୍ପର୍କରେ ବ୍ୟାପକ ଜନ ସେଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୪ ତାରିଖରେ World Cancer Day ପାଳନ କରାଯାଏ । ଏହି ଦିନ ଲୋକଙ୍କୁ କ୍ୟାନସରର କାରଣ, ପ୍ରତିରୋଧ ଏବଂ ଲକ୍ଷଣ ବିଷୟରେ ସୂଚନା ଦିଆଯାଏ ।

World Cancer Day 2023
World Cancer Day: ଆଜି ବିଶ୍ୱ କର୍କଟ ଦିବସ । କ୍ୟାନସର ରୋଗ ସମ୍ପର୍କରେ ବ୍ୟାପକ ଜନ ସେଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୪ ତାରିଖରେ World Cancer Day ପାଳନ କରାଯାଏ । ଏହି ଦିନ ଲୋକଙ୍କୁ କ୍ୟାନସରର କାରଣ, ପ୍ରତିରୋଧ ଏବଂ ଲକ୍ଷଣ ବିଷୟରେ ସୂଚନା ଦିଆଯାଏ । ଏକ ରିପୋର୍ଟ ଅନୁସାରେ, କର୍କଟ ରୋଗ କାରଣରୁ ପ୍ରତିବର୍ଷ ପ୍ରାୟ ୧୦ ମିଲିୟନ୍ ଲୋକଙ୍କର ମୃତ୍ୟୁ ହେଉଛି । ଜୀବନ ଶୈଳୀରେ ପରିବର୍ତ୍ତନ, ନିୟମିତ ଯାଞ୍ଚ ଏବଂ ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ କରିବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗକୁ ପରାସ୍ତ କରାଯାଇପାରିବ ।

ବିଶ୍ୱ କର୍କଟ ଦିବସର ଇତିହାସ ଏବଂ ଉଦ୍ଦେଶ୍ୟ

କର୍କଟ ଶବ୍ଦର ଉତ୍ପତ୍ତି ଗ୍ରୀକ୍ ଚିକିତ୍ସକ ହିପୋକ୍ରାଟସଙ୍କ ଦ୍ୱାରା କରାଯାଇଛି । ତାଙ୍କୁ ଚିକିତ୍ସାର ଜନକ ବୋଲି ମଧ୍ୟ କୁହାଯାଏ । ବିଶ୍ୱ କର୍କଟ ଦିବସ ପ୍ରଥମେ ୨୦୦୮ ମସିହାର ପାଳନ କରାଯାଇଥିଲା । ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି ତଥା ଏହାର ନିରାକରଣ, ଚିହ୍ନଟ ଏବଂ ଚିକିତ୍ସା ପାଇଁ ଉତ୍ସାହିତ କରିବା ପାଇଁ ଆନ୍ତର୍ଜାତୀୟ କର୍କଟ ନିୟନ୍ତ୍ରଣ କେନ୍ଦ୍ର
ଦ୍ୱାରା ଏହା ପ୍ରଥମେ ପାଳନ କରାଯାଇଥିଲା ।

ବିଶ୍ୱ କର୍କଟ ଦିବସ ୨୦୨୩ର ଥିମ୍

୨୦୨୨, ୨୦୨୩ ଏବଂ ୨୦୨୪ ପାଇଁ ବିଶ୍ୱ କର୍କଟ ଦିବସର ବିଷୟବସ୍ତୁ ହେଉଛି 'close the care gap' । ତେଣୁ ଚଳିତ ବର୍ଷର ଥିମ୍ ହେଉଛି 'କ୍ଲୋଜ୍ ଦ କେୟାର୍ ଗ୍ୟାପ୍'

କର୍କଟ ରୋଗର ପ୍ରତିରୋଧର ଉପାୟ
.କୌଣସି ପ୍ରକାର ତମାଖୁ ସେବନରୁ ନିବୃତ୍ତ ରହିବା
.ମାଦକ ଦ୍ରବ୍ୟ ବା ନିଶା ସେବନ ନ କରିବା
.ନିରାପଦ ଯୌନ ଏବଂ ପ୍ରଜନନ ଅଭ୍ୟାସ ଆପଣାଇବା
.ସ୍ୱାସ୍ଥ୍ୟକର ଖାଦ୍ୟଭ୍ୟାସ ଜାରି ରଖିବା
.ସୁସ୍ଥ ଜୀବନ ଶୈଳୀ ଆପଣେଇବା
.ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା
.ପରିବେଶ ପ୍ରଦୂଷଣକୁ ପ୍ରତିହତ କରିବା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+